ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ଆଇପିଏଲର ୧୧ତମ ସିଜିନ ଏପ୍ରିଲ ୭ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସହ ଦେଖିବାକୁ ମିଳିଲାଣି। ଆଉ ଦିନ କେଇଟା ପରେ ସାରା ଦେଶରେ କ୍ରକେଟ୍ ଫିବର୍ ଦେଖିବାକୁ ମିଳିବ।
ହେଲେ ଆଇପିଏଲ୍ରେ ଅନେକ ସମୟରେ ଖେଳାଳିଙ୍କ ମଧ୍ୟରେ ବିଶୃଙ୍ଖଳା ଦେଖିବାକୁ ମିଳିଥାଏ। ଏଭଳି ଏକ ଘଟଣା ଆଇପିଏଲ୍-୨୦୧୨ରେ ଦେଖିବାକୁ ମିଳିଥିଲା। ମୁମ୍ବାଇ ଓ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଅମ୍ବାତୀ ରାଇଡୁ ବାଙ୍ଗାଲୋର ଟିମ୍ର ଖେଳାଳି ହର୍ଷଲ ପଟେଲଙ୍କ ମଧ୍ୟରେ ଝଗଡ଼ା ଦେଖିବାକୁ ମିଳିଥିଲା। ପରିସ୍ଥିତି ଏତେ ଖରାପ ହୋଇଯାଇଥିଲା ଯେଉଁଥିପାଇଁ ରାଇଡ଼ୁ ହର୍ଷଲ ପଟେଲଙ୍କୁ ମାରିବା ପାଇଁ ମଧ୍ୟ ଆଗେଇଯାଇଥିଲେ। ଏଭଳି ସ୍ଥିତିରେ ବିରାଟ ଓ ଡିଭିଲିୟର୍ସ ଆସି ପରିସ୍ଥିତିକୁ ଆୟତ କରିଥିଲେ। ମ୍ୟାଚ୍ ପରେ ଏଥିପାଇଁ ରାଇଡୁ ଓ ହର୍ଷଲ ପଟେଲଙ୍କୁ ଜୋରିମାନା କରାଯାଇଥିଲା।
ଠିକ୍ ୨ ବର୍ଷ ପରେ ଆଇପିଏଲ୍ ୨୦୧୪ରେ ମଧ୍ୟ ପୁଣି ଥରେ ମୁମ୍ବାଇ ଓ ବାଙ୍ଗାଲୋର ଖେଳାଳିଙ୍କ ମଧ୍ୟରେ ମ୍ୟାଚ୍ ସମୟରେ ଝଗଡ଼ା ଦେଖିବାକୁ ମିଳିଥିଲା। ଯେଉଁଥିରେ ମୁମ୍ବାଇ ଖେଳାଳି ପୋଲାର୍ଡ, ବାଙ୍ଗାଲୋର୍ ଟିମ୍ର ବୋଲର୍ ମିଚେଲ୍ ଷ୍ଟାର୍କଙ୍କ ଉପରକୁ ବ୍ୟାଟ୍ ଫିଙ୍ଗିଥିଲେ। ମ୍ୟାଚ୍ରେ ଷ୍ଟାର୍କ ବାରମ୍ବାର ସ୍ଲେଜିଂ କରୁଥିବା ବେଳେ ପୋଲାର୍ଡ ରାଗିଯାଇ ବ୍ୟାଟ୍ ଫିଙ୍ଗିଥିଲେ। ଆଇପିଏଲ ୨୦୧୪ରେ ମୁମ୍ବାଇ ଦଳର ଅଧିନାୟକ ରୋହିତ ଶର୍ମା ଥିବା ବେଳେ ଆରସିବି ଦଳର ଅଧିନାୟକ ଥିଲେ କୋହଲି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।