ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତୀୟ ମହିଳା ହକି ଦଳ

ହିରୋଶିମା: ଏଠାରେ ଚାଲିଥିବା ଏଫ୍‌ଆଇଏଚ୍ ସିରିଜ୍ ଫାଇନାଲ୍ସ ଅଭିଯାନ ବିଜୟରୁ ଆରମ୍ଭ କରିଛି ଭାରତୀୟ ମହିଳା ହକି ଦଳ। ଆଜି ଗ୍ରୁପ୍ ପର୍ଯ୍ୟାୟର ପ୍ରଥମ ମୁକାବିଲାରେ ଭାରତୀୟ ମହିଳା ଦଳ ଉରୁଗୁଏକୁ ଭେଟିଥିଲା। ଏହି ମ୍ୟାଚରେ ରାନୀ ରାମପାଲଙ୍କ ଭାରତୀୟ ଟିମ୍ ଏକପାଖିଆ ଭାବେ ଉରୁଗୁଏକୁ ୪-୧ରେ ପରାସ୍ତ କରିଛି। ଭାରତ ପକ୍ଷରୁ ଅଧିନାୟକ ରାନୀ ମ୍ୟାଚ୍‌ର ୧୦ମିନିଟ୍‌ରେ ପ୍ରଥମ ଗୋଲ ସ୍କୋର କରି ଦଳକୁ ୧-୦ରେ ଆଗୁଆ କରିଦେଇଥିଲେ। ପ୍ରଥମ କ୍ୱାର୍ଟର ଶେଷ ହେବା ଯାଏ […]

ds

ds

Hemant Lenka
  • Published: Saturday, 15 June 2019
  • Updated: 15 June 2019, 08:07 PM IST

ହିରୋଶିମା: ଏଠାରେ ଚାଲିଥିବା ଏଫ୍‌ଆଇଏଚ୍ ସିରିଜ୍ ଫାଇନାଲ୍ସ ଅଭିଯାନ ବିଜୟରୁ ଆରମ୍ଭ କରିଛି ଭାରତୀୟ ମହିଳା ହକି ଦଳ। ଆଜି ଗ୍ରୁପ୍ ପର୍ଯ୍ୟାୟର ପ୍ରଥମ ମୁକାବିଲାରେ ଭାରତୀୟ ମହିଳା ଦଳ ଉରୁଗୁଏକୁ ଭେଟିଥିଲା। ଏହି ମ୍ୟାଚରେ ରାନୀ ରାମପାଲଙ୍କ ଭାରତୀୟ ଟିମ୍ ଏକପାଖିଆ ଭାବେ ଉରୁଗୁଏକୁ ୪-୧ରେ ପରାସ୍ତ କରିଛି।

ଭାରତ ପକ୍ଷରୁ ଅଧିନାୟକ ରାନୀ ମ୍ୟାଚ୍‌ର ୧୦ମିନିଟ୍‌ରେ ପ୍ରଥମ ଗୋଲ ସ୍କୋର କରି ଦଳକୁ ୧-୦ରେ ଆଗୁଆ କରିଦେଇଥିଲେ। ପ୍ରଥମ କ୍ୱାର୍ଟର ଶେଷ ହେବା ଯାଏ ଭାରତ ୧-୦ରେ ଆଗରେ ଥିଲା। ମ୍ୟାଚ୍‌ର ୨୧ତମ ମିନିଟ୍‌ରେ ଭାରତକୁ ମିଳିଥିବା ପ୍ରଥମ ପେନାଲ୍ଟି କର୍ଣ୍ଣରକୁ ଗୁରଜନ୍ତ କୌର ଗୋଲରେ ପରିଣତ କରି ଲିଡ୍ ବ୍ୟବଧାନକୁ ୨-୦ କରିଥିଲେ।

ତୃତୀୟ କ୍ୱାର୍ଟରରେ ଉରୁଗୁଏ ଜବରଦସ୍ତ କମ୍‌ବ୍ୟାକ୍‌ କରି ଭାରତର ଗୋଲ ପୋଷ୍ଟ ଉପରେ ଘନଘନ ଆକ୍ରମଣ କରିଥିଲା। ଏପରି କି ଉରୁଗୁଏକୁ ଦୁଇଟି ପେନାଲ୍ଟି କର୍ଣ୍ଣର ମିଳିଥିଲା। କିନ୍ତୁ ଏହାକୁ ଭାରତ ଅଟକାଇବାରେ ସଫଳ ହୋଇଥିଲା। ମ୍ୟାଚ୍‌ର ୪୦ତମ ମିନିଟ୍‌ରେ ବନ୍ଦନା କଟାରିୟାଙ୍କ ଏକ ସୁନ୍ଦର ପାସ୍‌କୁ ଜ୍ୟୋତି ଗୋଲରେ ପରିଣତ କରି ଦଳକୁ ୩-୦ରେ ଆଗୁଆ କରିଦେଇଥିଲେ।

ଗୋଲ ଦେବାକୁ ଘନଘନ ଆକ୍ରମଣ କରୁଥିବା ଉରୁଗୁଏକୁ ମ୍ୟାଚ୍‌ର ୫୧ତମ ମିନିଟ୍‌ରେ ସଫଳତା ମିଳିଥିଲା। ଭାରତର ରକ୍ଷଣ ଭାଗକୁ ଭେଦ କରି ମାରିଆ ଟେରେସା ଭିଏନା ଆଚେ ଗୋଲ୍ ସ୍କୋର କରିବାରେ ସକ୍ଷମ ହୋଇଥିଲେ। ଏହାର ୫ ମିନିଟ୍‌ ପରେ ଭାରତ ପକ୍ଷରୁ ଲାରେସିଆମି ଗୋଲ୍‌ ଦେଇ ସ୍ଥିତିକୁ ୪-୧ କରିଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos