ଆଇପିଏଲ୍‌ ନିଲାମୀ ପାଇଁ ୧୦ ଖେଳାଳିଙ୍କ ନାଁ ଦେଲା ଓସିଏ

ଭୁବନେଶ୍ୱର: ୨୦୧୭ ଆଇପିଏଲ୍‌ର ୧୦ମ ସଂସ୍କରଣ ପାଇଁ ଆସନ୍ତା ୨୦ ତାରିଖରେ ଖେଳାଳି ନିଲାମୀ ହେବ। ଏଥିପାଇଁ ଓଡ଼ିଶା କ୍ରିକେଟ୍‌ ଆସୋସିଏମସନ (ଓସିଏ) ପକ୍ଷରୁ ୧୦ ଜଣ ଖେଳାଳିଙ୍କ ନାମ ବିସିସିଆଇ ନିକଟକୁ ପଠାଯାଇଛି।

ଓସିଏ ପଠାଇଥିବା ଏହି ଖେଳାଳିମାନେ ହେଲେ ବିପ୍ଲବ ସାମନ୍ତରାୟ, ଗୋବିନ୍ଦ ପୋଦ୍ଦାର, ସୂର୍ଯ୍ୟକାନ୍ତ ପ୍ରଧାନ, ଦୀପକ ବେହେରା, ବସନ୍ତ ମହାନ୍ତି, ସନ୍ଦୀପ ପଟ୍ଟନାୟକ, ଶୁଭ୍ରାଂଶୁ ସେନାପତି, ରଞ୍ଜିତ ସିଂ, ସୌରଭ ରାୱତ ଏବଂ ଅଭିଷେକ ଯାଦବ।