IPL-11: ନିଆରା ରେକର୍ଡ, ପ୍ରଥମେ ବ୍ୟାଟିଂ କଲେ ହାରୁଛି ଦଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ ୨୦୧୮ରେ ନିଆରା ରେକର୍ଡ। ଯେଉଁ ଟିମ୍‌ ପ୍ରଥମେ ବ୍ୟାଟିଂ କରୁଛୁ ସେ ହାରୁଛି, ଆଉ ଯେଉଁ ଟିମ୍‌ ଦ୍ୱିତୀୟରେ ବ୍ୟାଟିଂ କରୁଛୁ ସେ ଜିତୁଛି। ଆଇପିଏଲ ଚଳିତ ସିଜିନରେ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ ଏହି ସମସ୍ତ ମ୍ୟାଚ୍‌ରେ ଚେଜ୍‌ କରୁଥିବା ଟିମ୍‌ ବିଜୟୀ ହୋଇଛି। ଆଇପିଏଲ ୨୦୧୮ର ଉଦ୍‌ଘାଟନୀ ମ୍ୟାଚ୍‌, ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଦ୍ୱିତୀୟରେ ବ୍ୟାଟିଂ କରୁଥିବା ଟିମ୍‌ ବିଜୟୀ ହୋଇଥିଲା। ମୁମ୍ବାଇ […]

1523096099-ipl-2018-hotstar

1523096099-ipl-2018-hotstar

Rakesh Mallick
  • Published: Tuesday, 10 April 2018
  • Updated: 10 April 2018, 05:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ ୨୦୧୮ରେ ନିଆରା ରେକର୍ଡ। ଯେଉଁ ଟିମ୍‌ ପ୍ରଥମେ ବ୍ୟାଟିଂ କରୁଛୁ ସେ ହାରୁଛି, ଆଉ ଯେଉଁ ଟିମ୍‌ ଦ୍ୱିତୀୟରେ ବ୍ୟାଟିଂ କରୁଛୁ ସେ ଜିତୁଛି। ଆଇପିଏଲ ଚଳିତ ସିଜିନରେ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ ଏହି ସମସ୍ତ ମ୍ୟାଚ୍‌ରେ ଚେଜ୍‌ କରୁଥିବା ଟିମ୍‌ ବିଜୟୀ ହୋଇଛି।

ଆଇପିଏଲ ୨୦୧୮ର ଉଦ୍‌ଘାଟନୀ ମ୍ୟାଚ୍‌, ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଦ୍ୱିତୀୟରେ ବ୍ୟାଟିଂ କରୁଥିବା ଟିମ୍‌ ବିଜୟୀ ହୋଇଥିଲା। ମୁମ୍ବାଇ ପ୍ରଥମେ ବ୍ୟାଟିଂ ୧୬୫ ରନ୍‌ କରିଥିବା ବେଳେ ଜବାବରେ ସିଏସ୍‌କେ ଗୋଟିଏ ୱିକେଟ୍‌ରେ ଜିତିନେଇଥିଲା। ଅନ୍ୟପଟେ ଆଇପିଏଲର ଦ୍ୱିତୀୟ ମ୍ୟାଚ୍‌ରେ ଦିଲ୍ଲୀକୁ ପଞ୍ଜାବ ୬ ୱିକେଟ୍‌ ପରାସ୍ତ କରିଥିଲା। ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୧୬୬ ରନ କରିଥିବା ବେଳେ ୧୬୭ରନ ବିଜୟ ଲକ୍ଷ୍ୟକୁ ଚେଜ୍‌ କରି ପଞ୍ଜାବ ଜିତିନେଇଥିଲା।

ଆଇପିଏଲର ତୃତୀୟ ମ୍ୟାଚରେ ଆର୍‌ସିବିକୁ ୪ୱିକେଟ୍‌ରେ ପରାସ୍ତ କରିଛି କେକେଆର୍‌। ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ୧୭୬ କରିଥିବା ବେଳେ କୋଲକାତା ୧୭୭ରନର ବିଜୟ ଲକ୍ଷ୍ୟକୁ ଦ୍ୱିତୀୟରେ ବ୍ୟାଟିଂ କରି ହାସଲ କରିନେଇଥିଲା। ସେହିପରି ଆଇପିଏଲର ୪ର୍ଥ ମ୍ୟାଚ୍‌ରେ ମଧ୍ୟ ଚେଜ୍‌ କରୁଥିବା ସନରାଇଜର୍ସ ହାଇଦ୍ରାବାଦ ୯ୱକେଟ୍‌ରେ ବିଜୟୀ ହୋଇଛି। ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୧୨୫ ରନ କରିଥିବା ବେଳେ ଗୋଟିଏ ୱିକେଟ୍‌ ହରାଇ ହାଇଦ୍ରାବାଦ ବିଜୟୀ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos