ଶ୍ରୀଲଙ୍କା ଗସ୍ତ: ଟି-ଟ୍ୱେଣ୍ଟି ପାଇଁ ଭାରତୀୟ ଦଳ ଘୋଷଣା, କୋହଲିଙ୍କୁ ବିଶ୍ରାମ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଦିନିକିଆ ସିରିଜ୍ ହାରିଥିବା ଓ ଟି-ଟ୍ୱେଣ୍ଟି ସିରିଜ୍ ଜିତି ଥିବା ଭାରତୀୟ ଦଳ ଚଳିତ ମାସରେ ଶ୍ରୀଲଙ୍କା ଗସ୍ତରେ ଯିବ। ଏହି ଗସ୍ତ ବେଳେ ଦଳ ଶ୍ରୀଲଙ୍କା ବିପକ୍ଷରେ ତିନିଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବ। ଏଥିପାଇଁ ସୋମବାର ଭାରତୀୟ ଦଳ ଘୋଷଣା ହୋଇଛି। ବିସିସିଆଇ ପକ୍ଷରୁ କରାଯାଇଛି ଏହି ଘୋଷଣା। ଏଥିରେ ବିରାଟ କୋହଲିଙ୍କ ନିଆଯାଇନାହିଁ। ତାଙ୍କୁ ବିଶ୍ରାମ ଦିଆଯାଇଛି। ଆଜି ଘୋଷଣା କରାଯାଇଥିବା ଟିମରେ ନୂଆ ମୁହଁ ଭାବେ ସ୍ଥାନ ପାଇଛନ୍ତି ପୱନ ନେଗୀ। ସେ ଆଇପିଏଲରେ ଗତ କିଛି ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳି ଭଲ ପ୍ରଦର୍ଶନ କରିଥିଲେ।  ଧୋନୀ ଦଳର ନେତୃତ୍ୱ ନେବେ।  ୯ ତାରିଖରୁ ଏହି ସିରିଜ୍ ଆରମ୍ଭ ହେବ।

ଭାରତୀୟ ଟିମ୍- ମହେନ୍ଦ୍ର ସିଂହ ଧୋନୀ, ରୋହିତ ଶର୍ମା, ଶିଖର ଧାଓୱନ, ଆଜିଙ୍କ୍ୟ ରାହାଣେ, ମନୀଷ ପାଣ୍ଡେ, ସୁରେଶ ରାଇନା, ଯୁବରାଜ ସିଂହ, ହାର୍ଦ୍ଦିକ ପାଣ୍ଡ୍ୟ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଯଶପ୍ରୀତ ବୁମରା, ଆଶିଶ ନେହରା, ହରଭଜନ ସିଂହ, ଭୁବନେଶ୍ୱର କୁମାର ଓ ପୱନ ନେଗୀ।

ସେହିପରି ଅଷ୍ଟ୍ରେଲିଆରେ ଟି-ଟ୍ୱେଣ୍ଟି ସିରିଜ୍ ଜିତି ଇତିହାସ ରଚିଥିବା ଭାରତୀୟ ମହିଳା ଦଳ ମଧ୍ୟ ଶ୍ରୀଲଙ୍କା ଗସ୍ତରେ ଯାଉଛି। ଏଥିପାଇଁ ଦଳ ଘୋଷଣା କରାଯାଇଛି। ଦଳ ସେଠାରେ ଉଭୟ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ୍ ଖେଳିବ।

ଟି-ଟ୍ୱେଣ୍ଟି ଦଳ: ମିଥାଲୀ ରାଜ (ଅଧିନାୟକ), ସ୍ମିତି ମାନ୍ଧାନା, ଭେଦ କୃଷ୍ଣମୂର୍ତ୍ତି, ହରମନପ୍ରୀତ କୌର, ଅଞ୍ଜୁ ପାଟିଲ, ଝୁଲଣ ଗୋସ୍ୱାମୀ, ଶିଖା ପାଣ୍ଡେ, ରାଜେଶ୍ୱର ଗାଏକ୍ୱାର୍ଡ, ସୁଷମା ବର୍ମା, ପୁନମ ଯାଦବ, ଭିଆର ବନିତା, ସ୍ନେହ ରାଣା, ତିରୁସ୍କାମିନି ଏମଡି, ଏକ୍ତା ବିଷ୍ଟ, ନିରଞ୍ଜନା ନାଗରାଜନ।

ଦିନିକିଆ ଦଳ:  ମିଥାଲୀ ରାଜ (ଅଧିନାୟକ), ସ୍ମିତି ମାନ୍ଧାନା, ଭେଦ କୃଷ୍ଣମୂର୍ତ୍ତି, ହରମନପ୍ରୀତ କୌର, ତିରୁସ୍କାମିନି ଏମଡି, ଝୁଲଣ ଗୋସ୍ୱାମୀ, ଶିଖା ପାଣ୍ଡେ, ରାଜେଶ୍ୱର ଗାଏକ୍ୱାର୍ଡ, ସୁଷମା ବର୍ମା, ପୁନମ ଯାଦବ, ଦିପ୍ତୀ ଶର୍ମା, ପୁନମ ରାଉତ, ଆର କଳ୍ପନା, ନିରଞ୍ଜନା ନାଗରାଜନ, ପ୍ରୀତି ବୋଷ।