ଟସ୍‌ ଜିତିଲା ମୁମ୍ବାଇ: ପ୍ରଥମେ ବୋଲିଂ କରିବ, ଆଇପିଏଲରେ ଡେବ୍ୟୁ କଲେ ଇଶ୍ରୁ ଉଦାନା

ଦୁବାଇ: ଚଳିତ ଆଇପିଏଲର ୧୦ମ ମୁକାବିଲାରେ ଟିମ୍‌ ଇଣ୍ଡିଆର ଦୁଇ ସୁପରଷ୍ଟାର ମୁହାଁମୁହିଁ ହେଉଛନ୍ତି। ଗୋଟିଏ ପଟେ ମୁମ୍ବାଇ ଇଣ୍ଡିଆନସ ମଙ୍ଗ ସମ୍ଭାଳିଛନ୍ତି ରୋହିତ ଶର୍ମା ଓ ଅନ୍ୟ ପଟେ ଅଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ମୁମ୍ବାଇ ଇଣ୍ଡିଆନସ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରିବ। #MumbaiIndians have won the […]

ff

ff

Hemant Lenka
  • Published: Monday, 28 September 2020
  • Updated: 28 September 2020, 07:27 PM IST

Sports

Latest News

ଦୁବାଇ: ଚଳିତ ଆଇପିଏଲର ୧୦ମ ମୁକାବିଲାରେ ଟିମ୍‌ ଇଣ୍ଡିଆର ଦୁଇ ସୁପରଷ୍ଟାର ମୁହାଁମୁହିଁ ହେଉଛନ୍ତି। ଗୋଟିଏ ପଟେ ମୁମ୍ବାଇ ଇଣ୍ଡିଆନସ ମଙ୍ଗ ସମ୍ଭାଳିଛନ୍ତି ରୋହିତ ଶର୍ମା ଓ ଅନ୍ୟ ପଟେ ଅଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ମୁମ୍ବାଇ ଇଣ୍ଡିଆନସ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରିବ।
https://twitter.com/i/status/1310574126264770560

ଚୂଡ଼ାନ୍ତ ଏକାଦଶରେ ବେଙ୍ଗାଲୁରୁ ୩ଟି ପରିବର୍ତ୍ତନ କରିଥିବା ବେଳେ ମୁମ୍ବାଇ ଗୋଟିଏ ପରିବର୍ତ୍ତନ କରିଛି। ମୁମ୍ବାଇ ପକ୍ଷରୁ ସୌରଭ ତିୱାରୀ ଅସୁସ୍ଥ ଥିବାରୁ ତାଙ୍କ ସ୍ଥାନରେ ଈଶାନ କିଶାନଙ୍କୁ ସୁଯୋଗ ମିଳିଛି। ସେହିପରି ବେଙ୍ଗାଲୁରୁ ପକ୍ଷରୁ ଡେବ୍ୟୁ କରିବାକୁ ଯାଉଛନ୍ତି ଶ୍ରୀଲଙ୍କାର ଦ୍ରୁତ ବୋଲର ଇଶ୍ରୁ ଉଦାନା। ଉଦାନା ପ୍ରଥମ ଥର ଆଇପିଏଲ ଖେଳୁଛନ୍ତି। ତାଙ୍କୁ ଡେଲ ଷ୍ଟେନଙ୍କ ବଦଳରେ ସୁଯୋଗ ମିଳିଛି। ସେହିପରି ଜୋଶ ଫିଲିପ୍ସଙ୍କ ବଦଳରେ ଆଡାମ ଜାମ୍ପା ଓ ଉମେଶ ଯାଦବଙ୍କ ବଦଳରେ ଗୁରୁକିରତ ସିଂହଙ୍କୁ ସାମିଲ କରାଯାଇଛି।

ମୁମ୍ବାଇ ତା’ର ପୂର୍ବ ମ୍ୟାଚ୍‌ରେ କୋଲକାତାକୁ ହରାଇଥିବା ବେଳେ ବେଙ୍ଗାଲୁରୁ ପ୍ରତିପକ୍ଷ ପଞ୍ଜାବକୁ ହରାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos