ବେଙ୍ଗାଲୁରୁ: ଆଇପିଏଲ୍ ୧୧ ପାଇଁ ଆଜି ମଧ୍ୟ ନିଲାମ ଚାଲିଛି। ଏ ସିଜିନ୍ରେ ବର୍ତ୍ତମାନ ପର୍ଯ୍ୟନ୍ତ ଫାଷ୍ଟ୍ ବୋଲର୍ ଜୟଦେବ ଉନାଦକଟ୍ ସବୁଠୁ ମହଙ୍ଗା ଭାରତୀୟ କ୍ରିକେଟର ହୋଇଛନ୍ତି। ତାଙ୍କୁ ୧୧.୫୦ କୋଟି ଟଙ୍କାରେ କିଣିଛି ରାଜସ୍ଥାନ ରୟାଲ୍ସ। ଗତକାଲି କେଏଲ ରାହୁଲଙ୍କୁ ପଞ୍ଜାବ ଓ ମନୀଷ ପାଣ୍ଡେଙ୍କୁ ହାଇଦ୍ରାବାଦ ଟିମ୍ ୧୧ କୋଟି ଟଙ୍କାରେ କିଣିଥିଲେ।
ସୂଚନାଯୋଗ୍ୟ, ଗତବର୍ଷ ଶ୍ରୀଲଙ୍କା ବିପକ୍ଷ ୩ଟି ମ୍ୟାଚ୍ ବିଶିଷ୍ଟ ଟ୍ୱେଣ୍ଟି ଟ୍ୱେଣ୍ଟି ସିରିଜ୍ରେ ୨୬ ବର୍ଷୀୟ ଫାଷ୍ଟ୍ ବୋଲର ଜୟଦେବ ଉନାଦକଟ୍ ‘ମ୍ୟାନ୍ ଅଫ୍ ଦ ସିରିଜ୍’ ପାଇଥିଲେ।
ଆଜିର ନିଲାମରେ ଯୁବ ଓ ନୂଆ ଖେଳାଳିମାନଙ୍କ ଅଧିକ ଚାହିଦା ଦେଖିବାକୁ ମିଳିଥିଲା।
ମହମ୍ମଦ ସିରାଜଙ୍କୁ ୨ କୋଟି ୬୦ ଲକ୍ଷ ଟଙ୍କାରେ କିଣିଛି ବେଙ୍ଗାଲୁରୁ ଟିମ୍। ସେହିପରି ସାର୍ଦୁଳ ଠାକୁରଙ୍କୁ ମଧ୍ୟ ୨ କୋଟି ୬୦ ଲକ୍ଷରେ କିଣିଛି ଚେନ୍ନାଇ ସୁପର କିଙ୍ଗ୍ସ। ଅଲ୍ରାଉଣ୍ଡର ଓ୍ୱାସିଂଟନ ସୁନ୍ଦରଙ୍କୁ ଆର୍ସିବି ୩.୨ କୋଟି ଟଙ୍କାରେ କିଣିଥିବା ବେଳେ ଅଷ୍ଟ୍ରେଲିଆର ଅଲରାଉଣ୍ଡର ବେନ୍ କଟିଙ୍ଗଙ୍କୁ ୨.୨ କୋଟି ଟଙ୍କାରେ କିଣିଛି ମୁମ୍ବାଇ। ତେବେ ଦକ୍ଷିଣ ଆଫ୍ରିକାର ପ୍ରତିଷ୍ଠିତ ପେସ୍ ବୋଲର ଡେନ୍ ଷ୍ଟେନ୍ଙ୍କୁ କୌଣସି ଟିମ୍ କିଣିନାହାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।