ସୋମବାର ୩ୟ ଦିନିକିଆ: ସିରିଜ୍‌ ହାତେଇବା ଲକ୍ଷ୍ୟରେ ଭାରତ, ନ୍ୟୁଜିଲ୍ୟାଣ୍ଡ ପାଇଁ 'କର ବା ମର'

ମାଉଣ୍ଟ ମାଙ୍ଗାନୁଇ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଲଗାତର ୨ଟି ଦିନିକିଆ ଜିତି ସିରିଜ୍‌ରେ ଆଗୁଥିବା ଟିମ୍‌ ଇଣ୍ଡିଆ ଆସନ୍ତାକାଲି ତୃତୀୟ ଦିନିକିଆ ପାଇଁ ପୁଣି ମାଉଣ୍ଟ ମାଙ୍ଗନୁଇ ପଡ଼ିଆକୁ ଓହ୍ଲାଇବ। ଏହି ପଡ଼ିଆରେ ଦ୍ୱିତୀୟ ଦିନିକିଆ ଜିତିଥିବା ବିରାଟ୍‌ ଆଣ୍ଡ କୋ ତୃତୀୟ ମ୍ୟାଚ୍‌ ଜିତି ସିରିଜ୍‌କୁ ଆଗୁଆ କବଜା ଲକ୍ଷ୍ୟରେ ରହିବ। ଅନ୍ୟପକ୍ଷରେ ଆସନ୍ତାକାଲି ଘରୋଇ ଟିମ୍‌ ପାଇଁ କର ବା ମର ପରିସ୍ଥିତି ରହିବ। ଯଦି ଦଳ ଆସନ୍ତାକାଲିର ମ୍ୟାଚ୍‌ ନ ଜିତେ, ତା’ହେଲେ ସିରିଜ୍‌ […]

v

v

Hemant Lenka
  • Published: Sunday, 27 January 2019
  • Updated: 27 January 2019, 08:04 PM IST

Sports

Latest News

ମାଉଣ୍ଟ ମାଙ୍ଗାନୁଇ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଲଗାତର ୨ଟି ଦିନିକିଆ ଜିତି ସିରିଜ୍‌ରେ ଆଗୁଥିବା ଟିମ୍‌ ଇଣ୍ଡିଆ ଆସନ୍ତାକାଲି ତୃତୀୟ ଦିନିକିଆ ପାଇଁ ପୁଣି ମାଉଣ୍ଟ ମାଙ୍ଗନୁଇ ପଡ଼ିଆକୁ ଓହ୍ଲାଇବ। ଏହି ପଡ଼ିଆରେ ଦ୍ୱିତୀୟ ଦିନିକିଆ ଜିତିଥିବା ବିରାଟ୍‌ ଆଣ୍ଡ କୋ ତୃତୀୟ ମ୍ୟାଚ୍‌ ଜିତି ସିରିଜ୍‌କୁ ଆଗୁଆ କବଜା ଲକ୍ଷ୍ୟରେ ରହିବ।

ଅନ୍ୟପକ୍ଷରେ ଆସନ୍ତାକାଲି ଘରୋଇ ଟିମ୍‌ ପାଇଁ କର ବା ମର ପରିସ୍ଥିତି ରହିବ। ଯଦି ଦଳ ଆସନ୍ତାକାଲିର ମ୍ୟାଚ୍‌ ନ ଜିତେ, ତା’ହେଲେ ସିରିଜ୍‌ ହାରିଯିବ। ତେଣୁ ଦଳ ନିଶ୍ଚିତ ଭାବେ ସବୁ ବଳ ଲଗାଇବାକୁ ଚେଷ୍ଟା କରିବ।

ଆସନ୍ତାକାଲି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଲକ୍ଷ୍ୟ କେବଳ ସିରିଜ୍‌ ଜିତିବା ଉପରେ ରହିବ ନାହିଁ। ବାସନ୍ଦାଦେଶ ପରେ ଦଳକୁ ଫେରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଭାରତୀୟ କ୍ରିକେଟ୍‌ ଫ୍ୟାନ୍‌ଙ୍କ ନଜର ରହିବ। ସେ ଆସନ୍ତାକାଲି ଚୂଡ଼ାନ୍ତ ଏକାଦଶରେ ସାମିଲ ହେଉଛନ୍ତି କି ନାହିଁ, ତାହା ଦେଖିବାକୁ ସମସ୍ତଙ୍କ ଅପେକ୍ଷା ରହିବ।

ସେହିପରି ଅଧିନାୟକ ବିରାଟ୍‌ କୋହଲିଙ୍କ ପାଇଁ ଆସନ୍ତାକାଲିର ମ୍ୟାଚ ହେବ ନ୍ୟୁଜିଲ୍ୟାଣ୍ଡ ଗସ୍ତର ଶେଷ ମ୍ୟାଚ୍‌। ତେଣୁ ସେ ନିଶ୍ଚୟ ବିଜୟ ସହ ଅଭିଯାନ ଶେଷ କରିବାକୁ ଚାହିଁବେ। ଆଗକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଥିବାରୁ ତାଙ୍କୁ ବିସିସିଆଇ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଶେଷ ଦୁଇଟି ଦିନିକିଆ ଓ ଟି-୨୦ ସିରିଜ୍‌କୁ ବାଦ ଦେଇଛି।

ଭାରତର ଲାଇନ୍‌ ଅପ୍‌କୁ ଦେ‌ଖିଲେ, ଆସନ୍ତାକାଲି ଯଥେଷ୍ଟ ପରିବର୍ତ୍ତନର ସମ୍ଭାବନା ନାହିଁ। କେବଳ ପାଣ୍ଡ୍ୟା କାହା ବଦଳରେ ଆସୁଛନ୍ତି, ତାହା ଦେଖିବାର କଥା। ଦଳର ଦୁଇ ରିଷ୍ଟ ସ୍ପିନର କୁଲଦୀପ ଓ ଚହଲ ଯୋଡ଼ି ଦୁଇଟି ଯାକ ମ୍ୟାଚ୍‌ରେ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛନ୍ତି।

ରୋହିତ ଶର୍ମା ଓ ଶିଖର ଧୱନ୍‌ ଫର୍ମରେ ରହିଛନ୍ତି। ମଧ୍ୟକ୍ରମରେ ବିରାଟ୍‌ଙ୍କ ସମେତ ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି ଓ କେଦାର ଯାଦବ ରହିଛନ୍ତି। ଅଲରାଉଣ୍ଡର ଭାବେ ବିଜୟ ଶଙ୍କର ଟିମ୍‌ରେ କମାଲ କରୁଛନ୍ତି। ଦ୍ରୁତ ବୋଲର ଭାବେ ଭୁବନେଶ୍ୱର କୁମାର ଓ ମହମ୍ମଦ ଶାମି ସେମାନଙ୍କ ଦାୟିତ୍ୱ ଠିକ୍‌ ଭାବେ ସମ୍ପାଦନ କରୁଛନ୍ତି।

ଅନ୍ୟପକ୍ଷରେ ଆସନ୍ତାକାଲି ମ୍ୟାଚ୍‌ ନ୍ୟୁଜିଲ୍ୟାଣ୍ଡ ପାଇଁ 'କର ବା ମର' ସ୍ଥିତି ସୃଷ୍ଟି କରିଥିବାରୁ ଅଧିନାୟକ କେନ୍‌ ୱିଲିୟମସନ୍‌ ବେଶ ଚାପରେ ରହିବେ। ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହିଁ। ତେଣୁ ଦଳ ଆସନ୍ତାକାଲି ପୁଣି ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିପାରେ।

ନ୍ୟୁଜିଲ୍ୟାଣ୍ଡ ଦଳ : କେନ୍‌ ୱିଲିୟମସନ୍‌(ଅଧିନାୟକ),ଟ୍ରେଣ୍ଟ ବୋଲ୍ଟ, ଡଗ୍‌ ବ୍ରାସୱେଲ, କଲିନ୍‌ ଡି ଗ୍ରାଣ୍ଡହୋମ, ଲକି ଫରଗୁସନ୍‌,ମାର୍ଟିନ ଗପ୍ଟିଲ, ମ୍ୟାଟ୍‌ ହେନରୀ,ଟମ୍‌ ଲାଥାମ,କଲିନ୍‌ ମନରୋ, ହେନରୀ ନିକୋଲସ୍‌, ମିଚେଲ ସାଣ୍ଟନର,ଇଶ ଶୋ‍ଢ଼ି, ଟିମ୍‌ ସାଉଦି ଓ ରସ୍‌ ଟେଲର।

ଭାରତୀୟ ଦଳ: ଶିଖର ଧୱନ, ରୋହିତ ଶର୍ମା, ବିରାଟ୍‌ କୋହଲି(ଅଧିନାୟକ), ଅମ୍ବାତି ରାୟୁଡୁ,କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି, ଦୀନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା, ବିଜୟ ଶଙ୍କର, ଶୁଭମାନ ଗିଲ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ୟୁଜବେନ୍ଦର ଚହଲ, କୁଲଦୀପ ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଖଲୀଲ ଅହମ୍ମଦ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos