ରବିବାର ମୁମ୍ବାଇ-ଚେନ୍ନାଇ ଫାଇନାଲ୍ ଫାଇଟ୍

ହାଇଦ୍ରାବାଦ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ଦ୍ୱାଦଶ ସଂସ୍କରଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ରବିବାର ହାଇଦ୍ରାବାଦର ରାଜୀବ ଗାନ୍ଧି ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଟାଇଟଲ୍ ମୁକାବିଲା ଖେଳାଯିବ, ଏଥିପାଇଁ ଷ୍ଟେଜ୍ ପୂରା ପ୍ରସ୍ତୁତ। ଦିଲ୍ଲୀକୁ ହରାଇ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗସ୍ ଫାଇନାଲରେ ପହଞ୍ଚିଛି। ଏବେ ଟାଇଟଲ୍ ମୁକାବିଲାରେ ଚେନ୍ନାଇର ସାମ୍ନା ମୁମ୍ବାଇ ଇଣ୍ଡିଆନ୍ସ ସହ ହେବ। ଦୁଇ ଟିମ୍ ପାଖରେ ଟାଇଟଲର ଚୌକା ମାରିବାର ସୁଯୋଗ ରହିଛି। ଗତ ୧୧ ସିଜନରେ ଦୁଇ ଟିମ୍ ତିନିଥର […]

gg

gg

Hemant Lenka
  • Published: Saturday, 11 May 2019
  • Updated: 11 May 2019, 08:27 PM IST

Sports

Latest News

ହାଇଦ୍ରାବାଦ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ଦ୍ୱାଦଶ ସଂସ୍କରଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ରବିବାର ହାଇଦ୍ରାବାଦର ରାଜୀବ ଗାନ୍ଧି ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଟାଇଟଲ୍ ମୁକାବିଲା ଖେଳାଯିବ, ଏଥିପାଇଁ ଷ୍ଟେଜ୍ ପୂରା ପ୍ରସ୍ତୁତ। ଦିଲ୍ଲୀକୁ ହରାଇ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗସ୍ ଫାଇନାଲରେ ପହଞ୍ଚିଛି। ଏବେ ଟାଇଟଲ୍ ମୁକାବିଲାରେ ଚେନ୍ନାଇର ସାମ୍ନା ମୁମ୍ବାଇ ଇଣ୍ଡିଆନ୍ସ ସହ ହେବ।

ଦୁଇ ଟିମ୍ ପାଖରେ ଟାଇଟଲର ଚୌକା ମାରିବାର ସୁଯୋଗ ରହିଛି। ଗତ ୧୧ ସିଜନରେ ଦୁଇ ଟିମ୍ ତିନିଥର ଲେଖାଏ ଟାଇଟଲ୍ ଜିତିଛନ୍ତି। ତେବେ ଚେନ୍ନାଇ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଓ ମୁମ୍ବାଇ ଅଧିନାୟକ ରୋହିତ୍ ଶର୍ମାଙ୍କ ମଧ୍ୟରୁ ଚଳିତଥର କିଏ ବାଜି ମାରୁଛି, ତାହା ରବିବାର ହେବାକୁଥିବା ଫାଇନାଲରେ ଜଣାପଡ଼ିବ। ଏହି ଟାଇଟଲ୍ ମୁକାବିଲା ରବିବାର ସନ୍ଧ୍ୟା ସାଢ଼େ ୭ଟାରେ ଖେଳାଯିବ।

ଫାଇନାଲରେ ରୋହିତଙ୍କ ପଲା ଭାରୀ: ସଂଖ୍ୟାକୁ ଦେଖିଲେ ଚେନ୍ନାଇ ଟିମ୍ ରେକର୍ଡ ଅଷ୍ଟମଥର ଫାଇନାଲରେ ସ୍ଥାନ ହାସଲ କରିଥିବା ବେଳେ ମୁମ୍ବାଇ ପଞ୍ଚମଥର ଏହି କାରାନାମା କରିଛି। ଏହି ଦୁଇ ଟିମ୍ ମଧ୍ୟରେ ଏପର୍ଯ୍ୟନ୍ତ ତିନିଥର ଫାଇନାଲ୍ ମୁକାବିଲା ଖେଳାଯାଇଛି। ତେବେ ସବୁଠାରୁ ରୋଚକ କଥା ହେଉଛି, ମୁମ୍ବାଇ ଯେଉଁ ୩ ଟାଇଟଲ୍ ଜିତିଛି, ସେଥିରୁ ସେମାନେ ଦୁଇଥର ଚେନ୍ନାଇକୁ ଫାଇନାଲରେ ହରାଇଛନ୍ତି।

ଅନ୍ୟପକ୍ଷରେ ଚେନ୍ନାଇ ଥରେ ମାତ୍ର ମୁମ୍ବାଇକୁ ଫାଇନାଲରେ ହରାଇବାକୁ ସକ୍ଷମ ହୋଇଛି। ତେବେ ଅଧିନାୟକ ଭାବେ ରୋହିତଙ୍କ ବିଜୟ ରେକର୍ଡ ଶତପ୍ରତିଶତ ରହିଛି, କାରଣ ମୁମ୍ବାଇ (୨୦୧୦) ଯେଉଁ ଫାଇନାଲରେ ଚେନ୍ନାଇଠାରୁ ହାରିଥିଲା, ସେତେବେଳେ ସଚିନ ଟିମର ଅଧିନାୟକ ଥିଲେ। ଚଳିତ ସିଜନରେ ଉଭୟ ଟିମ୍ ମଧ୍ୟରେ ତିନୋଟି ମୁକାବିଲା ହୋଇଛି, ଯେଉଁଥିରେ ରୋହିତ ସବୁଥିରେ ବାଜି ମାରିଛନ୍ତି।

କ୍ୟାପଟେନ୍ସି (ରୋହିତ ବନାମ ଧୋନି): ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ୍ ରୋହିତ ଓ ଚେନ୍ନାଇ ଅଧିନାୟକ ଧୋନିଙ୍କ ମଧ୍ୟରେ ବହୁତ ସମାନତା ଅଛି। ସବୁଠାରୁ ବଡ଼ ସମାନତା ହେଉଛି, ଦୁହେଁ ନିଜ ନିଜ ଭାବନା ଉପରେ ନିୟନ୍ତ୍ରଣ ରଖନ୍ତି। ଦୁଇ ଖେଳାଳିଙ୍କୁ ଗ୍ରାଉଣ୍ଡରେ ବହୁତ କମ୍ ରାଗିଥିବାର ଦେଖିବାକୁ ମିଳେ।

ଏହାଛଡ଼ା ଦୁଇ କ୍ୟାପଟେନ୍ ଟିମରେ ପରିବର୍ତ୍ତନ ମଧ୍ୟ ବହୁ କମ୍ କରନ୍ତି। ଏହା ଦର୍ଶାଉଛି ଯେ, ଦୁଇ କ୍ୟାପଟେନ୍ ନିଜ ନିଜ ଖେଳାଳିଙ୍କ ଉପରେ କେତେ ବିଶ୍ୱାସ ରଖିଛନ୍ତି। ଗୋଟିଏ ପଟେ ଧୋନି ରଣନୀତି ପ୍ରସ୍ତୁତ କରିବାରେ ମାହିର୍ ତ, ଅନ୍ୟପଟେ ରୋହିତଙ୍କୁ ପୂର୍ବତନ ଷ୍ଟାର୍ ଖେଳାଳି ସଚିନ ତେନ୍ଦୁଲକର ଓ କୋଚ୍ ମାହେଲା ଜୟବର୍ଦ୍ଧନେଙ୍କ ଭଳି ଅଭିଜ୍ଞଙ୍କଠାରୁ ଲଗାତାର ସମର୍ଥନ ମିଳିଆସୁଛି।

ଦୁଇ ଟିମର ଶକ୍ତି

ମୁମ୍ବାଇ ଇଣ୍ଡିଆନ୍ସ (ବ୍ୟାଟିଂ): ଆଇପିଏଲରେ ମୁମ୍ବାଇ ଏକମାତ୍ର ଟିମ୍, ଯେଉଁଥିରେ ପ୍ରାୟ ସବୁ ଭରସାଯୋଗ୍ୟ ଖେଳାଳି ଅଛନ୍ତି। ଓପ୍ନର ରୋହିତ୍ ଶର୍ମା ଓ କ୍ୱିଣ୍ଟନ୍ ଡି'କକ୍ ସିଜନରେ ଭଲ ପ୍ରଦର୍ଶନ କରୁଥିବା ବେଳେ ମିଡିଲ୍ ଅର୍ଡରରେ ସୂର୍ଯ୍ୟକୁମାର ଯାଦବ, କାଇରନ୍ ପୋଲାର୍ଡ, କୃନାଲ୍ ପାଣ୍ଡ୍ୟା ଓ ହାର୍ଦ୍ଦିକ ପାଣ୍ଡ୍ୟା କୌଣସି ବୋଲରଙ୍କୁ ଆକ୍ରମଣ କରିବାରେ ଓସ୍ତାଦ। ତେବେ ସବୁଠାରୁ ବଡ଼ କଥା ହେଉଛି, ମୁମ୍ବାଇର ସବୁ ବ୍ୟାଟ୍ସମ୍ୟାନ୍ ହାର୍ଡହିଟର୍, କିନ୍ତୁ ସମସ୍ତେ ମ୍ୟାଚ୍ ପରିସ୍ଥିତି ଅନୁଯାୟୀ ବ୍ୟାଟିଂ କରିପାରନ୍ତି।

ବୋଲିଂ: ପେସ୍ ବୋଲିଂ ମୁମ୍ବାଇର ମୁଖ୍ୟ ଅସ୍ତ୍ର। ଯଶପ୍ରୀତ ବୁମ୍ରା (୧୭ ୱିକେଟ୍), ଲସିଥ୍ ମାଲିଙ୍ଗା (୧୫ ୱିକେଟ୍) ଏବଂ ହାର୍ଦ୍ଦିକ ପାଣ୍ଡ୍ୟା (୧୪ ୱିକେଟ୍) ଜବରଦସ୍ତ ଫର୍ମରେ ଅଛନ୍ତି। ମାଲିଙ୍ଗା ଏବେବି ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଉଥିବା ବେଳେ ବୁମ୍ରା ସୀମିତ ଓଭର ଫର୍ମାଟର ସବୁଠାରୁ ଶ୍ରେଷ୍ଠ ବୋଲର ଭାବେ ନିଜକୁ ପ୍ରତିପାଦନ କରିଛନ୍ତି। ସେହିପରି ସ୍ପିନର୍ ରାହୁଲ୍ ଚହର୍ (୧୨ ୱିକେଟ୍) ଓ କୃନାଲ୍ (୧୧ ୱିକେଟ୍) ନିର୍ଣ୍ଣାୟକ ସମୟରେ ୱିକେଟ୍ ନେଇ ଟିମକୁ ସଫଳତା ମଧ୍ୟ ଦେଇଛନ୍ତି।

ଚେନ୍ନାଇ ସୁପର କିଙ୍ଗସ୍ (ବ୍ୟାଟିଂ): ଟିମରେ ଶେନ୍ ୱାଟସନ୍, ଫାଫ୍ ଡୁପ୍ଲେସିସ୍, ସୁରେଶ ରାଇନା, ଅମ୍ବାତି ରାୟୁଡୁ ଏବଂ ନିଜେ ଧୋନିଙ୍କ ଭଳି ଖେଳାଳି ଅଛନ୍ତି, ଯିଏ ନିଜ ନିଜର ଅଭିଜ୍ଞତା ଦ୍ୱାରା ମ୍ୟାଚର ଗତିପଥ ବଦଳାଇବାରେ ସକ୍ଷମ। ଲୋୟର୍ ଅର୍ଡରରେ ରବୀନ୍ଦ୍ର ଜାଡେଜା ଓ ଡ୍ୱେନ୍ ବ୍ରାଭୋଙ୍କ ଭଳି ହିଟର୍ ମଧ୍ୟ ଉପସ୍ଥିତ ଅଛନ୍ତି।

ବୋଲିଂ: ଟିମର ପେସ୍ ବୋଲର ଦୀପକ ଚହର୍ ଲଗାତାର ଭଲ ପ୍ରଦର୍ଶନ କରିଆସୁଛନ୍ତି। ତାଙ୍କୁ ଶାର୍ଦ୍ଦୁଲ ଠାକୁରଙ୍କ ସହଯୋଗ ମିଳିଲେ, ଟିମ୍ ଆହୁରି ମଜଭୁତ୍ ହୋଇପାରିବ। ଅନ୍ୟପକ୍ଷରେ ଚେନ୍ନାଇର ସ୍ପିନ୍ ଆଟାକ୍ ତା'ର ମୁଖ୍ୟ ଶକ୍ତି। ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିସାରିଥିବା ହରଭଜନ ସିଂହ ରୋହିତଙ୍କ ନେତୃତ୍ୱାଧୀନ ଟିମର ଦୁର୍ବଳତା ଭଲଭାବେ ଜାଣିଛନ୍ତି। ଇମ୍ରାନ୍ ତାହିର୍ ମଧ୍ୟ ଚମତ୍କାର ଫର୍ମରେ ଅଛନ୍ତି ଏବଂ ଚଳିତ ସିଜନରେ ସେ ୨୪ ୱିକେଟ୍ ନେଇ ପର୍ପଲ୍ କ୍ୟାପ୍ ନିକଟତର ହୋଇଛନ୍ତି।

ଚେନ୍ନାଇ ସମ୍ଭାବ୍ୟ ଏକାଦଶ: ଫାଫ୍ ଡୁପ୍ଲେସିସ୍, ଶେନ୍ ୱାଟସନ୍, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ଡ୍ୱେନ୍ ବ୍ରାଭୋ, ରବୀନ୍ଦ୍ର ଜାଡେଜା, ଦୀପକ ଚହର୍, ହରଭଜନ ସିଂହ, ଇମ୍ରାନ୍ ତାହିର୍, ଶାର୍ଦ୍ଦୁଲ ଠାକୁର୍।

ମୁମ୍ବାଇ ସମ୍ଭାବ୍ୟ ଏକାଦଶ: ରୋହିତ୍ ଶର୍ମା (ଅଧିନାୟକ), କ୍ୱିଣ୍ଟନ୍ ଡି'କକ୍, ସୂର୍ଯ୍ୟକୁମାର ଯାଦବ, ଇଶାନ୍ କିଷନ୍, କୃନାଲ୍ ପାଣ୍ଡ୍ୟା, ହାର୍ଦ୍ଦିକ ପାଣ୍ଡ୍ୟା, କାଇରନ୍ ପୋଲାର୍ଡ, ଜୟନ୍ତ ଯାଦବ, ରାହୁଲ ଚହର୍, ଲସିଥ୍ ମାଲିଙ୍ଗା, ଯଶପ୍ରୀତ ବୁମ୍ରା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story