ପୁରୁଷଙ୍କ ପରେ ମହିଳା ଟିମ୍‌ ବି ନ୍ୟୁଜିଲ୍ୟାଣ୍ଡକୁ ମାତ୍‌ ଦେଲା, ମନ୍ଧାନାଙ୍କ ଶତକ

ନାପିଅର: ଭାରତୀୟ ପୁରୁଷ କ୍ରିକେଟ ଟିମ୍‌ ପରେ ଆଜି ମହିଳା ଦଳ ଅନୁରୂପ ଢଙ୍ଗରେ ଘରୋଇ ନ୍ୟୁଜିଲ୍ୟାଣ୍ଡକୁ ପ୍ରଥମ ଦିନିକିଆରେ ପରାସ୍ତ କରିଛି। ଟିମ ଇଣ୍ଡିଆର ପୁରୁଷ ଦଳ ଗତକାଲି ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟ୍‌ରେ ହରାଇଥିଲା। ଆଜି ମହିଳା ଦଳ କିନ୍ତୁ ୯ ୱିକେଟ୍‌ରେ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡର ମହିଳା ଦଳକୁ ପରାସ୍ତ କରି ୩ଟିକିଆ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଯାଇଛି। ମହିଳା ଦଳର ଏହି ବିଜୟରେ ଓପନର ସ୍ମୃତି ମନ୍ଧାନା ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ […]

da

da

Hemant Lenka
  • Published: Thursday, 24 January 2019
  • Updated: 24 January 2019, 06:14 PM IST

Sports

Latest News

ନାପିଅର: ଭାରତୀୟ ପୁରୁଷ କ୍ରିକେଟ ଟିମ୍‌ ପରେ ଆଜି ମହିଳା ଦଳ ଅନୁରୂପ ଢଙ୍ଗରେ ଘରୋଇ ନ୍ୟୁଜିଲ୍ୟାଣ୍ଡକୁ ପ୍ରଥମ ଦିନିକିଆରେ ପରାସ୍ତ କରିଛି। ଟିମ ଇଣ୍ଡିଆର ପୁରୁଷ ଦଳ ଗତକାଲି ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟ୍‌ରେ ହରାଇଥିଲା। ଆଜି ମହିଳା ଦଳ କିନ୍ତୁ ୯ ୱିକେଟ୍‌ରେ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡର ମହିଳା ଦଳକୁ ପରାସ୍ତ କରି ୩ଟିକିଆ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଯାଇଛି। ମହିଳା

ଦଳର ଏହି ବିଜୟରେ ଓପନର ସ୍ମୃତି ମନ୍ଧାନା ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ପ୍ରଥମ ଦିନିକିଆରେ ଶତକୀୟ ଇନିଂସ ଖେଳି ଘରୋଇ ଦଳକୁ ନାକେଦମ କରିଛନ୍ତି। ସେହିପରି ଅନ୍ୟତମ ଓପନର ଜେମିମା ରୋର୍ଡିଗସ୍‌ ୮୧ ରନ୍‌ର ଅପରାଜିତ ପାଳି ଖେଳି ଭାରତକୁ ୩୩ ଓଭର୍‌ରେ ବିଜୟୀ କରାଇଥିଲେ।

ଟସ୍‌ ଜିତି ମିତାଲି ରାଜଙ୍କ ଟିମ୍‌ ଇଣ୍ଡିଆ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତୀୟ ବୋଲରଙ୍କୁ ସମ୍ମୁଖୀନ ନ ହୋଇପାରି ନ୍ୟୁଜିଲ୍ୟାଣ୍ଡର ପୂରା ଟିମ୍‌ ୪୮.୪ ଓଭର୍‌ରେ ମାତ୍ର ୧୯୨ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଟିମ୍‌ ଇଣ୍ଡିଆ ପକ୍ଷରୁ ଏକତା ବିଷ୍ଟ ଓ ପୁନମ ଯାଦବ ୩ଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ଦୀପ୍ତି ଶର୍ମା ୨ଟି ଓ ଶିକ୍ଷା ପାଣ୍ଡେ ୧ ୱିକେଟ୍‌ ନେଇଥିଲେ।

୧୯୩ ରନ୍‌ର ଟାର୍ଗେଟ ପାଇଥିବା ଟିମ୍‌ ଇଣ୍ଡିଆକୁ ଦୁଇ ଓପନର୍‌ ସ୍ମୃତି ମନ୍ଧାନା ଓ ଜେମିମା ଦ୍ରୁତ ଆରମ୍ଭ ଦେଇଥିଲେ। ଉଭୟ ୩୨.୨ ଓଭର୍‌ରେ ୧୯୦ ରନ୍‌ର ଭାଗୀଦାରି କରିଥିଲେ। ମନ୍ଧାନା ୧୦୪ ବଲ୍‌ରେ ୧୦୫ ରନ୍‌ର ଇନିଂସ୍‌ ଖେଳିଥିବା ବେଳେ ଜେମିମା ୯୪ଟି ବଲ୍‌ରେ ୮୧ ରନ୍‌ କରିଥିଲେ।

ମନ୍ଧାନା ତାଙ୍କ ଇନିଂସ୍‌ରେ ୩ଟି ଛକା ଓ ୯ଟି ଚୌକା ମାରିଥିଲେ। ବିଜୟ ପାଇଁ ମାତ୍ର ୩ ରନ୍‌ ଦରକାର ଥିବା ବେଳେ ମନ୍ଧାନା ବଡ଼ ଶଟ୍‌ ଖେଳିବା ଲୋଭରେ ଆଉଟ୍‌ ହୋଇଯାଇଥିଲେ। ୩ ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଦୀପ୍ତି ଶର୍ମା କୌଣସି ବଲ୍‌ ସାମ୍ନା କରିବା ପୂର୍ବରୁ ଟିମ୍‌ ଇଣ୍ଡିଆ ମ୍ୟାଚ୍‌ ଜିତି ନେଇଥିଲା। ଶତକୀୟ ଇନିଂସ୍‌ ପାଇଁ ମନ୍ଧାନାଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ଦିଆଯାଇଛି।

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମହିଳା ଦଳ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆସନ୍ତା ୨୯ରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos