ଦୁଇବର୍ଷ ପରେ ବାରବାଟୀକୁ ଫେରିଲା ଅନ୍ତର୍ଜାତୀୟ ମ୍ୟାଚ୍

ନୂଆଦିଲ୍ଲୀ: ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇଁ ବଡ଼ ଖୁସି ଖବର। ପ୍ରାୟ ଦୁଇବର୍ଷ ପରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମକୁ ଅନ୍ତର୍ଜାତୀୟ ମ୍ୟାଚ୍ ଫେରିଛି। ଆଜି ବିସିସିଆଇ ପକ୍ଷରୁ ଘରୋଇ କ୍ରିକେଟ୍ ସିଜନ୍ ଘୋଷଣା କରାଯାଇଛି, ଯେଉଁଥିରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜର ତୃତୀୟ ମ୍ୟାଚ୍ ଡିସେମ୍ବର ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ସ୍ଥିର ହୋଇଛି। ଶେଷଥର ପାଇଁ ୧୯ ଜାନୁଆରୀ, ୨୦୧୭ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ ବାରବାଟୀରେ ଆୟୋଜିତ ହୋଇଥିଲା। […]

barabati

barabati

Hemant Lenka
  • Published: Monday, 03 June 2019
  • Updated: 03 June 2019, 10:43 PM IST

ନୂଆଦିଲ୍ଲୀ: ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇଁ ବଡ଼ ଖୁସି ଖବର। ପ୍ରାୟ ଦୁଇବର୍ଷ ପରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମକୁ ଅନ୍ତର୍ଜାତୀୟ ମ୍ୟାଚ୍ ଫେରିଛି। ଆଜି ବିସିସିଆଇ ପକ୍ଷରୁ ଘରୋଇ କ୍ରିକେଟ୍ ସିଜନ୍ ଘୋଷଣା କରାଯାଇଛି, ଯେଉଁଥିରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜର ତୃତୀୟ ମ୍ୟାଚ୍ ଡିସେମ୍ବର ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ସ୍ଥିର ହୋଇଛି।

ଶେଷଥର ପାଇଁ ୧୯ ଜାନୁଆରୀ, ୨୦୧୭ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ ବାରବାଟୀରେ ଆୟୋଜିତ ହୋଇଥିଲା। ଏହି ମ୍ୟାଚରେ ଭାରତ ୧୫ ରନରେ ବିଜୟୀ ହୋଇଥିଲା। ତେବେ ଅଢ଼େଇ ବର୍ଷ ପରେ ପୁଣିଥରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ୍ ଫେରିବା ନେଇ କ୍ରିକେଟପ୍ରେମୀଙ୍କ ମନରେ ଖୁସି ଖେଳିଯାଇଛି।

ଚଳିତବର୍ଷ ଡିସେମ୍ବରରେ ୱେଷ୍ଟଇଣ୍ଡିଜ୍ ଭାରତ ଗସ୍ତରେ ଆସିବ। ଏହି ଗସ୍ତ କାଳରେ ଦୁଇ ଟିମ୍ ମଧ୍ୟରେ ତିନୋଟି ଟି-୨୦ ଓ ତିନୋଟି ଦିନିକିଆ ମ୍ୟାଚ୍ ଖେଳାଯିବ। ପ୍ରଥମେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଡିସେମ୍ବର ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏହା ପରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୧୫ରେ ଚେନ୍ନାଇରେ ଖେଳାଯିବ। ଡିସେମ୍ବର ୧୮ରେ ଦ୍ୱିତୀୟ ମ୍ୟାଚ୍ ଭାଇଜାଗ ଏବଂ ୨୨ ତାରିଖରେ ତୃତୀୟ ମ୍ୟାଚ୍ କଟକରେ ଖେଳାଯିବ।

ଚଳିତବର୍ଷ ଭାରତରେ ୫ ଟେଷ୍ଟ, ୯ ଦିନିକିଆ ଏବଂ ୧୨ ଟି-୨୦ ମ୍ୟାଚ୍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଅକ୍ଟୋବରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଏବଂ ନଭେମ୍ବରରେ ବାଂଲାଦେଶ ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଖେଳାଯିବ। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରୁ ଭାରତର ଘରୋଇ ସିଜନ ଆରମ୍ଭ ହେବ। ବାଂଲାଦେଶ ବିପକ୍ଷ ସିରିଜ୍ ଟି-୨୦ରୁ ଆରମ୍ଭ ହେବ।

ବାଂଲାଦେଶ ୨୦୧୭ ପରେ ପ୍ରଥମଥର ଭାରତ ଗସ୍ତରେ ଆସିବ। ସେହିପରି ଆସନ୍ତାବର୍ଷ ଜାନୁଆରୀରେ ଜିମ୍ବାୱେ ଭାରତ ଗସ୍ତରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ। ୨୦୨୦ ଜାନୁଆରୀରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ଏହା ପରେ ମାର୍ଚ୍ଚରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story