ଏଫଆଇଏଚ୍ ମହିଳା ସିରିଜ୍ ଫାଇନାଲ୍ସ: ଅଲିମ୍ପିକ୍ କ୍ୱାଲିଫାୟର୍ ରାଉଣ୍ଡରେ ଭାରତ

ହିରୋଶିମା: ଭାରତୀୟ ମହିଳା ହକି ଟିମ୍ ଦମଦାର ପ୍ରଦର୍ଶନ କରି ଚଳିତ ଏଫଆଇଏଚ୍ ମହିଳା ସିରିଜ୍ ଫାଇନାଲ୍ସର ସେମିଫାଇନାଲରେ ନିମ୍ନ ରାଙ୍କିଙ୍ଗ୍ ଚିଲିକୁ ୪-୨ ଗୋଲରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତୀୟ ମହିଳା ହକି ଟିମ୍ ଟୋକିଓ ଅଲିମ୍ପିକ୍ସ କ୍ୱାଲିଫାୟରର ଅନ୍ତିମ ରାଉଣ୍ଡରେ ସ୍ଥାନ ସୁନିଶ୍ଚିତ କରିଛି। ମ୍ୟାଚରେ ଚିଲି ପ୍ରାରମ୍ଭିକ ଗୋଲ୍ ଦେଇ ଆଗୁଆ ହୋଇଥିଲା, କିନ୍ତୁ ଭାରତୀୟ ଟିମ୍ ସଫଳତାର ସହ ପ୍ରତ୍ୟାବର୍ତ୍ତନ କରି ମୁକାବିଲାକୁ ଜିତି ନେଇଥିଲା। ଭାରତ ପକ୍ଷରୁ […]

hockey

hockey

Hemant Lenka
  • Published: Saturday, 22 June 2019
  • Updated: 22 June 2019, 05:37 PM IST

Sports

Latest News

ହିରୋଶିମା: ଭାରତୀୟ ମହିଳା ହକି ଟିମ୍ ଦମଦାର ପ୍ରଦର୍ଶନ କରି ଚଳିତ ଏଫଆଇଏଚ୍ ମହିଳା ସିରିଜ୍ ଫାଇନାଲ୍ସର ସେମିଫାଇନାଲରେ ନିମ୍ନ ରାଙ୍କିଙ୍ଗ୍ ଚିଲିକୁ ୪-୨ ଗୋଲରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତୀୟ ମହିଳା ହକି ଟିମ୍ ଟୋକିଓ ଅଲିମ୍ପିକ୍ସ କ୍ୱାଲିଫାୟରର ଅନ୍ତିମ ରାଉଣ୍ଡରେ ସ୍ଥାନ ସୁନିଶ୍ଚିତ କରିଛି।

ମ୍ୟାଚରେ ଚିଲି ପ୍ରାରମ୍ଭିକ ଗୋଲ୍ ଦେଇ ଆଗୁଆ ହୋଇଥିଲା, କିନ୍ତୁ ଭାରତୀୟ ଟିମ୍ ସଫଳତାର ସହ ପ୍ରତ୍ୟାବର୍ତ୍ତନ କରି ମୁକାବିଲାକୁ ଜିତି ନେଇଥିଲା। ଭାରତ ପକ୍ଷରୁ ଗୁରଜିତ୍ କୌର୍ ଦୁଇଟି (୨୨ତମ, ୩୭ତମ) ଏବଂ ନବନୀତ କୌର୍ (୩୧ତମ) ଓ ରାନୀ ରାମପଲ୍ (୫୭ତମ) ଗୋଟିଏ ଲେଖାଏ ଗୋଲ୍ ସ୍କୋର କରିଥିଲେ।

ଉକ୍ତ ମ୍ୟାଚର ପ୍ରଥମ କ୍ୱାର୍ଟର୍ ଗୋଲଶୂନ୍ୟ ରହିଥିଲା। ଭାରତୀୟ ପ୍ରତି ଆକ୍ରମଣର ଚିଲି ଦୃଢ଼ ଜବାବ ଦେଇଥିଲା। ଦ୍ୱିତୀୟ କ୍ୱାର୍ଟର୍ ଆରମ୍ଭରୁ ଚିଲି ଆକ୍ରମଣ କରିଥିଲା। ଫଳସ୍ପରୂପ ୧୮ତମ ମିନିଟରେ ଚିଲିର କାରୋଲିନା ଗାର୍ସିଆ ଫିଲ୍ଡ ଗୋଲ୍ ଦେଇ ନିଜ ଟିମକୁ ୧-୦ରେ ଆଗୁଆ କରାଇଥିଲେ।

ଗୋଲ୍ ପରିଶୋଧ କରିବା ପାଇଁ ଭାରତକୁ ବିଳମ୍ବ ହୋଇନଥିଲା। ଚାରି ମିନିଟ୍ ପରେ ଗୁରଜିତ୍ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍କୋରକୁ ୧-୧ରେ ବରାବର କରିଥିଲେ। ତେବେ କ୍ୱାର୍ଟରର ବାକି ମିନିଟରେ ଆଉ କୌଣସି ଗୋଲ୍ ହୋଇନଥିବା ବେଳେ ପ୍ରଥମାର୍ଦ୍ଧ ଖେଳ ବରାବର ରହିଥିଲା।

ଦ୍ୱିତୀୟାର୍ଦ୍ଧରେ ଭାରତର ଜୋରଦାର ଆକ୍ରମଣ କରି ତିନୋଟି ଗୋଲ୍ ସ୍କୋର କରିଥିଲେ। ତୃତୀୟ କ୍ୱାର୍ଟରର ପ୍ରଥମ ମିନିଟରେ ନବନୀତ କୌର୍ ଭାରତକୁ ଦ୍ୱିତୀୟ ସଫଳତା ଦେଇଥିଲେ। ସେ ଫିଲ୍ଡ ଗୋଲ୍ ଦ୍ୱାରା ଭାରତକୁ ସ୍କୋରକୁ ୨-୧ରେ ପହଞ୍ଚାଇଥିଲେ। ୬ ମିନିଟ୍ ବ୍ୟବଧାନରେ ଗୁରଜିତ୍ ନିଜର ଦ୍ୱିତୀୟ ତଥା ଭାରତ ପାଇଁ ତୃତୀୟ ଗୋଲ୍ ସ୍କୋର କରିଥିଲେ। ସେ ପେନାଲ୍ଟି କର୍ଣ୍ଣର ଦ୍ୱାରା ଏହି ଗୋଲ୍ ଦେଇଥିଲେ।

୪୩ତମ ମିନିଟରେ ମାନୁଏଲା ଉରୋଜ୍ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ ଚିଲିକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରାଇଥିଲେ। ଶେଷ କ୍ୱାର୍ଟରରେ ରାନୀ ରାମପଲ୍ ଫିଲ୍ଡ ଗୋଲ୍ ଦେଇ ଭାରତକୁ ୪-୨ରେ ବିଜୟୀ କରାଇଥିଲେ। ରବିବାର ଫାଇନାଲରେ ଭାରତର ସାମ୍ନା ଜାପାନ ସହ ହେବ। ଜାପାନ ସେମିଫାଇନାଲରେ ରୁଷକୁ ଶୁଟଆଉଟରେ ୩-୧ ଗୋଲରେ ପରାସ୍ତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos