ଅଷ୍ଟ୍ରେଲିଆକୁ ଝଟ୍‌କା: ପରବର୍ତ୍ତୀ ମ୍ୟାଚ୍‌ ଖେଳିବେନି ଷ୍ଟୋଇନିସ୍‌

ଲଣ୍ଡନ୍‌: ଭାରତ ପରେ ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆକୁ ବିଶ୍ୱକପ୍‌ରେ ଝଟ୍‌କା ଲାଗିଛି। ଆହତ ଥିବା କାରଣରୁ ଦଳର ପ୍ରମୁଖ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍‌ ପରବର୍ତ୍ତୀ ମ୍ୟାଚ୍‌ ଖେଳିବେ ନାହିଁ ବୋଲି ଜଣାପଡ଼ିଛି। ଆସନ୍ତାକାଲି ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ହେବ। ତେବେ ମାଂସପେଶୀରେ ଯନ୍ତ୍ରଣା ଯୋଗୁ ଷ୍ଟୋଇନିସ୍‌ ଏହି ମ୍ୟାଚ୍‌ରୁ ବାଦ୍‌ ପଡ଼ିବେ ବୋଲି ଜଣାପଡ଼ିଛି। ଭାରତ ବିପକ୍ଷ ମ୍ୟାଚ୍‌ରେ ଷ୍ଟୋଇନିସ୍‌ ୭ ଓଭର୍‌ ବୋଲିଂ କରି ୨ଟି ୱିକେଟ୍‌ ଦଖଲ କରିଥିଲେ। ତେବେ ବ୍ୟାଟିଂରେ […]

p

Hemant Lenka
  • Published: Tuesday, 11 June 2019
  • , Updated: 11 June 2019, 06:30 PM IST

ଲଣ୍ଡନ୍‌: ଭାରତ ପରେ ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆକୁ ବିଶ୍ୱକପ୍‌ରେ ଝଟ୍‌କା ଲାଗିଛି। ଆହତ ଥିବା କାରଣରୁ ଦଳର ପ୍ରମୁଖ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍‌ ପରବର୍ତ୍ତୀ ମ୍ୟାଚ୍‌ ଖେଳିବେ ନାହିଁ ବୋଲି ଜଣାପଡ଼ିଛି। ଆସନ୍ତାକାଲି ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ହେବ। ତେବେ ମାଂସପେଶୀରେ ଯନ୍ତ୍ରଣା ଯୋଗୁ ଷ୍ଟୋଇନିସ୍‌ ଏହି ମ୍ୟାଚ୍‌ରୁ ବାଦ୍‌ ପଡ଼ିବେ ବୋଲି ଜଣାପଡ଼ିଛି।

ଭାରତ ବିପକ୍ଷ ମ୍ୟାଚ୍‌ରେ ଷ୍ଟୋଇନିସ୍‌ ୭ ଓଭର୍‌ ବୋଲିଂ କରି ୨ଟି ୱିକେଟ୍‌ ଦଖଲ କରିଥିଲେ। ତେବେ ବ୍ୟାଟିଂରେ ସେ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ଷ୍ଟୋଇନିସ୍‌ ଆହତ ହୋଇଥିବାରୁ ଟିମ୍‌ ଅଷ୍ଟ୍ରେଲିଆ ଅନ୍ୟତମ ଅଲରାଉଣ୍ଡର ମିଚେଲ ମାର୍ଶଙ୍କୁ ଇଂଲଣ୍ଡ ଡକାଇଛି। ହେଲେ ସେ ଷ୍ଟୋଇନିସ୍‌କୁ ରିପ୍ଲେସ କରିବେ କି ନାହିଁ, ତାହା ବିଧିବଦ୍ଧ ଭାବେ ଘୋଷଣା ହୋଇନାହିଁ। ଏ ସମ୍ପର୍କରେ ଆସନ୍ତାକାଲି ଜଣାପଡ଼ିବ ବୋଲି କୁହାଯାଉଛି।

Related story