୩୪୭/୯ରେ ଟିମ୍‌ ଇଣ୍ଡିଆର ପାଳି ଘୋଷଣା, ବାଂଲାଦେଶର ପୁଣି ବ୍ୟାଟିଂ ବିପର୍ଯ୍ୟୟ

କୋଲାକାତା: ପିଙ୍କ ବଲ ଟେଷ୍ଟରେ ଟିମ୍‌ ଇଣ୍ଡିଆ ନିଜର ଆଧିପତ୍ୟ ବିସ୍ତାର କରିବାରେ ଲାଗିଛି। ପ୍ରଥମେ ବାଂଲାଦେଶକୁ ୧୦୬ ରନ୍‌ରେ ଅଲଆଉଟ୍‌ କରି ଦେଇଥିବା ଟିମ୍‌ ଇଣ୍ଡିଆ ତା’ର ପ୍ରଥମ ଇନିଂସ୍‌ରେ ୯ ୱିକେଟ୍‌ ହରାଇ ୩୪୭ ରନ୍‌ କରିବା ପରେ ପାଳି ଘୋଷଣା କରିଛି। ଅର୍ଥାତ ଦଳ ବାଂଲାଦେଶର ପ୍ରଥମ ଇନିଂସ୍‌ ସ୍କୋର ଠାରୁ ୨୪୧ ରନ୍‌ର ଲିଡ୍‌ ହାସଲ କରିଛି। ଏହାର ଜବାବରେ ବାଂଲାଦେଶ ତା’ର ଦ୍ୱିତୀୟ ଇନିଂସ୍‌ରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ […]

cxzz

cxzz

Hemant Lenka
  • Published: Saturday, 23 November 2019
  • Updated: 23 November 2019, 05:40 PM IST

କୋଲାକାତା: ପିଙ୍କ ବଲ ଟେଷ୍ଟରେ ଟିମ୍‌ ଇଣ୍ଡିଆ ନିଜର ଆଧିପତ୍ୟ ବିସ୍ତାର କରିବାରେ ଲାଗିଛି। ପ୍ରଥମେ ବାଂଲାଦେଶକୁ ୧୦୬ ରନ୍‌ରେ ଅଲଆଉଟ୍‌ କରି ଦେଇଥିବା ଟିମ୍‌ ଇଣ୍ଡିଆ ତା’ର ପ୍ରଥମ ଇନିଂସ୍‌ରେ ୯ ୱିକେଟ୍‌ ହରାଇ ୩୪୭ ରନ୍‌ କରିବା ପରେ ପାଳି ଘୋଷଣା କରିଛି। ଅର୍ଥାତ ଦଳ ବାଂଲାଦେଶର ପ୍ରଥମ ଇନିଂସ୍‌ ସ୍କୋର ଠାରୁ ୨୪୧ ରନ୍‌ର ଲିଡ୍‌ ହାସଲ କରିଛି।

ଏହାର ଜବାବରେ ବାଂଲାଦେଶ ତା’ର ଦ୍ୱିତୀୟ ଇନିଂସ୍‌ରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ରିପୋର୍ଟ ଲେଖା ହେବା ବେଳକୁ ୬ ରନ୍‌ରେ ୨ ୱିକେଟ ହରାଇଛି। ଦଳର ଓପନର ଶାଦମାନ ଇସଲମାଙ୍କୁ ଇଶାନ୍ତ ଶର୍ମା ପ୍ରଥମ ଓଭରରେ ହିଁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ପଠାଇ ଦେଇଛନ୍ତି। ସେହିପରି ନିଜର ଦ୍ୱିତୀୟ ତଥା ଇନିଂସ୍‌ର ତୃତୀୟ ଓଭରରେ ଈଶାନ୍ତ ବାଂଲାଦେଶ ଅଧିନାୟକ ମୋମିନୁଲ ହକଙ୍କୁ ମଧ୍ୟ ଆଉଟ କରି ଯୁଗଳ ଝଟକା ଦେଇଛନ୍ତି।

ଗତକାଲିର ସ୍କୋର ୧୭୪/୩ରୁ ଆଜି ଟିମ୍‌ ଇଣ୍ଡିଆ ଖେଳ ଆରମ୍ଭ କରିଥିଲା। ଅଧିନାୟକ ବିରାଟ କୋହଲି ଓ ତାଙ୍କ ଡେପୁଟି ଅଜିଙ୍କ୍ୟ ରାହଣେ ଆରମ୍ଭରୁ ବେଶ ସତର୍କତାର ବାଂଲାଦେଶ ବୋଲରଙ୍କ ପିଙ୍କ ବଲ ଆକ୍ରମଣକୁ ସାମ୍ନା କରିଥିଲେ। ତେବେ ସେଟ୍‌ ହୋଇଗଲା ପରେ ଉଭୟ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିଥିଲେ।

ଉଭୟ ୪ର୍ଥ ୱିକେଟ ପାଇଁ ୯୯ ରନ୍‌ର ଭାଗିଦାରୀ କରି ଦଳୀୟ ସ୍କୋରକୁ ୨୩୬ରେ ପହଞ୍ଚାଇଥିଲେ। ଏଥିସହ ବିରାଟ ଓ ରାହଣେ ନିଜ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ତେବେ ବ୍ୟକ୍ତିଗତ ୫୧ ରନ୍‌ କରିଥିବା ରାହଣେ ପ୍ରଥମେ ତାଇଜୁଲ ଇସଲାମଙ୍କ ବଲରେ ଆଉଟ ହୋଇ ଯାଇଥିଲେ। ରାହଣେଙ୍କ ଆଉଟ କିନ୍ତୁ ବିରାଟଙ୍କ ବ୍ୟାଟିଂ ଉପରେ କୌଣସି ପ୍ରଭାବ ପକାଇ ନଥିଲା। ସେ ବାଂଲା ବୋଲରଙ୍କୁ ଆକ୍ରମଣ କରି ନିଜ ଟେଷ୍ଟ କ୍ୟାରିୟରର ୨୭ତମ ଶତକ ହାସଲ କରିଥିଲେ।

୧୫୯ ବଲ୍‌ରେ ବିରାଟ ୧୨ଟି ଚୌକା ସହାୟତାରେ ଏହି ଶତକ ହାସଲ କରିଛନ୍ତି। ବିରାଟଙ୍କୁ ରବୀନ୍ଦ୍ର ଜାଡେଜା(୧୨) କିଛି ସମୟ ପାଇଁ ସହଯୋଗ କରିଥିଲେ। ତେବେ ଦଳୀୟ ସ୍କୋର ୨୮୯ ଥିବା ବେଳେ ସେ ପ୍ୟାଭିଲିୟନ ଫେରିଥିଲେ। ବିରାଟ ବଡ଼ ଶଟ ଖେଳିବା ଲୋଭରେ ୧୩୬ ରନ୍‌ କରି ଇବାଦତ ହୁସେନଙ୍କ ବଲରେ ଆଉଟ ହୋଇଯାଇଥିଲେ।

ବିରାଟ ଆଉଟ ହେବା ସମୟରେ ଦଳୀୟ ସ୍କୋର ୩୦୮ ରହିଥିଲା। ରିଦ୍ଧିମାନ ସାହା ଅପରାଜିତ ୧୭ ରନ୍‌ କରି ଗୋଟିଏ ପାର୍ଶ୍ୱରେ ଛିଡ଼ା ହୋଇଥିଲେ ହେଁ ଅନ୍ୟ କୌଣସି ଟେଲେଣ୍ଡର ତାଙ୍କୁ ସହଯୋଗ କରିପାରି ନଥିଲେ। ରବିଚନ୍ଦ୍ରନ ଅଶ୍ୱିନ (୯) କିଛି ସମୟ ପାଇଁ ଲଢ଼େଇ କରିଥିଲେ ହେଁ ଉମେଶ ଯାଦବ ଓ ଈଶାନ୍ତ ଶର୍ମା ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ଭାରତ ୩୪୭/୯ ଥିବା ବେଳେ ପାଳି ଘୋଷଣା କରିଥିଲା। ଏହି ସମୟରେ ସାହା ୧୭ ଓ ମହମ୍ମଦ ଶାମି ୧୦ ରନ୍‌ କରି ଅପରାଜିତ ରହିଥିଲେ।

ବାଂଲାଦେଶ ପକ୍ଷରୁ ଅଲ ଅମୀନ ହୁସେନ ଓ ଇବାଦତ ହୁସେନ ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ଅବୁ ଜୟଦ ୨ଟି ଓ ତାଇଜୁଲ ଇସଲାମ ଗୋଟିଏ ୱିକେଟ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story