ଡିଭିଲିୟର୍ସ ଧମାକା : ୩୯ ବଲରେ ୯୦ ରନ, ହାରିଗଲା ଦିଲ୍ଲୀ

ବାଙ୍ଗାଲୋର: ୩୯ ବଲରେ ୯୦ ରନ। ତା’ ମଧ୍ୟରେ ରହିଛି ୫ ଛକା ଓ ୧୦ ଚୌକା । ଗତକାଲି ବାଙ୍ଗାଲୋରରେ ଡିଭିଲିୟର୍ସ ଏମିତି ଚମକ ଦେଖାଇଥିଲେ।  ଧୂଆଁଧାର ବ୍ୟାଟିଂ କରି ବୋଲରଙ୍କୁ  ଧୂଳି ଚଟାଇଇଲେ ଡିଭିଲିୟର୍ସ। ଡିଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ ଡେୟାରଡେଭିଲ୍ସକୁ ହରାଇ ବେଙ୍ଗାଲୋର ରୟାଲ ଚ୍ୟାଲେଞ୍ଜର୍ସ ଚମତ୍କାର ବିଜୟ ହାସଲ କରିନେଇଛି।   ସ୍ଥାନୀୟ ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦିଲ୍ଲୀ-ବେଙ୍ଗାଲୋର ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ବେଙ୍ଗାଲୋର ଜବରଦସ୍ତ ବିଜୟ ହାସଲ କରିଛି। ପ୍ରଥମେ ବାଙ୍ଗାଲୋର […]

abd123-1492751679-800

abd123-1492751679-800

Rakesh Mallick
  • Published: Sunday, 22 April 2018
  • Updated: 22 April 2018, 08:14 AM IST

ବାଙ୍ଗାଲୋର: ୩୯ ବଲରେ ୯୦ ରନ। ତା’ ମଧ୍ୟରେ ରହିଛି ୫ ଛକା ଓ ୧୦ ଚୌକା । ଗତକାଲି ବାଙ୍ଗାଲୋରରେ ଡିଭିଲିୟର୍ସ ଏମିତି ଚମକ ଦେଖାଇଥିଲେ।  ଧୂଆଁଧାର ବ୍ୟାଟିଂ କରି ବୋଲରଙ୍କୁ  ଧୂଳି ଚଟାଇଇଲେ ଡିଭିଲିୟର୍ସ। ଡିଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ ଡେୟାରଡେଭିଲ୍ସକୁ ହରାଇ ବେଙ୍ଗାଲୋର ରୟାଲ ଚ୍ୟାଲେଞ୍ଜର୍ସ ଚମତ୍କାର ବିଜୟ ହାସଲ କରିନେଇଛି।   ସ୍ଥାନୀୟ ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦିଲ୍ଲୀ-ବେଙ୍ଗାଲୋର ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ବେଙ୍ଗାଲୋର ଜବରଦସ୍ତ ବିଜୟ ହାସଲ କରିଛି।

ପ୍ରଥମେ ବାଙ୍ଗାଲୋର ଟସ୍‌ ଜିତି ଅଧିନାୟକ ବିରାଟ କୋହଲି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଦିଲ୍ଲୀ ଡେୟାରଡେଭିଲ୍ସ ବ୍ୟାଟିଂ କରି ୧୭୫ ରନ କରିଥିଲା। ଆରମ୍ଭରୁ ଗୌତମ ଗମ୍ଭୀର ଓ ଜାସନ ରଏଙ୍କ ୱିଇକେଟ ପଡ଼ିଯିବା ପରେ ଦିଲ୍ଲୀକୁ ଶକ୍ତ ଝଟକା ଲାଗିଥିଲା।  ତେବେ ଶ୍ରେୟାସ ଆୟାର ଓ ରିସଭ ପ୍ୟଙ୍କ ଚେଷ୍ଟା ବଳରେ ସଙ୍କଟ ଟଳିଥିଲା।  ରିଶଭ ୪୮ ବଲରେ ୮୫ ରନ କରି ଆଉଟ ହୋଇଥିବା ବେଳେ  ଶ୍ରେୟସ ଆୟାର ୩୧ ବଲରେ ୫୨ ରନ କରିଥିଲେ । ହେଲେ ଏହି ଯୋଡ଼ି ଭାଙ୍ଗିବା ପରେ ଆଉ କେହି ଦମଦାର ପ୍ରଦର୍ଶନ କରିପାରି ନ ଥିଲେ। ଫଳରେ ଦିଲ୍ଲୀ ସ୍କୋର ୧୭୫ ରନ ଅଟକି ଯାଇଥିଲା।  ୧୭୬ ରନ୍‌ର ବିଜୟ ଲକ୍ଷ ନେଇ ମଇଦାନକୁ ଓହ୍ଲାଇଥିବା ବେଙ୍ଗାଲୋର ୨ ଓଭର ବାକି ଥାଇ ମ୍ୟାଚ୍ ହାତେଇ ନେଇଥିଲା। ବେଙ୍ଗାଲୋର ପକ୍ଷରୁ  ଡିଭିଲିୟର୍ସ ୯୦ ରନ କରି ଥିବା ବେଳେ ବିରାଟ କୋହଲି ୨୬ ବଲରେ ୩୦ ରନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos