ସରିଲା ଆଇପିଏଲ୍ ଲିଗ୍ ପର୍ଯ୍ୟାୟ: ଶୀର୍ଷରେ ୱାର୍ଣ୍ଣର୍, ରବାଡା ଓ ରସେଲ୍

ନୂଆଦିଲ୍ଲୀ: ଚାହୁଁ ଚାହୁଁ ଆଇପିଏଲର ଲିଗ୍ ପର୍ଯ୍ୟାୟ ଇତି ମଧ୍ୟରେ ଶେଷ ହୋଇଛି। ମାର୍ଚ୍ଚ ୨୩ ତାରିଖରୁ ୮ଟି ଟିମକୁ ନେଇ ଆରମ୍ଭ ହୋଇଥିବା ଏହି ବ୍ୟୟବହୁଳ ଲିଗର ୪୪ ଦିନର ରୋମାଞ୍ଚ ପରେ ପ୍ଲେଅଫ୍ ପାଇଁ ୪ ଟିମ୍ ଚୂଡ଼ାନ୍ତ ହୋଇଛି। ପ୍ଲେଅଫକୁ ଚେନ୍ନାଇ ସୁପର କିଙ୍ଗସ୍, ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ଉନ୍ନୀତ ହୋଇଛନ୍ତି। ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମ ଟିମ୍ ଭାବେ ଆଇପିଏଲରୁ ବିଦାୟ ନେଇଥିବା ବେଳେ ଏହା […]

ipl-best-3

ipl-best-3

Hemant Lenka
  • Published: Monday, 06 May 2019
  • Updated: 06 May 2019, 05:26 PM IST

Sports

Latest News

ନୂଆଦିଲ୍ଲୀ: ଚାହୁଁ ଚାହୁଁ ଆଇପିଏଲର ଲିଗ୍ ପର୍ଯ୍ୟାୟ ଇତି ମଧ୍ୟରେ ଶେଷ ହୋଇଛି। ମାର୍ଚ୍ଚ ୨୩ ତାରିଖରୁ ୮ଟି ଟିମକୁ ନେଇ ଆରମ୍ଭ ହୋଇଥିବା ଏହି ବ୍ୟୟବହୁଳ ଲିଗର ୪୪ ଦିନର ରୋମାଞ୍ଚ ପରେ ପ୍ଲେଅଫ୍ ପାଇଁ ୪ ଟିମ୍ ଚୂଡ଼ାନ୍ତ ହୋଇଛି। ପ୍ଲେଅଫକୁ ଚେନ୍ନାଇ ସୁପର କିଙ୍ଗସ୍, ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ଉନ୍ନୀତ ହୋଇଛନ୍ତି। ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମ ଟିମ୍ ଭାବେ ଆଇପିଏଲରୁ ବିଦାୟ ନେଇଥିବା ବେଳେ ଏହା ପରେ ରାଜସ୍ଥାନ ରୟାଲ୍ସ, କିଙ୍ଗସ୍ ଇଲେଭେନ୍ ପଞ୍ଜାବର ମଧ୍ୟ ଅଭିଯାନ ଶେଷ ହୋଇଥିଲା।

ତେବେ ଶେଷରେ କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲରୁ ଆଉଟ୍ ହୋଇଥିଲା। ହାଇଦ୍ରାବାଦ ୬ ମ୍ୟାଚ୍ ଜିତି ପ୍ଲେଅଫରେ ସ୍ଥାନ ହାସଲ କରିଛି। ତେବେ ଆଇପିଏଲର ଲିଗ୍ ପର୍ଯ୍ୟାୟରେ ଏଥର ବହୁ ରୋମାଞ୍ଚ ଦେଖିବାକୁ ମିଳିଛି। ବଲ୍ ଟ୍ୟାମ୍ପରିଂ ଅଭିଯୋଗରେ ବର୍ଷେ ବ୍ୟାନ୍ କାଟି ପ୍ରତ୍ୟାବର୍ତ୍ତନ କରିଥିବା ଡେଭିଡ୍ ୱାର୍ଣ୍ଣର ନିଜର ବ୍ୟାଟ୍ ଦ୍ୱାରା ଧମାକା କରିଥିବା ବେଳେ ପ୍ରଥମଥର ଆଇପିଏଲ ଖେଳୁଥିବା ଦକ୍ଷିଣ ଆଫ୍ରିକାର କାଗିସୋ ରବାଡା ନିଜ ବୋଲିଂରେ ଦମ୍ ଦେଖାଇଛନ୍ତି। ସେହିପରି ଆନ୍ଦ୍ରେ ରସେଲ ମଧ୍ୟ ଅଲରାଉଣ୍ଡର ଭୂମିକାକୁ ସୂଚାରୁରୂପେ ତୁଲାଇଛନ୍ତି। ତେବେ ଆସନ୍ତୁ ଜାଣିବା ଲିଗ୍ ପର୍ଯ୍ୟାୟର କିଛି ଶ୍ରେଷ୍ଠ ମୁହୂର୍ତ୍ତର ଝଲକ।

ଅରେଞ୍ଜ୍ କ୍ୟାପ୍: ଅଷ୍ଟ୍ରେଲୀୟ ଓପ୍ନର ଡେଭିଡ୍ ୱାର୍ଣ୍ଣର ନିଜର ପ୍ରତ୍ୟାବର୍ତ୍ତନରେ ଧମାକା କରିଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ୧୨ ମ୍ୟାଚରେ ୬୯୨ ରନ୍ କରି ଅରେଞ୍ଜ୍ କ୍ୟାପ୍ ହାସଲ କରିଛନ୍ତି, ଯେଉଁଥିରେ ୧ ଶତକ ଓ ୮ ଅର୍ଦ୍ଧଶତକ ସାମିଲ୍ ଅଛି। ସେ ୬୯.୨୦ ହାରରେ ୧୪୩.୮୬ ଷ୍ଟ୍ରାଇକରେଟରେ ରନ୍ କରିଛନ୍ତି। ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି କିଙ୍ଗସ୍ ଇଲେଭେନ୍ ପଞ୍ଜାବର ଲୋକେଶ ରାହୁଲ୍। ରାହୁଲ୍ ୧୪ ମ୍ୟାଚରେ ୫୩.୯୦ ହାରରେ ୫୯୩ ରନ୍ କରିଛନ୍ତି, ଯେଉଁଥିରେ ୧ ଶତକ ଓ ୬ ଅର୍ଦ୍ଧଶତକ ସାମିଲ୍ ଅଛନ୍ତି । କୋଲକାତା ନାଇଟ୍ ରାଇଡର୍ସର ଆନ୍ଦ୍ରେ ରସେଲ୍ ୧୪ ମ୍ୟାଚରେ ୫୬.୬୬ ହାରରେ ୨୦୪.୮୧ ଷ୍ଟ୍ରାଇକରେଟରେ ୫୦୧ ରନ୍ କରି ତୃତୀୟ ସ୍ଥାନରେ ଅଛନ୍ତି।

ପର୍ପଲ୍ କ୍ୟାପ୍: ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଯୁବ ପେସ୍ ବୋଲର କାଗିସୋ ରବାଡା ଚଳିତ ଆଇପିଏଲରେ ମୋଟ ୧୨ ମ୍ୟାଚ୍ ଖେଳି ୨୫ ୱିକେଟ୍ ନେଇ ସବୁଠାରୁ ଆଗରେ ଅଛନ୍ତି। ଦକ୍ଷିଣ ଆଫ୍ରିକାର ଆଉ ଜଣେ ଖେଳାଳି ତଥା ଭେଟେରାନ୍ ସ୍ପିନର୍ ଇମ୍ରାନ୍ ତାହିର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ଖେଳୁଥିବା ତାହିର୍ ୧୪ ମ୍ୟାଚରେ ୨୧ ୱିକେଟ୍ ଏବଂ ରାଜସ୍ଥାନ ରୟାଲ୍ସର ଶ୍ରେୟସ ଗୋପାଳ ୨୦ ୱିକେଟ୍ ସହ ତୃତୀୟ ସ୍ଥାନରେ ଅଛନ୍ତି।

ଶତକଧାରୀ: ଆଇପିଏଲର ଦ୍ୱାଦଶ ସଂସ୍କରଣର ଲିଗ୍ ପର୍ଯ୍ୟାୟରେ ମୋଟ ୬ ଶତକ ହୋଇଛି। ହାଇଦ୍ରାବାଦର ଜନ୍ନି ବେୟାରଷ୍ଟୋ (୫୨ ବଲ୍ ୧୧୪ ରନ୍ ବନାମ ଆରସିବି), ରାଜସ୍ଥାନ ରୟାଲ୍ସର ସଞ୍ଜୁ ସାମସନ (୫୪ ବଲ୍, ୧୦୨ ରନ୍ ବନାମ ସନରାଇଜର୍ସ ହାଇଦ୍ରାବାଦ), ଡେଭିଡ୍ ୱାର୍ଣ୍ଣର (୫୪ ବଲ୍ ୧୦୦ ରନ୍, ବନାମ ଆରସିବି), ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିରାଟ୍ କୋହଲି (୫୭ ବଲ୍, ୧୦୦ ରନ୍ ବନାମ କେକେଆର), ରାଜସ୍ଥାନର ଆଜିଙ୍କ୍ୟ ରାହାଣେ (୫୮ ବଲ୍, ୧୦୫ ରନ୍ ବନାମ ଦିଲ୍ଲୀ କ୍ୟାପିଟାଲ୍ସ) ଓ କିଙ୍ଗସ୍ ଇଲେଭେନ୍ ପଞ୍ଜାବର ଲୋକେଶ ରାହୁଲ (୬୩ ବଲ୍, ୧୦୦ ରନ୍ ବନାମ ମୁମ୍ବାଇ ଇଣ୍ଡିଆନ୍ସ) ଚଳିତ ସଂସ୍କରଣରେ ଶତକ ମାରିଛନ୍ତି।

ସର୍ବାଧିକ ଷ୍ଟ୍ରାଇକରେଟ୍: ଚଳିତ ଆଇପିଏଲର ଲିଗ୍ ପର୍ଯ୍ୟାୟରେ କୋଲକାତା ନାଇଟ୍ ରାଇଡର୍ସର ରସେଲ୍ ନିଜ ଦମରେ ଏକାକୀ ଟିମକୁ ବିଜୟୀ କରାଇଛନ୍ତି। ୱେଷ୍ଟଇଣ୍ଡିଜର ଏହି ଷ୍ଟାର୍ ଅଲରାଉଣ୍ଡର ମାତ୍ର ୨୪୯ ବଲରେ ୨୦୪.୮୧ ଷ୍ଟ୍ରାଇକରେଟରେ ୫୧୦ ରନ୍ କରିଛନ୍ତି। ରସେଲଙ୍କ ପରେ ମୁମ୍ବାଇ ଇଣ୍ଡିଆନ୍ସର ହାର୍ଦ୍ଦିକ ପାଣ୍ଡ୍ୟା ୧୯୭.୩୫ ଷ୍ଟ୍ରାଇକରେଟରେ ୩୭୩ ରନ୍ କରିଥିବା ବେଳେ ସାମ୍ କରାନ୍ ୧୭୨.୭୨ ଷ୍ଟ୍ରାଇକରେଟରେ ରନ୍ କରିଛନ୍ତି।

ସର୍ବାଧିକ ଛକା: ଚଳିତ ଆଇପିଏଲର ଲିଗ୍ ପର୍ଯ୍ୟାୟରେ ସର୍ବାଧିକ ଛକା ରସେଲଙ୍କ ନାମରେ ରହିଛି। ରସେଲ୍ ଦ୍ୱାଦଶ ସଂସ୍କରଣରେ ମୋଟ ୫୨ ଛକା ମାରିଛନ୍ତି। ତାଙ୍କ ପଛକୁ ଦ୍ୱିତୀୟରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବର କ୍ରିସ୍ ଗେଲ୍ (୩୪ ଛକା) ଏବଂ ତୃତୀୟରେ ହାର୍ଦ୍ଦିକ ପାଣ୍ଡ୍ୟା (୨୯ ଛକା) ଅଛନ୍ତି।

ଦ୍ରୁତ ଅର୍ଦ୍ଧଶତକ: ଚଳିତ ସିଜନରେ ଦ୍ରୁତ ଅର୍ଦ୍ଧଶତକର ରେକର୍ଡ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମରେ ରହିଛି। ମୁମ୍ବାଇ ଇଣ୍ଡିଆନ୍ସର ଏହି ଅଲରାଉଣ୍ଡର କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ମାତ୍ର ୧୭ ବଲରେ ଅର୍ଦ୍ଧଶତକ ମାରିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସର ଋଷଭ ପନ୍ତ ୧୮ ବଲ୍ (ବନାମ ମୁମ୍ବାଇ ଇଣ୍ଡିଆନ୍ସ)ରେ ଏହି କାରନାମା କରିଛନ୍ତି। ଏହାଛଡ଼ା ପଞ୍ଜାବର ରାହୁଲ୍ ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷରେ ମାତ୍ର ୧୯ ବଲରେ ଅର୍ଦ୍ଧଶତକ ମାରିଥିଲେ।

ହ୍ୟାଟ୍ରିକ୍: ଚଳିତ ଆଇପିଏଲରେ ମୋଟ ଦୁଇଟି ହ୍ୟାଟ୍ରିକ୍ ଦେଖିବାକୁ ମିଳିଛି। କିଙ୍ଗସ୍ ଇଲେଭେନ୍ ପଞ୍ଜାବର ଯୁବ ବୋଲର ସାମ୍ କରାନ୍ ଚଳିତ ସଂସ୍କରଣର ପ୍ରଥମ ହ୍ୟାଟ୍ରିକ୍ ନେଇଥିଲେ। ସେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚର ଅଷ୍ଟାଦଶ ଓଭରର ଅନ୍ତିମ ବଲ୍ ଏବଂ ୨୦ତମ ଓଭରରର ପ୍ରଥମ ଓ ଦ୍ୱିତୀୟ ବଲରେ ଲଗାତାର ୱିକେଟ୍ ନେଇ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ରାଜସ୍ଥାନ ରୟାଲ୍ସର ଶ୍ରେୟସ ଗୋପାଳ ଦ୍ୱିତୀୟ ହ୍ୟାଟ୍ରିକ୍ ନେଇଥିଲେ। ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ବିରାଟ କୋହଲି, ଏବି ଡି'ଭିଲିୟର୍ସ ଓ ମାର୍କସ୍ ଷ୍ଟୋଇନିସଙ୍କୁ ଆଉଟ୍ କରି ନିଜର ହ୍ୟାଟ୍ରିକ୍ ସଫଳତା ହାସଲ କରିଥିଲେ।

ଶ୍ରେଷ୍ଠ ବୋଲିଂ ଫିଗର୍: ମୁମ୍ବାଇ ଇଣ୍ଡିଆନ୍ସ ପେସ୍ ବୋଲର ଅଲଜାରି ଜୋସେଫ୍ ଆହତ କାରଣରୁ ଚଳିତ ସଂସ୍କରଣର ଅଧାରୁ ଓହରିଯାଇଥିଲେ। କିନ୍ତୁ ସେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମୁକାବିଲାରେ ଚମତ୍କାର ବୋଲିଂ କରି ମାତ୍ର ୧୨ ରନ୍ ଦେଇ ୬ ୱିକେଟ୍ ହାସଲ କରିଥିଲେ, ଯାହା ଚଳିତ ସଂସ୍କରଣର ଶ୍ରେଷ୍ଠ ବୋଲିଂ ଫିଗର। ଏହା ପରେ ହାଇଦ୍ରାବାଦର ମହମ୍ମଦ ନବି (୪/୧୧) ଓ ପଞ୍ଜାବର ସାମ୍ କରାନ୍ (୪/୧୧) ରହିଛନ୍ତି।

ଇକୋନୋମି ବୋଲର (ଗୋଟିଏ ମ୍ୟାଚରେ): ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୟୁଜବେନ୍ଦ୍ର ଚହଲ୍ ଚଳିତ ଆଇପିଏଲରେ ମାର୍ଚ୍ଚ ୨୩ ତାରିଖରେ ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷ ମୁକାବିଲାରେ ୪ ଓଭରରେ ମାତ୍ର ୬ ରନ୍ ବ୍ୟୟ କରିଥିଲେ, ଯେଉଁଥିରେ ତାଙ୍କ ଇକୋନୋମୀ ମାତ୍ର ୧.୫୦ ଥିଲା। ତାଙ୍କ ପରକୁ ହାର୍ଦ୍ଦିକ ପାଣ୍ଡ୍ୟା (୨.୦୦) ଓ ଇମ୍ରାନ୍ ତାହିର୍ (୨.୨୫) ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story