ଭାଙ୍ଗି ଯାଇଛି ଜାଡେଜାଙ୍କ ଅଙ୍ଗୁଳି, ୬ ସପ୍ତାହ ଖେଳିବେନି କ୍ରିକେଟ

ସିଡ୍‌ନୀ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ଅଧାରୁ ଭାରତକୁ ବହୁତ ବଡ଼ ଝଟକା ଲାଗିଛି। ଟିମ୍‌ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ହାତରେ ବଲ ମାଡ଼ ହୋଇ ବୁଢ଼ା ଅଙ୍ଗୁଳି ଭାଙ୍ଗି ଯାଇଛି। ଏହି କାରଣରୁ ସେ ୬ ସପ୍ତାହ ଯାଏ କ୍ରିକେଟ ଖେଳିବେ ନାହିଁ। ତେଣୁ ତୃତୀୟ ଟେଷ୍ଟର ଶେଷ ଦୁଇ ଦିନ ମଧ୍ୟ ତାଙ୍କୁ ପଡ଼ିଆରେ ଦେଖିବାକୁ ମିଳିବନାହିଁ। ଆଜି ଜାଡେଜା ବ୍ୟାଟିଂ କରୁଥିବା ବେଳେ ମିଚେଲ ଷ୍ଟାର୍କଙ୍କ ଗୋଟିଏ ବଲ ତାଙ୍କ […]

ds

ds

Hemant Lenka
  • Published: Saturday, 09 January 2021
  • Updated: 09 January 2021, 08:06 PM IST

Sports

Latest News

ସିଡ୍‌ନୀ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ଅଧାରୁ ଭାରତକୁ ବହୁତ ବଡ଼ ଝଟକା ଲାଗିଛି। ଟିମ୍‌ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ହାତରେ ବଲ ମାଡ଼ ହୋଇ ବୁଢ଼ା ଅଙ୍ଗୁଳି ଭାଙ୍ଗି ଯାଇଛି। ଏହି କାରଣରୁ ସେ ୬ ସପ୍ତାହ ଯାଏ କ୍ରିକେଟ ଖେଳିବେ ନାହିଁ। ତେଣୁ ତୃତୀୟ ଟେଷ୍ଟର ଶେଷ ଦୁଇ ଦିନ ମଧ୍ୟ ତାଙ୍କୁ ପଡ଼ିଆରେ ଦେଖିବାକୁ ମିଳିବନାହିଁ।

ଆଜି ଜାଡେଜା ବ୍ୟାଟିଂ କରୁଥିବା ବେଳେ ମିଚେଲ ଷ୍ଟାର୍କଙ୍କ ଗୋଟିଏ ବଲ ତାଙ୍କ ବାମ ହାତ ଅଙ୍ଗୁଳିରେ ମାଡ଼ ହୋଇଥିଲା। ସେ ତୁରନ୍ତ ଯନ୍ତ୍ରଣା ଅନୁଭବ କରିବା ସହ ପଡ଼ିଆ ମଝିକୁ ଫିଜିଓଙ୍କୁ ଡାକିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେ ପୁଣି ବ୍ୟାଟିଂ କରିଥିଲେ। ହେଲେ ଭାରତ ୨୪୪ ରନ୍‌ରେ ଅଲଆଉଟ ହେବା ପରେ ଜାଡେଜା ଆଉ ପଡ଼ିଆକୁ ବୋଲିଂ କରିବାକୁ ଆସିନଥିଲେ।

ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସ୍‌ ବ୍ୟାଟିଂ ବେଳେ ଜାଡେଜା ହସ୍ପିଟାଲ ଯାଇ ନିଜ ଆହତର ସ୍କାନ କରିଥିଲେ। ଏବେ ମିଳିଥିବା ରିପୋର୍ଟ ଅନୁଯାୟୀ, ଷ୍ଟାର୍କଙ୍କ ବଲ ମାଡ଼ରେ ତାଙ୍କ ବାମ ହାତ ବୁଢ଼ା ଅଙ୍ଗୁଳିଟି ଭାଙ୍ଗି ଯାଇଛି। ଏହି କାରଣରୁ ସେ ପୂରା ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌ ସହ ୬ ସପ୍ତାହ ପାଇଁ କ୍ରିକେଟରୁ ବାଦ ପଡ଼ିଛନ୍ତି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଫେବୃଆରୀ ୫ରୁ ଟେଷ୍ଟ ସିରିଜ୍‌ ଆରମ୍ଭ ହେବ। ଏଥିରେ ମଧ୍ୟ ଜାଡେଜାଙ୍କୁ ଦେଖିବାକୁ ମିଳିବନାହିଁ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ଋଷଭ ପନ୍ତଙ୍କ ଆହତ ସମସ୍ୟା ଗୁରୁତର ନଥିବା ଜଣାପଡ଼ିଛି। ଆଜି ପନ୍ତ ମଧ୍ୟ ବ୍ୟାଟିଂ କରିବା ବେଳେ ଗୋଟିଏ ବାଉନ୍ସରରେ ଆହତ ହୋଇଥିଲେ। ଏଥିପାଇଁ ସେ ଅଷ୍ଟ୍ରେଲିଆର ବ୍ୟାଟିଂ ବେଳେ ୱିକେଟ କିପିଂ କରି ନଥିଲେ। ତାଙ୍କ ବଦଳରେ ରିଦ୍ଧିମାନ ସାହା ଆଜି ୱିକେଟ କିପିଂ କରିଥିଲେ।

ବର୍ତ୍ତମାନ ମିଳିଥିବା ସୂଚନା ଅନୁଯାୟୀ, ସ୍କାନ ବେଳେ ପନ୍ତଙ୍କ କହୁଣୀରେ କୌଣସି ବଡ଼ ସମସ୍ୟା ନଥିବା ଜଣାପଡ଼ିଛି। ସେ ଧୀରେଧୀରେ ସୁସ୍ଥ ମଧ୍ୟ ହେଉଛନ୍ତି। ତେଣୁ ସେ ଆସନ୍ତାକାଲି ମଇଦାନକୁ ଓହ୍ଲାଇବାର ଯଥେଷ୍ଟ ସମ୍ଭାବନା ରହିଛି।

ଭାରତ ପ୍ରଥମ ଇନିଂସରେ ମାତ୍ର ୨୪୪ ରନ୍‌ କରି ଅଲଆଉଟ ହୋଇଯାଇଥିଲା। ଫଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୯୪ ରନ୍‌ର ଲିଡ୍‌ ହାସଲ କରିଥିଲା। ଦ୍ୱିତୀୟ ଇନିଂସରେ ଦଳ ତୃତୀୟ ଦିନର ଖେଳ ଶେଷ ବେଳକୁ ୨ ୱିକେଟ ହରାଇ ୧୦୩ ରନ କରିଛି। ଅର୍ଥାତ କଙ୍ଗାରୁ ଟିମ୍‌ ୧୯୭ ରନ୍‌ର ଅଗ୍ରଣୀ ହାସଲ କରି ନେଇଛି।

ଏହାପୂର୍ବରୁ ଜାଡେଜା ପ୍ରଥମ ଟି-୨୦ରେ ଆହତ ହୋଇଥିଲେ। ଏହି କାରଣରୁ ସେ ବାକି ୨ଟି ଟି-୨୦ରୁ ବାଦ ପଡ଼ିଥିଲେ। ସେହିପରି ଆହତ ଯୋଗୁ ଉମେଶ ଯାଦବ, ମହମ୍ମଦ ଶାମି ଓ କେଏଲ ରାହୁଲ ଟେଷ୍ଟ ସିରିଜ୍‌ରୁ ବାଦ ପଡ଼ିଛନ୍ତି। ବିରାଟ କୋହଲି ମଧ୍ୟ ଭାରତ ଫେରି ଆସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos