ଅଲିମ୍ପିକ ଟେଷ୍ଟ: ଜାପାନକୁ ୨-୧ରେ ହରାଇଲା ଭାରତୀୟ ମହିଳା ହକି ଦଳ

ଟୋକିଓ: ବିଜୟରୁ ଅଲିମ୍ପିକ ଟେଷ୍ଟ ଇଭେଣ୍ଟ ଅଭିଯାନ ଆରମ୍ଭ କରିଛି ଭାରତୀୟ ମହିଳା ହକି ଟିମ୍‌। ଆଜିଠାରୁ ଆରମ୍ଭ ହୋଇଥିବା ଏହି ଇଭେଣ୍ଟରେ ଭାରତୀୟ ମହିଳା ହକି ଟିମ୍‌ ଆୟୋଜକ ଜାପାନକୁ ୨-୧ରେ ପରାସ୍ତ କରିଛି।

ମ୍ୟାଚ୍‌ ଆରମ୍ଭରୁ ଭାରତୀୟ ମହିଳା ଟିମ୍‌ ନିଜର ଦବଦବା ଦେଖାଇଥିଲା। ଟିମ୍‌ର ପେନାଲଟି କର୍ଣ୍ଣର ସ୍ପେଶାଲିଷ୍ଟ ଗୁରଜିତ କୌର ମ୍ୟାଚ୍‌ର ୯ ମିନିଟ୍‌ରେ ଗୋଲ ଦେଇ ଭାରତକୁ ୧-୦ରେ ଆଗୁଆ କରିଦେଇଥିଲେ। ତେବେ ୧୬ତମ ମିନିଟ୍‌ରେ ଜାପାନର ଅକି ମିତଶୁହାସି ଚମତ୍କାର ଫିଲ୍ଡ ଗୋଲ କରି ସ୍ଥିତି ୧-୧କୁ ଆଣିଦେଇଥିଲେ।

ଏହାପରେ ଉଭୟ ଦଳ ଅଗ୍ରଣୀ ହେବାକୁ ଚେଷ୍ଟା କରିଥିଲେ। ଭାରତକୁ ମ୍ୟାଚ୍‌ର ୩୫ତମ ମିନିଟ୍‌ରେ ପୁଣିଏକ ପେନାଲଟି କର୍ଣ୍ଣର ମିଳିଥିଲା। ଏହାକୁ ଗୁରଜିତ କୌର ଗୋଲରେ ପରିଣତ କରି ଭାରତକୁ ୨-୧ରେ ଆଗୁଆ କରିଦେଇଥିଲେ।

ଜାପାନ ପକ୍ଷରୁ ସ୍ଥିତି ବରାବର କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ଭାରତୀୟ ଡିଫେନ୍ସ ଲାଇନ୍‌କୁ ଭେଦ କରିବା ସହଜ ହୋଇ ନଥିଲା। ଶେଷରେ ଭାରତ ୨-୧ରେ ମ୍ୟାଚ୍‌ଟିକୁ କବଜା କରିଥିଲା।

ଆହୁରି ପଢ଼ନ୍ତୁ

ମାଗଣା ମିଳିବ କରୋନା ଟିକା? ବିହାର ପରେ ମଧ୍ୟପ୍ରଦେଶ ଓ ତାମିଲନାଡୁ

ଅଭିନେତାଙ୍କୁ ଛୁରୀ ଭୁସି ହତ୍ୟା, ମିଳିଲା ରକ୍ତାକ୍ତ ମୃତଦେହ

୧,୭୨,୦୦୦ ବର୍ଷ ତଳେ ଥର ମରୁଭୂମିରେ ଥିଲା ଗୋଟେ ନଈ

ଫିଲ୍ମ ଷ୍ଟାଇଲ୍‌ରେ ୧୫ କୋଟି ଟଙ୍କାର ମୋବାଇଲ ଭର୍ତ୍ତି ଟ୍ରକ୍‌ ହାଇଜ୍ୟାକ

ଲେହ’କୁ ଚାଇନାର ଦେଖାଇଲା ଟ୍ୱିଟର, ଚିହିଁକି ଉଠିଲେ ଭାରତ ସରକାର

ମହିଳା କ୍ରିକେଟରଙ୍କ ନିଆରା ୱେଡିଂ ଫଟୋଶୁଟ୍

ମା’ଙ୍କୁ ପିଟିବାରୁ ବାପାଙ୍କୁ ବାଡ଼େଇ ମାରିଦେଲା ନାବାଳିକା ଝିଅ

କେବଳ ବିହାରରେ ମାଗଣା ଟିକା? ବିଜେପି ପ୍ରତିଶ୍ରୁତି ନେଇ ବିବାଦ ତୀବ୍ର

‘ନାଗ’ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ ମିସାଇଲର ସଫଳ ପରୀକ୍ଷଣ, ସ୍ଥଳସେନାରେ ହେବ ସାମିଲ

ନିର୍ବାଚନ ପୂର୍ବରୁ ବିହାର ଉପମୁଖ୍ୟ ମନ୍ତ୍ରୀ ସୁଶୀଲ କୁମାର ମୋଦିଙ୍କୁ କରୋନା

ଟିଆରପି ସ୍କାମ୍: ସିବିଆଇ ତଦନ୍ତକୁ ରାଜ୍ୟ ନା କହିବାର କାରଣ କହିଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ

ଦାଢ଼ି ରଖିବାରୁ ପୁଲିସ ଅଧିକାରୀ ନିଲମ୍ୱିତ