ଭାରତର ସବୁଠାରୁ ବୟସ୍କ କ୍ରିକେଟର ବସନ୍ତ ରାୟଜୀଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଭାରତର ସବୁଠାରୁ ବୟସ୍କ ପ୍ରଥମ ଶ୍ରେଣୀ କ୍ରିକେଟର ବସନ୍ତ ରାୟଜୀଙ୍କ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା। ସେ ତାଙ୍କ ଦୁଇ ଝିଅ ଓ ପତ୍ନୀଙ୍କ ସହ ରହୁଥିଲେ। ସେ ୧୦୦ ବର୍ଷ ବଞ୍ଚି ରହିଥିବାରୁ ତାଙ୍କୁ ଦେଶର ସବଠାରୁ ବୟସ୍କ କ୍ରିକେଟରର ଆଖ୍ୟା ମିଳିଛି।

ଦକ୍ଷିଣ ମୁମ୍ବାଇ ସ୍ଥିତ ୱାଲକେଶ୍ୱର ଠାରେ ଥିବା ବାସଭବନରେ ଶୋଇଥିବା ବେଳେ ରାତି ପ୍ରାୟ ୨.୨୦ରେ ତାଙ୍କର ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ହେଲା ବୟସ ଜନିତ ରୋଗରେ ପୀଡ଼ିତ ଥିଲେ। ରାୟଜୀ ୧୯୪୦ରେ ୯ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୨୭୭ ରନ୍‌ କରିଥିଲେ।

ତାଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର ୬୮ ରହିଥିଲା। ୧୯୪୧ରେ ମୁମ୍ବାଇ ପାଇଁ ସେ ଡେବ୍ୟୁ କରିଥିଲେ। ସେତେବେଳେ ଦଳ ବିଜୟ ମର୍ଚାଣ୍ଟଙ୍କ ଅଧୀନରେ ୱେଷ୍ଟର୍ଣ୍ଣ ଇଣ୍ଡିଆ ପାଇଁ ଖେଳୁଥିଲା।

ରାୟଜୀଙ୍କ ମୃତ୍ୟୁରେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓ ବିସିସିଆଇ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। ସଚିନ ଟ୍ୱିଟ କରି ବସନ୍ତ ରାୟଜୀଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ସେ ଲେଖିଛନ୍ତି, “ମୁଁ ଶ୍ରୀ ବସନ୍ତ ରାୟଜୀଙ୍କୁ ତାଙ୍କ ୧୦୦ ତମ ଜନ୍ମଦିନ ଉପଲକ୍ଷେ ଚଳିତ ବର୍ଷ ଭେଟିଥିଲି। କ୍ରିକେଟ ଖେଳିବା ଓ କ୍ରିକେଟ ଦେଖିବା ପାଇଁ ତାଙ୍କର ଇଚ୍ଛାଶକ୍ତି ସତରେ ଅବିଶ୍ୱସନୀୟ ଥିଲା। ତାଙ୍କ ବିୟୋଗରେ ମୁଁ ମର୍ମାହତ।”

ବସିସିଆଇ ଟ୍ୱିଟ କରି କହିଛି ଯେ “ବସନ୍ତ ରାୟଜୀଙ୍କ ବିୟୋଗରେ ବିସିସିଆଇ ମର୍ମାହତ। ଏହି ପ୍ରଥମ ଶ୍ରେଣୀ କ୍ରିକେଟର ତଥା ଐତିହାସିକ ଚଳିତ ବର୍ଷ ଜାନୁଆରୀରେ ୧୦୦ ବର୍ଷରେ ପାଦ ଦେଇଥିଲେ। ଶୋଇଥିବା ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ରାୟଜୀ ବି ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ।”

ଆହୁରି ପଢ଼ନ୍ତୁ

ଏନସିବି ରାଡାରରେ କରଣ ଜୋହର, ଟ୍ୱିଟ୍ କରି କହିଲେ ମୋ ଘରେ ଡ୍ରଗ୍ସ ପାର୍ଟି ହୋଇନି

ସମ୍ପର୍କୀୟଙ୍କ ଦ୍ୱାରା ହତ୍ୟାର ଶିକାର ହେଲେ ମହିଳା, ଦୁଇ ଝିଅ ଗୁରୁତର

ସୋରିଷ ତେଲରେ ଅନ୍ୟାନ୍ୟ ତେଲ ମିଶ୍ରଣ ଉପରେ ଲାଗିଲା ରୋକ୍

‘ଟିକା ସମସ୍ତଙ୍କ ପାଖରେ ପହଞ୍ଚିବା ପୂର୍ବରୁ ବିଶ୍ୱରେ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ’

ମିଳିତ ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇଲା ପାକ୍, ବର୍ଷିଲା ଭାରତ

ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ୧୨୭ କୋଟି ଟଙ୍କା ମୂଲ୍ୟର ଫ୍ଲାଟ ସିଜ୍‌

‘ମୋଦି ବି ମୋ ପୁଅ’ ବୋଲି କହିଲେ ଶାହୀନ ବାଗ ଦାଦି

ବଡ଼ ଧରଣର ଭୂକମ୍ପରେ ଥରିଲା ଲଦାଖ

ହାତରେ ମଣିଷର ଖପୁରୀ ଓ ବେକରେ ଶିକୁଳି ବାନ୍ଧି ଚାଷୀ ବିଲ୍‌କୁ କୃଷକଙ୍କ ବିରୋଧ

କ୍ଷମା ମାଗିଲେ କିମ୍ ଜଙ୍ଗ ଉନ

କରୋନା ଭୟରେ ବ୍ୟକ୍ତି ଏଭଳି ନେଲେ ଷ୍ଟିମ୍, ଲୋକେ କହିଲେ ‘ନୋବେଲ୍ ପୁରସ୍କାର ମିଳୁ’

ଗାଭାସ୍କରଙ୍କ ଟିପ୍ପଣୀ ’ଅରୁଚିକର’: ଅନୁଷ୍କା