କାଲିଠାରୁ ୪ର୍ଥ ଟେଷ୍ଟ: ବାଜିରେ ଭାରତର ଫାଇନାଲ ଟିକେଟ୍‌

ଅହମଦାବାଦ: ଆସନ୍ତାକାଲି ଠାରୁ ବିଶ୍ୱର ସର୍ବବୃହତ୍ତ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ସିରିଜ୍‌ର ଶେଷ ତଥା ୪ର୍ଥ ଟେଷ୍ଟ ଆରମ୍ଭ ହେବ। ଭାରତ ଏହି ଷ୍ଟାଡିୟମରେ ଇଂଲଣ୍ଡକୁ ଦ୍ୱିତୀୟ ଟେଷ୍ଟରେ ୧୦ ୱିକେଟରେ ମାତ ଦେଇଥିଲା। ଏଥିସହ ସିରିଜ୍‌ରେ ୨-୧ରେ ଆଗୁଆ ହୋଇଯାଇଥିଲା। କିନ୍ତୁ ଏବେ ବି ଭାରତ ଉପରକୁ ବିପଦ ସଂପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ୪ର୍ଥ ଟେଷ୍ଟରେ ଭାରତର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ଟିକେଟ୍‌ ବାଜିର ଲାଗିବ। […]

BCCI

BCCI

Hemant Lenka
  • Published: Wednesday, 03 March 2021
  • Updated: 03 March 2021, 08:07 PM IST

Sports

Latest News

ଅହମଦାବାଦ: ଆସନ୍ତାକାଲି ଠାରୁ ବିଶ୍ୱର ସର୍ବବୃହତ୍ତ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ସିରିଜ୍‌ର ଶେଷ ତଥା ୪ର୍ଥ ଟେଷ୍ଟ ଆରମ୍ଭ ହେବ। ଭାରତ ଏହି ଷ୍ଟାଡିୟମରେ ଇଂଲଣ୍ଡକୁ ଦ୍ୱିତୀୟ ଟେଷ୍ଟରେ ୧୦ ୱିକେଟରେ ମାତ ଦେଇଥିଲା। ଏଥିସହ ସିରିଜ୍‌ରେ ୨-୧ରେ ଆଗୁଆ ହୋଇଯାଇଥିଲା।

କିନ୍ତୁ ଏବେ ବି ଭାରତ ଉପରକୁ ବିପଦ ସଂପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ୪ର୍ଥ ଟେଷ୍ଟରେ ଭାରତର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ଟିକେଟ୍‌ ବାଜିର ଲାଗିବ। କାରଣ ଏହି ମ୍ୟାଚ୍‌ରେ ଭାରତ ପରାସ୍ତ ହେଲେ ଅଷ୍ଟ୍ରେଲିଆ ଫାଇନାଲ ଟିକେଟ୍‌ ହାସଲ କରିନେବ। ଅତିକମରେ ଭାରତ ଏହି ମ୍ୟାଚ୍‌କୁ ଡ୍ର ରଖିଲେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିନେବ।

[caption id="" align="aligncenter" width="905"] ଶୂବମନ ଗିଲ୍‌[/caption]

ଇଂଲଣ୍ଡ ଦ୍ୱିତୀୟ ମ୍ୟାଚ୍‌ରେ ହାରିବା ପରେ ଫାଇନାଲ ଟିକେଟ୍‌ରୁ ବାଦ୍‌ ପଡ଼ିଛି। ତେଣୁ ଆସନ୍ତାକାଲି ଭାରତ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବା ପାଇଁ ମୈଦାନକୁ ଓହ୍ଲାଇବ। ୪ର୍ଥ ଟେଷ୍ଟରେ ଇଂଲଣ୍ଡକୁ ପରାସ୍ତ କରି ଦଳ ସିରିଜ୍‌କୁ ୩-୧ରେ ଜିତିବା ସହ ଟେଷ୍ଟ ଚାମ୍ପିୟନଶିପ୍‌ ଖେଳିବାକୁ ଯୋଗ୍ୟତା ହାସଲ କରିବା ହିଁ ବିରାଟ ବାହିନୀର ଏକମାତ୍ର ଲକ୍ଷ୍ୟ।

ଏଠାରେ ୩ ଟେଷ୍ଟ ପିଙ୍କ ବଲ୍‌ରେ ଖେଳାଯାଇଥିଲା। ମାତ୍ର ୨ ଦିନରେ ୩୦ଟି ୱିକେଟରେ ପତନ ଘଟିବାରୁ ପିଚ୍‌କୁ ନେଇ ବିତର୍କ ଜାରି ରହିଛି। ଆସନ୍ତାକାଲିର ମ୍ୟାଚ୍‌ ଅବଶ୍ୟ ପିଙ୍କ ବଲରେ ହେବନାହିଁ। କିନ୍ତୁ କେମିତି ପିଚ୍‌ ପ୍ରସ୍ତୁତ ହେଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି। ଭାରତୀୟ ସମୟ ସକାଳ ୯.୩୦ରୁ ଏହି ମ୍ୟାଚ୍‌ ଆରମ୍ଭ ହେବ। କୁହାଯାଉଛି ପୁଣିଥରେ ପିଚ୍‌ କ୍ୟୁରେଟର ଟର୍ଣ୍ଣି ଟ୍ରାକ୍‌ ପ୍ରସ୍ତୁତ କରିଛନ୍ତି।

ଏହାର ଅର୍ଥ ଟିମ୍‌ ଇଣ୍ଡିଆ ୩ ସ୍ପିନର ଓ ୨ ଦ୍ରୁତ ବୋଲର କମ୍ବିନେସନରେ ଚୂଡ଼ାନ୍ତ ୧୧ ପ୍ରସ୍ତୁତ କରିବ। ଦଳ ପାଖରେ ଯଶପ୍ରୀତ ବୁମ୍ରା ନାହାନ୍ତି। ସେ ବ୍ୟକ୍ତିଗତ କାରଣରୁ ୪ର୍ଥ ଟେଷ୍ଟ ପୂର୍ବରୁ ସ୍କ୍ୱାଡରୁ ରିଲିଜ୍‌ ହୋଇଯାଇଛନ୍ତି। ଏଭଳି ସ୍ଥିତିରେ ମହମ୍ମଦ ସିରାଜ କିମ୍ବା ଉମେଶ ଯାଦବଙ୍କ ମଧ୍ୟରୁ ଜଣେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ। ଏମାନଙ୍କ ସହ ଅଭିଜ୍ଞ ଈଶାନ୍ତ ଶର୍ମା ଦ୍ରୁତ ବୋଲିଂର ମଙ୍ଗ ସମ୍ଭାଳିବେ।

ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ୱିନ ତୃତୀୟ ଟେଷ୍ଟରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏପରି କି ଅକ୍ଷର ଉକ୍ତ ମ୍ୟାଚ୍‌ରେ ୧୧ଟି ୱିକେଟ ନେଇଥିଲେ। ତେଣୁ ଏହି ଦୁଇ ବୋଲର ଖେଳିବା ଏକ ପ୍ରକାରର ନିଶ୍ଚିତ। ତୃତୀୟ ସ୍ପିନର ଭାବେ ଗତ ମ୍ୟାଚ୍‌ରେ ୱାଶିଂଟନ ସୁନ୍ଦର ଖେଳୁଥିଲେ। ହେଲେ ସେ ପ୍ରଥମ ଇନିଂସ୍‌ରେ ବୋଲିଂ କରି ନଥିଲେ। ସେହିପରି ଦ୍ୱିତୀୟ ଇନିଂସ୍‌ରେ ୪ଟି ବଲ୍‌ ପକାଇ ଗୋଟିଏ ୱିକେଟ ଦଖଲ କରିଥିଲେ।

[caption id="" align="aligncenter" width="830"] ମ୍ୟାଚ୍‌ ପୂର୍ବରୁ ଅଭ୍ୟାସ କରୁଛନ୍ତି ବିରାଟ, ସିରାଜ ଓ ଉମେଶ[/caption]

ପ୍ରଥମ ଇନିଂସ୍‌ରେ ସେ ବ୍ୟାଟିଂ କରିଥିଲେ ହେଁ ଖାତା ଖୋଲି ପାରି ନଥିଲେ। ଭାରତ ପାଖରେ ଦୁଇ ଅପ ସ୍ପିନର ଅଶ୍ୱିନ ଓ ଅକ୍ଷର ଥିବାରୁ ଆସନ୍ତାକାଲି ଚାଇନା ମ୍ୟାନ୍‌ କୁଲଦୀପ ଯାଦବଙ୍କୁ ସୁନ୍ଦରଙ୍କ ବଦଳରେ ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।

ବ୍ୟାଟିଂ ଲାଇନ ଅପ୍‌କୁ ବିଚାରକୁ ନେଲେ ଦଳ କୌଣସି ପରିବର୍ତ୍ତନ କରିବ ନାହିଁ। ଶୁବମନ ଗିଲ୍‌ ଓ ରୋହିତ ଶର୍ମା ଭଲ ଲୟରେ ଅଛନ୍ତି। ୩ନଂରେ ଚେତେଶ୍ୱର ପୂଜାରା, ୪ନଂରେ ବିରାଟ କୋହଲି, ୫ନଂରେ ଅଜିଙ୍କ୍ୟ ରାହାଣେ ଓ ୬ନଂରେ ଋଷଭ ପନ୍ତଙ୍କ ଭଳି ବ୍ୟାଟସମ୍ୟାନ ରହିଛନ୍ତି।

ଅନ୍ୟପକ୍ଷରେ ଇଂଲଣ୍ଡ ପିଙ୍କ ବଲ୍‌ ମ୍ୟାଚ୍‌ରେ ୩ ଦ୍ରୁତ ବୋଲର ଖେଳାଇଥିଲା। ଭାରତୀୟ ପିଚ୍‌ରେ ୩ ଦ୍ରୁତ ବୋଲରଙ୍କୁ ଖେଳାଇବା ନିଷ୍ପତ୍ତିକୁ ଅନେକ ସମାଲୋଚନା କରିଥିଲେ। ଏପରି କି ଜ୍ୟାକ୍‌ ଲିଚ୍‌ଙ୍କୁ ଛାଡ଼ି ଦେଲେ ଦଳ ପାଖରେ କୌଣସି ପ୍ରଫେସନାଲ ସ୍ପିନର ନଥିଲେ। ଅଧିନାୟକ ଜୋ ରୁଟ୍‌ ନିଜେ ସ୍ପିନ ବୋଲିଂ କରି ୫ଟି ୱିକେଟ ନେଇଥିଲେ। ତେଣୁ ଦଳ ଆସନ୍ତାକାଲି ୩ ଦ୍ରୁତ ବୋଲରଙ୍କ ମଧ୍ୟରୁ ଜଣଙ୍କୁ ବେଞ୍ଚରେ ବସାଇବ।

[caption id="" align="aligncenter" width="898"] ପନ୍ତଙ୍କୁ ବ୍ୟାଟିଂ ଟେକ୍ନିନିକ ଶିଖାଉଛନ୍ତି ରବି ଶାସ୍ତ୍ରୀ[/caption]

ଦ୍ରୁତ ବୋଲରଙ୍କ ବଦଳରେ ଟମ୍‌ ବେସ୍‌ଙ୍କୁ ଦ୍ୱିତୀୟ ସ୍ପିନର ଭାବେ ସାମିଲ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଇଂଲଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରୁ ବାଦ୍‌ ପଡ଼ିଛି ସତ, ହେଲେ ଭାରତକୁ ହରାଇ ଦଳ ସିରିଜ୍‌ ୨-୨ରେ ବରାବର କରିବାକୁ ଫୁଲଦମରେ ଚେଷ୍ଟା କରିବ ବୋଲି କ୍ରିକେଟ ପଣ୍ଡିତମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story