କ’ଣ ଯୁବରାଜଙ୍କ ସହିତ ଏହି ଯୁବତୀଙ୍କ ସେଲ୍‌ଫି ହରାଇ ଦେଲା ଭାରତକୁ?

ନୂଆଦିଲ୍ଲୀ: ଗତକାଲି ଶେଷ ହୋଇଥିବା ଚାମ୍ପିଅନ୍ସ ଟ୍ରଫିରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏକ ମ୍ୟାଚ୍ ହୋଇଥିଲା। ଏଥିରେ ଭାରତ ବଡ଼ ସ୍କୋର କରିବା ସତ୍ତ୍ୱେ ହାରି ଯାଇଥିଲା। ଏହା ପରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଗୋଟିଏ ମ୍ୟାଚ୍ ହୋଇଥିଲା। ଏଥିରେ ଶ୍ରୀଲଙ୍କା ହାରି ଯାଇଥିଲା। ଉଭୟ ଭାରତ ଓ ଶ୍ରୀଲଙ୍କାର ପରାଜୟ ପାଇଁ ସୋସିଆଲ୍ ମିଡିଆରେ ଜଣେ ଯୁବତୀଙ୍କୁ ଦାୟୀ କରାଯାଇଥିଲା। ଏହି ଯୁବତୀ ଜଣଙ୍କ ହେଉଛନ୍ତି ପାକିସ୍ତାନୀ ସାମ୍ବାଦିକ ଜୈନବ ଅବ୍ବାସ। ସେମିତି […]

yuvraj

yuvraj

Rakesh Mallick
  • Published: Monday, 19 June 2017
  • Updated: 19 June 2017, 07:34 AM IST

ନୂଆଦିଲ୍ଲୀ: ଗତକାଲି ଶେଷ ହୋଇଥିବା ଚାମ୍ପିଅନ୍ସ ଟ୍ରଫିରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏକ ମ୍ୟାଚ୍ ହୋଇଥିଲା। ଏଥିରେ ଭାରତ ବଡ଼ ସ୍କୋର କରିବା ସତ୍ତ୍ୱେ ହାରି ଯାଇଥିଲା। ଏହା ପରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଗୋଟିଏ ମ୍ୟାଚ୍ ହୋଇଥିଲା। ଏଥିରେ ଶ୍ରୀଲଙ୍କା ହାରି ଯାଇଥିଲା। ଉଭୟ ଭାରତ ଓ ଶ୍ରୀଲଙ୍କାର ପରାଜୟ ପାଇଁ ସୋସିଆଲ୍ ମିଡିଆରେ ଜଣେ ଯୁବତୀଙ୍କୁ ଦାୟୀ କରାଯାଇଥିଲା। ଏହି ଯୁବତୀ ଜଣଙ୍କ ହେଉଛନ୍ତି ପାକିସ୍ତାନୀ ସାମ୍ବାଦିକ ଜୈନବ ଅବ୍ବାସ। ସେମିତି ଗତକାଲି ଭାରତ-ପାକିସ୍ତାନ ଫାଇନାଲ ମ୍ୟାଚ୍ ପୂର୍ବରୁ ଯୁବରାଜ ସିଂହଙ୍କ ସହ ସେ ସେଲ୍‌ଫି ନେଇଥିଲେ। ତେଣୁ ଭାରତର ପରାଜୟ ପାଇଁ ସୋସିଆଲ୍ ମିଡିଆରେ ତାଙ୍କୁ ଦାୟୀ କରୁଛନ୍ତି କ୍ରିକେଟ୍ ଫ୍ୟାନ୍‌।

zainabଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ-ଶ୍ରୀଲଙ୍କ ମ୍ୟାଚ୍ ପୂର୍ବରୁ ଏହି ସାମ୍ବାଦିକା ଶ୍ରୀଲଙ୍କାର ଅଧିନାୟକ ଏଞ୍ଜେଲୋ ମାଥ୍ୟୁସ୍‌ଙ୍କ ସହିତ ସେଲ୍‌ଫି ନେଇଥିଲେ। ଆଉ ଏହି ମ୍ୟାଚ୍‌ରେ ପାକିସ୍ତାନ ଜିତି ଥିଲା।

kohaliଭାରତ-ଶ୍ରୀଲଙ୍କା ମ୍ୟାଚ୍ ପୂର୍ବରୁ ସେ ବିରାଟ କୋହଲିଙ୍କ ସହିତ ସେଲ୍‌ଫି ଉଠାଇଥିଲେ। କୋହଲି ସେଦିନ ଶୂନରେ ଆଉଟ୍ ହୋଇଥିଲେ। ଭାରତ ମଧ୍ୟ ଏହି ମ୍ୟାଚ୍‌ ହାରି ଯାଇଥିଲା।

ପାକିସ୍ତାନ ସହିତ ମ୍ୟାଚ୍ ପୂର୍ବରୁ ଜୈନବ ଦକ୍ଷିଣ ଆଫ୍ରିକାର ଖେଳାଳି ଡିଭିଲିୟର୍ସଙ୍କ ସହିତ ସେଲ୍‌ଫି ଉଠାଇଥିଲେ। ଡିଭିଲିୟର୍ସ ଶୂନରେ ଆଉଟ୍ ହୋଇଯାଇଥିଲେ। ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ହାରି ଯାଇଥିଲା। ତେଣୁ କୁହାଯାଉଛି ସେ ଯାହା ସହିତ ସେଲ୍‌ଫି ନେଉଛନ୍ତି ସେହି ଟିମ୍ ହାରି ଯାଉଛି।

ରିପୋର୍ଟ ଓ ଫଟୋ ସୌଜନ୍ୟ- ଆଜ୍‌ ତକ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos