ଦିଲ୍ଲୀ ପାଇଁ ବିସ୍ଫୋରଣ କଲେ ୟଙ୍ଗ ବ୍ରିଗେଡ, କୋଲକାତା ଆଗରେ ବିଶାଳ ୨୨୯ ରନ୍‌ର ଟାର୍ଗେଟ

ଦୁବାଇ: ଦିଲ୍ଲୀ କ୍ୟାପିଟାଲ୍ସ କମାଲ କରିଛନ୍ତି ୩ ଯୁବ ତାରକା। ବିଶେଷ କରି ଅଧିନାୟକ ଶ୍ରେୟସ ଆୟର ନିଜର ବିସ୍ଫୋରକ ରୂପ ଦେଖାଇଛନ୍ତି। ଶ୍ରେୟସ ଆୟର ଅପରାଜିତ ୮୮ ରନ୍‌ କରିଥିବା ବେଳେ ଋଷଭ ପନ୍ତ ୧୭ ବଲରେ ୩୮ ଓ ପୃଥ୍ୱୀ ଶ’ ୪୧ ବଲରେ ୬୬ ରନ୍‌ ରନ୍‌ ଇନିଂସ ଖେଳିଛନ୍ତି। ୩ ଯୁବ ବ୍ରିଗେଡଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୨୮ ରନ୍‌ […]

fvc

fvc

Hemant Lenka
  • Published: Saturday, 03 October 2020
  • Updated: 03 October 2020, 09:31 PM IST

Sports

Latest News

ଦୁବାଇ: ଦିଲ୍ଲୀ କ୍ୟାପିଟାଲ୍ସ କମାଲ କରିଛନ୍ତି ୩ ଯୁବ ତାରକା। ବିଶେଷ କରି ଅଧିନାୟକ ଶ୍ରେୟସ ଆୟର ନିଜର ବିସ୍ଫୋରକ ରୂପ ଦେଖାଇଛନ୍ତି। ଶ୍ରେୟସ ଆୟର ଅପରାଜିତ ୮୮ ରନ୍‌ କରିଥିବା ବେଳେ ଋଷଭ ପନ୍ତ ୧୭ ବଲରେ ୩୮ ଓ ପୃଥ୍ୱୀ ଶ’ ୪୧ ବଲରେ ୬୬ ରନ୍‌ ରନ୍‌ ଇନିଂସ ଖେଳିଛନ୍ତି।

୩ ଯୁବ ବ୍ରିଗେଡଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୨୮ ରନ୍‌ କରିଛି। ଫଳରେ କୋଲକାତା ଆଗରେ ବିଶାଳ ୨୨୯ ରନ୍‌ର ଟାର୍ଗେଟ ରହିଛି।

ଟସ୍‌ ଜିତି କୋଲକାତା ଅଧିନାୟକ ଦୀନେଶ କାର୍ତ୍ତିକ ଦିଲ୍ଲୀକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲେ। ଦୁଇ ଓପନର ପୃଥ୍ୱୀ ଶ’ ଓ ଶିଖର ଧୱନ ଜରବଦସ୍ତ ଆରମ୍ଭ କରିଥିଲେ। ଉଭୟ ୫.୫ ଓଭରରେ ୫୬ ରନ୍‌ ଯୋଡ଼ିଥିଲେ। ଏହି ସମୟରେ ୨୬ ରନ୍‌ କରିଥିବା ଧୱନଙ୍କୁ ବରୁଣ ଚକ୍ରବର୍ତ୍ତୀ ଆଉଟ କରିଦେଇଥିଲେ।

ଏହାପରେ ବ୍ୟାଟିଂ କରିବାକୁ ଆସିଥିଲେ ଶ୍ରେୟସ। ସେ ପୃଥ୍ୱୀ ଶ’ଙ୍କ ସହ ମିଶି ଦଳୀୟ ସ୍କୋରକୁ ୧୨୯ରେ ପହଞ୍ଚାଇ ଦେଇଥିଲେ। ଶ’ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଶ’ ୪୧ ବଲରେ ୬୬ ରନ୍‌ କରିଥିବା ବେଳେ ତାଙ୍କୁ ନାଗରକୋଟି ପ୍ୟାଭିଲିୟନ ପଠାଇ ଦେଇଥିଲେ।

୧୩ ଓଭର ଠାରୁ ଶ୍ରେୟସ ଓ ପନ୍ତ ଜବରଦସ୍ତ ଆଟାକ କରିଥିଲେ। ପ୍ରତି ଓଭରରେ ଛକା ଓ ଚୌକା ବର୍ଷା ହୋଇଥିଲା। ପନ୍ତ ମାତ୍ର ୧୭ ବଲରେ ୩୮ ରନ୍‌ କରିଥିବା ବେଳେ ରସେଲଙ୍କ ବଲରେ ଆଉଟ ହୋଇଥିଲେ। ମାର୍କସ ଷ୍ଟୋଇନିସ୍‌ ମାତ୍ର ୧ ରନ୍‌ କରିବାକୁ ସକ୍ଷମ ହୋଇଥିଲେ।

କିନ୍ତୁ ଶ୍ରେୟସ ଶେଷ ଯାଏ ଅପରାଜିତ ରହି ୮୮ ରନ୍‌ କରିଥିଲେ। ତାଙ୍କ ଇନିଂସରେ ସେ ୭ଟି ଛକା ଓ ୮ଟି ଚୌକା ମାରିଛନ୍ତି। ହେଟମେୟର ମଧ୍ୟ ୫ ବଲରେ ୭ ରନ୍‌ କରିଛନ୍ତି। ଦିଲ୍ଲୀ ପକ୍ଷରୁ ଶ’ ୬ଟି, ଧୱନ ୨ଟି, ଶ୍ରେୟସ ୬ଟି, ପନ୍ତ ଓ ହେଟମେୟର ଗୋଟିଏ ଲେଖାଏ ଛକା ମାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos