ସେପ୍ଟେମ୍ବର-ଅକ୍ଟୋବରରେ ଆଇପିଏଲ! ଜାଣନ୍ତୁ କେମିତି ହେବ ମ୍ୟାଚ୍‌

ମୁମ୍ବାଇ: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଆଶ୍ୱସ୍ତ କରିବା ଭଳି ଖବର ସାମ୍ନାକୁ ଆସିଛି। କରୋନା ମହାମାରୀ ଯୋଗୁ ସ୍ଥଗିତ ରହିଥିବା ଆଇପିଏଲର ୧୩ତମ ସଂସ୍କରଣ ଅନୁଷ୍ଠିତ ହେବା ନେଇ ବାଟ ପିଟିଛି। ଆସନ୍ତା ସେପ୍ଟେମ୍ବର-ଅକ୍ଟୋବରରେ ଭାରତରେ ଆଇପିଏଲ ଖେଳାଯିବ ବୋଲି ସୂଚନା ମିଳିଛି।

ଆଇପିଏଲ ଗଭର୍ଣ୍ଣିଂ କାଉନସିଲର ଅଧ୍ୟକ୍ଷ ବ୍ରିଜେଶ ପଟେଲ କହିଛନ୍ତି, ଆମେ ସେପ୍ଟେମ୍ବର-ଅକ୍ଟୋବରେ ଆଇପିଏଲର ମ୍ୟାଚ୍‌ ଗୁଡ଼ିକ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛୁ। ହେଲେ ଏହାପୂର୍ବରୁ ଆଇସିସି ଟି-୨୦ ବିଶ୍ୱକପ ଉପରେ କ’ଣ ନିଷ୍ପତ୍ତି ନେଉଛି, ତା’ ଉପରେ ନଜର ରଖିଛୁ।

ଆଇସିସି ଟି-୨୦ ବିଶ୍ୱକପକୁ ସ୍ଥଗିତ ରଖିବା କଥା ଘୋଷଣା କରିବା କ୍ଷଣି ଆମେ ଆଇପିଏଲ ପାଇଁ ପ୍ରସ୍ତୁତି ଆରମ୍ଭ କରିବୁ। ଆମର ଆଶା ଖୁବଶୀଘ୍ର ଆଇସିସି ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ଚଳିତ ବର୍ଷ ହେବ କି ନାହିଁ ସେ ସମ୍ପର୍କରେ ଘୋଷଣା କରିବ। ଆମ କଥା ବିଚାରକୁ ନେଲେ ଆମେ ସେପ୍ଟେମ୍ବର-ଅକ୍ଟୋବରେ ଆଇପିଏଲ କରିବାକୁ ସକ୍ଷମ ରହିଛୁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ବିସିସିଆଇ ବସ୍ ସୌରଭ ଗାଙ୍ଗୁଲି କହିଛନ୍ତି,“ଆଇପିଏ ଆରମ୍ଭ କରିବାକୁ ବୋର୍ଡ ସବୁ ପ୍ରକାରର ବିକଳ୍ପକୁ ବ୍ୟବହାର କରୁଛି। ଦରକାର ପଡ଼ିଲେ ଖାଲି ଷ୍ଟାଡିୟମରେ ବି ମ୍ୟାଚ୍‌ ଅନୁଷ୍ଠିତ ହେବ। ଫ୍ୟାନଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଟିମ୍‌ର ମାଲିକ ଓ ଖେଳାଳିମାନେ ଚଳିତ ବର୍ଷ ଆଇପିଏଲ ହେବ ବୋଲି ଆଶା ବାନ୍ଧି ବସିଛନ୍ତି।

କେବଳ ଭାରତୀୟମାନେ ନୁହନ୍ତି ବିଦେଶୀ ଖେଳାଳି ବି ଆଇପିଏଲ ଆରମ୍ଭ ହେବା ସପକ୍ଷରେ କହିଛନ୍ତି। ତେଣୁ ବିସିସିଆଇ ଖୁବଶୀଘ୍ର ଏହା ଉପରେ ନିଷ୍ପତ୍ତି ନେବ।”

ଚଳିତ ବର୍ଷ ଆଇପିଏଲର ୧୩ତମ ସଂସ୍କରଣ ମାର୍ଚ୍ଚ ୨୯ରେ ଆରମ୍ଭ ହୋଇଥାଆନ୍ତା। କିନ୍ତୁ କରୋନା ସଙ୍କଟ ପାଇଁ ଏହାକୁ ସ୍ଥଗିତ ରଖାଯାଇଛି।

ଆହୁରି ପଢ଼ନ୍ତୁ

ଏଥର ବିଧାନସଭାର ଅନୁମୋଦନ ପାଇଁ ଆସିବ ୧୨ଟି ଅଧ୍ୟାଦେଶ

ମୁମ୍ବାଇ ଇଣ୍ଡିଆନ୍ସକୁ ୧୬୨ ରନରେ ଅଟକାଇଲା ଚେନ୍ନାଇ

ଶ୍ରୀମନ୍ଦିରରେ ବିଭ୍ରାଟ ହେବନି ତ ଶ୍ରୀଜୀଉଙ୍କ ସେବା ପୂଜା

କରୋନା ଟଙ୍କା ଖାଇଯାଉଛନ୍ତି : ସୁର ରାଉତରାୟ

ଆରୋଗ୍ୟ ହେଲେ ୪୦୯୦ କରୋନା ଆକ୍ରାନ୍ତ, ଆଗରେ ଖୋର୍ଦ୍ଧା

କୋଭିଡ଼ ରୋଗୀ ବଂଚିଛନ୍ତି ନା ମରିଛନ୍ତି, ଜାଣିପାରୁନି ପ୍ରଶାସନ!

ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୩୮ ଲୋକାଲ୍‌ କେସ

ରବିବାର ରାଜ୍ୟସଭାରେ କୃଷି ବିଲ୍, କେନ୍ଦ୍ରକୁ ସମର୍ଥନ କରିବେ ନବୀନ !

ଚିଲିକା ଓ ଅଂଶୁପାର ରକ୍ଷଣାବେକ୍ଷଣ ପାଇଁ କେନ୍ଦ୍ର ଦେଇଛି ୪.୭ କୋଟି 

ନରମିଲା ପ୍ରଶାସନ, ପୁଣି ନିର୍ମାଣ ହେବ ପାଥରପୁରୀ ହଷ୍ଟେଲ ପାଚେରୀ

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବର୍ଷା

ପଥର ମାଫିଆଙ୍କ ନୂଆ କୀର୍ତ୍ତି- ଓଡ଼ିଶାର ଲଦାଖ