ଜୟପୁରରେ ଖେଳାଯିବ ମହିଳା ଟି-୨୦ ଚ୍ୟାଲେଞ୍ଜ, ଏଥର ୪ ଟିମ୍‌

ଜୟପୁର: ଆଇପିଏଲ-୨୦୨୦ ସମୟରେ ମହିଳା ଟି-୨୦ ଚ୍ୟାଲେଞ୍ଜ ମଧ୍ୟ ଖେଳାଯିବ। ରାଜସ୍ଥାନର ଜୟପୁରରେ ମହିଳା ଟି-୨୦ ଚ୍ୟାଲେଞ୍ଜର ୨୦୨୦ ସଂସ୍କରଣ ଖେଳାଯିବ। ଆଜି ବିସିସିଆଇ ପକ୍ଷରୁ ଏହା ଘୋଷଣା କରାଯାଇଛି। ଆଇପିଏଲର ପ୍ଲେ-ଅଫ ସପ୍ତାହରେ ହିଁ ସୱାଇ ମାନସିଂହ ଷ୍ଟାଡିୟମରେ ମହିଳା ଟି-୨୦ ଚ୍ୟାଲେଞ୍ଜର ୭ଟି ଯାକ ମ୍ୟାଚ୍‌ ଖେଳାଯିବ। ପୂର୍ବରୁ ମହିଳା ଚ୍ୟାଲେଞ୍ଜ ଟୁର୍ଣ୍ଣାମେଣ୍ଟରେ ୩ଟି ଦଳ ଥିଲେ। ହେଲେ ଏଥର ୪ଟି ଦଳ ଭାଗ ନେବେ। ଆଇପିଏଲ ସମୟରେ ମହିଳା ଟି-୨୦ ଚ୍ୟାଲେଞ୍ଜ ଖେଳଯିବାର […]

r

r

Hemant Lenka
  • Published: Saturday, 29 February 2020
  • Updated: 29 February 2020, 05:15 PM IST

ଜୟପୁର: ଆଇପିଏଲ-୨୦୨୦ ସମୟରେ ମହିଳା ଟି-୨୦ ଚ୍ୟାଲେଞ୍ଜ ମଧ୍ୟ ଖେଳାଯିବ। ରାଜସ୍ଥାନର ଜୟପୁରରେ ମହିଳା ଟି-୨୦ ଚ୍ୟାଲେଞ୍ଜର ୨୦୨୦ ସଂସ୍କରଣ ଖେଳାଯିବ। ଆଜି ବିସିସିଆଇ ପକ୍ଷରୁ ଏହା ଘୋଷଣା କରାଯାଇଛି।

ଆଇପିଏଲର ପ୍ଲେ-ଅଫ ସପ୍ତାହରେ ହିଁ ସୱାଇ ମାନସିଂହ ଷ୍ଟାଡିୟମରେ ମହିଳା ଟି-୨୦ ଚ୍ୟାଲେଞ୍ଜର ୭ଟି ଯାକ ମ୍ୟାଚ୍‌ ଖେଳାଯିବ। ପୂର୍ବରୁ ମହିଳା ଚ୍ୟାଲେଞ୍ଜ ଟୁର୍ଣ୍ଣାମେଣ୍ଟରେ ୩ଟି ଦଳ ଥିଲେ। ହେଲେ ଏଥର ୪ଟି ଦଳ ଭାଗ ନେବେ।

ଆଇପିଏଲ ସମୟରେ ମହିଳା ଟି-୨୦ ଚ୍ୟାଲେଞ୍ଜ ଖେଳଯିବାର ନିଷ୍ପତ୍ତି ୨୦୧୮ରେ ନିଆଯାଇଥିଲା। ୨୦୧୮ରେ ଗୋଟିଏ ମ୍ୟାଚ୍‌ ମୁମ୍ବାଇରେ ଖେଳାଯାଇଥିଲା। ଏହି ମ୍ୟାଚରେ ସୁପରନୋଭାସ ଶେଷ ଓଭରରେ ଟ୍ରାଏଲବ୍ଲାଜେର୍ସକୁ ୩ ୱିକେଟରେ ପରାସ୍ତ କରିଥିଲା।

୨୦୧୯ରେ ସୁପରନୋଭାସ ଓ ଟ୍ରାଏଲବ୍ଲାଜେର୍ସ ସହ ଭେଲୋସିଟି ଟିମ୍‌ ଭାଗ ନେଇଥିଲା। ଏହି ସଂସ୍କରଣରେ ସୁପରନୋଭାସ ବିଜୟୀ ହୋଇଥିଲା। ଏଥର ୪ଟି ଟିମ ଭାଗ ନେବେ।

ଚଳିତ ବର୍ଷ ଆଇପିଏଲ ମାର୍ଚ୍ଚ ୨୯ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos