ବେଙ୍ଗାଲୁରୁ: ହାଇଦ୍ରାବାଦକୁ ୧୪ ରନରେ ପରାସ୍ତ କଲା ବେଙ୍ଗାଲୁରୁ। ସ୍ଥାନୀୟ ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଚର୍ସ ବାଙ୍ଗାଲୋର ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ବାଜିମାତ୍ କରିଛି। ପ୍ରଥମେ ଆର୍ସିବି ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ସଂଗ୍ରହ କରିଥିଲା ୨୧୮ ରନ୍। ଦଳ ପକ୍ଷରୁ ଡିଭିଲିୟର୍ସ ୩୯ ବଲରେ ବିସ୍ଫୋରକ ୬୯ ରନ କରିଥିବା ବେଳେ ମୋଇନ୍ ଅଲି ୩୪ ବଲ୍ରୁ ୬୫ ରନ କରିଥିଲେ। ସେହିପରି ଡିଗ୍ରାଣ୍ଡହୋମ ୧୭ଟି ବଲରୁ ୪୦ ରନ୍ କରିଥିବା ବେଳେ ସର୍ଫରାଜ ୮ଟି ବଲ୍ରୁ ୨୨ ରନ୍ର ଇଂନିସ ଖେଳିଥିଲେ।
ତେବେ ୨୧୯ ରନ୍ର ବିଜୟ ଲକ୍ଷ୍ୟ ନେଇ ହାଇଦ୍ରାବାଦ ମଇଦାନକୁ ଓହ୍ଲାଇଥିଲା। କିନ୍ତୁ ହାଇଦ୍ରାବାଦ ମାତ୍ର ୨୦୪ ରନରେ ହିଁ ଅଟକି ଯାଇଥିଲା। ଦଳ ପକ୍ଷରୁ କେନ ୱିଲିୟମ୍ସ ୮୧ ରନ ଓ ମନିଶ ପାଣ୍ଡେ ୬୨ ରନ କରିଥିଲେ। ହାଇଦ୍ରାବାଦ ପକ୍ଷରୁ ରସିଦ ଖାଁ ୨୭ ରନ ଦେଇ ୩ଟି ଉଇକେଟ୍ ନେଇଥିବା ବେଳେ ସିଦ୍ଧାର୍ଥ କଲ ୪୪ ରନ ଦେଇ ଟି ଉଇକେଟ ନେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।