ନୂଆ ରୂପରେ ଚମକୁଛି କଳିଙ୍ଗ ଷ୍ଟାଡ଼ିୟମ: ୩ଦିନ ପରେ ISL ଫୁଟ୍‌ବଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଦେଖିବାକୁ ମିଳିବ ଫୁଟ୍‌ବଲ୍‌ ଫିଭର୍‌। ଆସନ୍ତା ୨୫ରେ ଖେଳାଯିବ ଇଣ୍ଡିଆନ୍ ସୁପରଲିଗର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍। ସାମ୍ନା ସାମ୍ନି ହେବେ ଦୁଇ ଷ୍ଟିଲ୍ ଡର୍ବି ଟିମ୍ ଜାମସେଦପୁର ଫୁଟବଲ କ୍ଲବ ଏବଂ ବେଙ୍ଗାଲୁରୁ ଫୁଟବଲ କ୍ଲବ। କଳିଙ୍ଗ ଷ୍ଟାଡ଼ିୟମ ହେଉଛି ଜାମସେଦପୁରର ଆଉ ଏକ ନୂଆ ହୋମ ଟର୍ଫ। ଏନେଇ ଭୁବନେଶ୍ୱରରେ ପହଞ୍ଚି ଜାମସେଦୁପର ଟିମ୍ ଅଭ୍ୟାସ ଆରମ୍ଭ କରିଛି। ଜାମସେପୁର ବର୍ତ୍ତମାନ ସୁଦ୍ଧା ୧୬ଟି ମ୍ୟାଚରୁ ମୋଟ ୨୬ […]

27jamstadium16c

27jamstadium16c

Rakesh Mallick
  • Published: Wednesday, 21 February 2018
  • Updated: 21 February 2018, 11:26 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଦେଖିବାକୁ ମିଳିବ ଫୁଟ୍‌ବଲ୍‌ ଫିଭର୍‌। ଆସନ୍ତା ୨୫ରେ ଖେଳାଯିବ ଇଣ୍ଡିଆନ୍ ସୁପରଲିଗର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍। ସାମ୍ନା ସାମ୍ନି ହେବେ ଦୁଇ ଷ୍ଟିଲ୍ ଡର୍ବି ଟିମ୍ ଜାମସେଦପୁର ଫୁଟବଲ କ୍ଲବ ଏବଂ ବେଙ୍ଗାଲୁରୁ ଫୁଟବଲ କ୍ଲବ। କଳିଙ୍ଗ ଷ୍ଟାଡ଼ିୟମ ହେଉଛି ଜାମସେଦପୁରର ଆଉ ଏକ ନୂଆ ହୋମ ଟର୍ଫ। ଏନେଇ ଭୁବନେଶ୍ୱରରେ ପହଞ୍ଚି ଜାମସେଦୁପର ଟିମ୍ ଅଭ୍ୟାସ ଆରମ୍ଭ କରିଛି। ଜାମସେପୁର ବର୍ତ୍ତମାନ ସୁଦ୍ଧା ୧୬ଟି ମ୍ୟାଚରୁ ମୋଟ ୨୬ ପଏଣ୍ଟ ସହ ଟେବୁଲର ଚତୁର୍ଥ ସ୍ଥାନରେ ରହି ସେମିଫାଇନାଲ ଦୌଡ଼ରେ ଅଛି। ତେଣୁ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ ଜିତି ଦଳ ସେମିଫାଇନାଲ ପାଇଁ ସ୍ଥାନ ପକ୍କା କରିବାକୁ ଉଦ୍ୟମ କରିବ।

ମ୍ୟାଚ୍ ପାଇଁ କଳିଙ୍ଗ ଷ୍ଟାଡ଼ିୟମର ମୁଖ୍ୟ ଗ୍ରାଉଣ୍ଡ ପୂରା ପ୍ରସ୍ତୁତ। ବ୍ରାଣ୍ଡିଂରେ ଚମକୁଛି ଷ୍ଟାଡିୟମ। ଦର୍ଶକ ଗ୍ୟାଲେରୀରର ସିଟ ସଂଖ୍ୟା ପ୍ରାୟ ୧୧ ହଜାରକୁ ବୃଦ୍ଧି କରାଯାଇଛି। ୫୦ରୁ ଆରମ୍ଭ କରି ଟିକଟର ଦାମ୍ ୨୪୦ ଟଙ୍କା ଯାଏଁ ରହିଛି। ମ୍ୟାଚ ବେଳେ ଡିଜେ ବ୍ୟାଣ୍ଡ ସାଙ୍ଗକୁ ଲାଇଟ ଆଣ୍ଡ ସାଉଣ୍ଡରେ କମ୍ପିବ ଷ୍ଟାଡ଼ିୟମ। ଦର୍ଶକଙ୍କ ପାଇଁ ଷ୍ଟାଡ଼ିୟମ ପରିସରରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଓଡ଼ିଶାର ଫୁଟବଲ ଖେଳାଳି ଏହି ମ୍ୟାଚରୁ ଅନେକ କିଛି ଶିଖି ପାରିବେ ବୋଲି କହିଛନ୍ତି ଆନ୍ତର୍ଜାତିକ ଫୁଟବଲ ଖେଳାଳି ଶ୍ରଦ୍ଧାଞ୍ଜଳି ସାମନ୍ତରାୟ। ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ଏବଂ ଟାଟା ଷ୍ଟିଲର ମିଳିତ ସହଯୋଗରେ ଏହି ମ୍ୟାଚଟି ଭୁବନେଶ୍ୱରରେ ଆୟୋଜନ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos