ସ୍ପେନକୁ ୫-୨ରେ ହରାଇ ସିରିଜ୍ ବରାବର କଲା ମହିଳା ହକି ଟିମ୍

ନୂଆଦିଲ୍ଲୀ: ପ୍ରଥମ ମ୍ୟାଚରେ ସ୍ପେନ୍ ଠାରୁ ହାରିଥିବା ଭାରତୀୟ ମହିଳା ଦଳ ତୃତୀୟ ମ୍ୟାଚରେ ଏହାର ପ୍ରତିଶୋଧ ନେଇଛି। ଦଳ ତୃତୀୟ ମ୍ୟାଚକୁ ୫-୨ରେ ଜିତି ସିରିଜ୍ ୧-୧ରେ ବରାବର କରିଛି। ଏବେ ୪ର୍ଥ ମ୍ୟାଚ୍ ଆସନ୍ତା ଗୁରୁବାର ଖେଳାଯିବ।

ଭାରତ ପକ୍ଷରୁ ଯୁବ ଷ୍ଟ୍ରାଇକର ଲରେମ ସିମା ୨ଟି ଗୋଲ ଦେଇଥିବା ବେଳେ ନେହା ଗୋଏଲ, ନବନୀତ କୌର ଓ ରାଣୀ ରାମପାଲ ଗୋଟିଏ ଲେଖାଏ ଗୋଲ ଦେଇଛନ୍ତି । ସ୍ପେନ୍ ପକ୍ଷରୁ ବେରାଟା ବୋନାଷ୍ଟ୍ରେ ୨ଟି ଗୋଲ ସ୍କୋର କରିଛନ୍ତି।

ପ୍ରଥମ ମ୍ୟାଚରେ ସ୍ପେନ ଠାରୁ ୨-୩ରେ ହାରିଥିବା ଭାରତୀୟ ମହିଳା ଦଳ ଦ୍ୱିତୀୟ ମ୍ୟାଚ୍ ୧-୧ରେ ଡ୍ର ରଖିଥିଲା। ତୃତୀୟ ମ୍ୟାଚ୍ ଆରମ୍ଭରୁ ରାଣୀ ରାମପାଲଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଜବରଦସ୍ତ ପ୍ରଦର୍ଶନ କରିଥିଲା।

ତେବେ ସ୍ପେନ୍ ପକ୍ଷରୁ ମ୍ୟାଚର ୭ମ ମିନିଟରେ ବୋନାଷ୍ଟ୍ରେ ପ୍ରଥମ ଗୋଲ ସ୍କୋର କରି ଦଳକୁ ୧-୦ରେ ଆଗୁଆ କରି ଦେଇଥିଲେ। ତେବେ ମ୍ୟାଚର ୧୭ତମ ମିନିଟରେ ଭାରତ ପକ୍ଷରୁ ଲରେମ ସିମା ଗୋଲ ସ୍କୋର କରି ସ୍ଥିତି ୧-୧ରେ ବରାବର କରିଦେଇଥିଲେ। ନେହା ୨୧ତମ ମିନିଟରେ ଗୋଲ କରି ଭାରତକୁ ୨-୧ରେ ଆଗୁଆ କରିଦେଇଥିଲେ । କିନ୍ତୁ ବୋନାଷ୍ଟ୍ରେ ୨୫ତମ ମିନିଟରେ ପାଲଟା ଗୋଲ ଦେଇ ସ୍ଥିତି ୨-୨ କରିଦେଇଥିଲେ।

ମ୍ୟାଚ୍ର ୩୨ତମ ମିନିଟରେ ନବନୀତ କୌର ଗୋଲ କରି ଭାରତକୁ ପୁଣି ୩-୨ରେ ଆଗୁଆ କରିଦେଇଥିଲେ। ସ୍ପେନ୍ ସ୍ଥିତି ବରାବର କରିବାକୁ ବାରମ୍ବାର ଚେଷ୍ଟା କରିଥିଲେ ହେଁ ଭାରତୀୟ ରକ୍ଷଣ ବିଭାଗ ସବୁ ଉଦ୍ୟମକୁ ଭଣ୍ଡୁର କରି ଦେଇଥିଲା।

ଅଧିନାୟକ ରାଣୀ ରାମପାଲ ୫୧ ତମ ମିନିଟରେ ଗୋଲ କରି ସ୍ଥିତି ୪-୨ କୁ ଆଣିଥିଲେ। ମ୍ୟାଚ୍ ଶେଷ ହେବାକୁ ୨ ମିନିଟ୍ ବାକି ଥିବାବେଳେ ଲରେମ ସିମା ନିଜର ବ୍ୟକ୍ତିଗତ ଦ୍ୱିତୀୟ ଗୋଲ କରି ଗୋଲ ବ୍ୟବଧାନ ୫-୨ରେ ପହଞ୍ଚାଇଥିଲେ।

ଆହୁରି ପଢ଼ନ୍ତୁ

‘ଚୀନର ସମସ୍ତ ପଡ଼ୋଶୀ ଦେଶ ସହିତ ସୀମା ବିବାଦ ରହିଛି’

ଅପ୍‌ସରାଙ୍କୁ ପ୍ରଶଂସା ଆଳରେ ‘ଓଡ଼ିଶା’କୁ ନୀଚ ଦେଖାଇଲେ ରାମୁ, ମିଳିଲା କଡ଼ା ଜବାବ

କାହିଁକି ୫ ବର୍ଷ ପାଇଁ ଦାଦାଙ୍କୁ ଟିମ୍‌ରୁ ବାଦ ଦେଇଥିଲା ବିସିସିଆଇ

ଜୁଲାଇ ୮, ବୁଧବାର: ମନ ପ୍ରଫୁଲ୍ଲ ରହିବ

ବ୍ରାଜିଲ ରାଷ୍ଟ୍ରପତି ମହାମାରୀ କରୋନାରେ ଆକ୍ରାନ୍ତ

ଲଦାଖରେ ୨୦ ହଜାର କୋଟିର ରାସ୍ତାକାମ ଯଥାଶୀଘ୍ର ସାରିବାକୁ ନିର୍ଦ୍ଦେଶ

ଚାଇନାରେ ଚିହ୍ନଟ ହେବା ପୂର୍ବରୁ ସମଗ୍ର ବିଶ୍ୱରେ ଲୁଚି ରହିଥିଲା କରୋନା!

ରେଳଲାଇନରୁ ମିଳିଲା ଆଦିତ୍ୟଙ୍କ ମୃତଦେହ

ଜୁଲାଇ ୭, ମଙ୍ଗଳବାର: ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ

ପ୍ରଧାନମନ୍ତ୍ରୀଙ୍କୁ ଘେରିଲା କଂଗ୍ରେସ

ଦୁଇ ଘଣ୍ଟା କଥା ହେଲେ ଡୋଭାଲ, ୨ କିଲୋମିଟର ପଛକୁ ହଟିଲା ଡ୍ରାଗନ!

ଚୀନ୍ ବିବାଦ : ନବ-ସାମ୍ରାଜ୍ୟବାଦୀ ପୁଞ୍ଜିବାଦ ସହ ଯୁଦ୍ଧ