ବିଶ୍ୱକପ୍‌ରୁ ଧୱନ ଆଉଟ୍‌, ଟିମ୍‌ ଇଣ୍ଡିଆରେ ସାମିଲ ହେଲେ ଏହି ଖେଳାଳି

ଲଣ୍ଡନ: ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆକୁ ଜବରଦସ୍ତ ଝଟ୍‌କା ଲାଗିଛି। ଆହତ ସମସ୍ୟା ଯୋଗୁ ବିଶ୍ୱକପ୍‌ ୨୦୧୯ରୁ ସଂପୂର୍ଣ୍ଣ ରୂପେ ବାଦ ପଡ଼ିଛନ୍ତି ଟିମ୍‌ ଇଣ୍ଡିଆର ଓପନର ଶିଖର ଧୱନ। ଆଜି ବିସିସିଆଇ ଓ ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ଧୱନ ବିଶ୍ୱକପ୍‌ ସ୍କ୍ୱାଡ୍‌ରୁ ବାଦ ପଡ଼ିଥିବାରୁ  ରିଷଭ ପନ୍ତଙ୍କୁ ତାଙ୍କ ବଦଳରେ ଟିମ୍‌ ଇଣ୍ଡିଆର ୧୫ ଜଣିଆ ସ୍କ୍ୱାଡ୍‌ରେ ସାମିଲ କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ବେଳେ ଧୱନଙ୍କ ବୁଡ଼ା ଆଙ୍ଗୁଠିରେ ଆଘାତ […]

wq

wq

Hemant Lenka
  • Published: Wednesday, 19 June 2019
  • Updated: 19 June 2019, 07:13 PM IST

Sports

Latest News

ଲଣ୍ଡନ: ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆକୁ ଜବରଦସ୍ତ ଝଟ୍‌କା ଲାଗିଛି। ଆହତ ସମସ୍ୟା ଯୋଗୁ ବିଶ୍ୱକପ୍‌ ୨୦୧୯ରୁ ସଂପୂର୍ଣ୍ଣ ରୂପେ ବାଦ ପଡ଼ିଛନ୍ତି ଟିମ୍‌ ଇଣ୍ଡିଆର ଓପନର ଶିଖର ଧୱନ। ଆଜି ବିସିସିଆଇ ଓ ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ଧୱନ ବିଶ୍ୱକପ୍‌ ସ୍କ୍ୱାଡ୍‌ରୁ ବାଦ ପଡ଼ିଥିବାରୁ  ରିଷଭ ପନ୍ତଙ୍କୁ ତାଙ୍କ ବଦଳରେ ଟିମ୍‌ ଇଣ୍ଡିଆର ୧୫ ଜଣିଆ ସ୍କ୍ୱାଡ୍‌ରେ ସାମିଲ କରାଯାଇଛି।

ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ବେଳେ ଧୱନଙ୍କ ବୁଡ଼ା ଆଙ୍ଗୁଠିରେ ଆଘାତ ଲାଗିଥିଲା। ସ୍କାନ୍‌ ପରେ ତାଙ୍କ ବୁଢ଼ା ଆଙ୍ଗୁଠିର ହାଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଥିଲା ତେବେ ଧୱନ ସେହି ଭଙ୍ଗା ଆଙ୍ଗୁଳିରେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକୀୟ ଇନିଂସ ଖେଳିଥିଲେ। ଆହତ ସତ୍ତ୍ୱେ ଟିମ୍‌ ମ୍ୟାନେଜମେଣ୍ଟ ତାଙ୍କ ଉପରେ ଭରସା କରିବା ସହ ସେ ଦଳ ସହ ରହିବେ ବୋଲି ଘୋଷଣା କରିଥିଲେ। ହେଲେ ଏବେ ଧୱନଙ୍କୁ ସୁସ୍ଥ ହେବା ପାଇଁ ଏକ ମାସରୁ ଅଧିକ ସମୟ ଲାଗିବ ବୋଲି ଜଣାପଡ଼ିଛି। ତେଣୁ ଧୱନଙ୍କୁ ବିଶ୍ୱକପ୍‌ ସ୍କ୍ୱାଡ୍‌ରୁ ବାଦ୍‌ ଦିଆଯାଇଛି।

ଟିମ୍‌ ଇଣ୍ଡିଆର ପ୍ରଶାସନିକ ମ୍ୟାନେଜର ସୁନୀଲ ସୁବ୍ରମଣିୟମ କହିଛନ୍ତି, “ ଶିଖର ଧୱନଙ୍କ ବାମହାତର ଆଙ୍ଗୁଠିର ହାଡ଼ ଭାଙ୍ଗି ଯାଇଛି। ଜୁଲାଇ ମାସ ଶେଷ ଆଡ଼କୁ ହିଁ ଏହା ଠିକ୍‌ ହେବ। ଏହି କାରଣ ପାଇଁ ତାଙ୍କୁ ବିଶ୍ୱକପ୍‌ ସ୍କ୍ୱାଡ୍‌ରୁ ବାଦ ଦିଆଯାଇଛି। ଆମେ  ଏ ସମ୍ପର୍କରେ ଆଇସିସିକୁ ଚିଠି ଲେଖି ଜଣାଇଛୁ।”

ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ଧୱନ ଆହତ ମାମଲାର ସବୁ ରିପୋର୍ଟ ଆଇସିସି ଟେକ୍ନିକାଲ୍ ଟିମକୁ ପ୍ରଦାନ କରିଥିଲା। ଏହାପରେ ପନ୍ତଙ୍କୁ ତାଙ୍କର ରିପ୍ଲେଶମେଣ୍ଟ ଭାବେ ନେବାକୁ ଅନୁରୋଧ କରିଥିଲା। ଆଇସିସି ଅନୁମତି ଦେବା ପରେ ପନ୍ତଙ୍କୁ ସ୍କ୍ୱାଡ୍‌ରେ ସାମିଲ କରାଯାଇଛି। ଧୱନ୍‌ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବା ନେଇ ବିସିସିଆଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି। ଆହତ ଯୋଗୁ ଧୱନ ରବିବାର ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଖେଳି ପାରି ନଥିଲେ। ସେ ୩୦ ତାରିଖ ସୁଦ୍ଧା ଫିଟ୍‌ ହୋଇଯିବେ ବୋଲି କୁହାଯାଇଥିଲା। ହେଲେ ଏବେ ସବୁ ଆଶାରେ ପାଣି ପଡ଼ି ଯାଇଛି।

ଧୱନ ଆହତ ହେବାର ଗୋଟିଏ ଦିନ ପରେ ପନ୍ତଙ୍କୁ ତାଙ୍କ ବ୍ୟାକଅପ୍‌ ଭାବେ ଇଂଲଣ୍ଡ ପଠା ଯାଇଥିଲା। ସେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଟିମ୍‌ ସହ ଅଭ୍ୟାସ ମଧ୍ୟ କରିଥିଲେ। ହେଲେ ମ୍ୟାଚ୍‌ ବେଳେ ଭାରତୀୟ ଡ୍ରେସିଂ ରୁମ୍‌କୁ ଯାଇ ପାରି ନଥିଲେ। ଏବେ ସେ ୧୫ ଜଣିଆ ଟିମ୍‌ ଇଣ୍ଡିଆର ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ସାମିଲ ହୋଇଛନ୍ତି।

ଐତିହାସିକ ଓଭାଲ ଗ୍ରାଉଣ୍ଡରେ ଭାରତ ଓ ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍‌ ହୋଇଥିଲା। ମ୍ୟାଚ୍‌ ଆରମ୍ଭରୁ ହିଁ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ନେଥନ କୁଲ୍ଟର-ନାଇଲ୍‌ଙ୍କ ଏକ ବଲ୍‌ ସିଧାସଳଖ ଧୱନଙ୍କ ବାମହାତ ବୁଢ଼ା ଆଙ୍ଗୁଠିରେ ମାଡ଼ ହୋଇଥିଲା। ସଙ୍ଗେସଙ୍ଗେ ଫିଜିଓ ଆସି ଧୱନଙ୍କ ଅଙ୍ଗୁଳିରେ ସ୍ପ୍ରେ କରିଥିଲେ। ବୁଢ଼ା ଆଙ୍ଗୁଠିରେ ଜୋରଦାର ଆଘାତ ଲାଗିଥିଲେ ହେଁ ଏହା ଧୱନଙ୍କ ବ୍ୟାଟିଂ ଉପରେ କୌଣସି ପ୍ରଭାବ ପକାଇ ନଥିଲା।

ସେ ସେହି ଭଙ୍ଗା ଆଙ୍ଗୁଠିରେ ଅଷ୍ଟ୍ରେଲିଆର ସବୁ ବୋଲରଙ୍କୁ କଡ଼ା ପ୍ରହାର କରିଥିଲେ। ଏଥିସହ ସେ ୧୦୯ ବଲ୍‌ରେ ୧୧୭ ରନ୍‌ର ଇନିଂସ୍‌ ଖେଳିଥିଲେ। ଏହା ଧୱନଙ୍କ ଆଇସିସି ଇଭେଣ୍ଟରେ ୬ଷ୍ଠ ଶତକ। ଧୱନଙ୍କ ଶତକ ବଳରେ ଭାରତ ୩୫୨ ରନ୍‌ କରିଥିଲା। ବିଶାଳ ସ୍କୋର ଯୋଗୁ ଟିମ୍‌ ଇଣ୍ଡିଆ ଉକ୍ତ ମ୍ୟାଚ୍‌କୁ ୩୬ ରନ୍‌ରେ ଜିତି ନେଇଥିଲା। ଭାରତର ଫିଲ୍ଡିଂ ବେଳେ ଧୱନ ପଡ଼ିଆକୁ ଓହ୍ଲାଇ ନଥିଲେ। ତାଙ୍କ ବଦଳରେ ରବୀନ୍ଦ୍ର ଜାଡେଜା ପୂରା ୫୦ ଓଭର୍‌ର ଫିଲ୍ଡିଂ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story