ଇଂଲଣ୍ଡ ସ୍କ୍ୱାଡ୍‌କୁ ଫେରିଲେ ଆଣ୍ଡରସନ

ଲଣ୍ଡନ: ଆହତ ଯୋଗୁ ଆଶେସ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାଦ ପଡ଼ିଥିବା ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଆଜି ଇଂଲଣ୍ଡ ସ୍କ୍ୱାଡକୁ ଫେରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ୪ଟିକିଆ ମ୍ୟାଚ୍‌ ଟେଷ୍ଟ ସିରିଜ ପାଇଁ ଘୋଷଣା ହୋଇଥିବା ୧୭ ଜଣିଆ ସ୍କ୍ୱାଡ୍‌ରେ ଆଣ୍ଡରସନଙ୍କ ନାଁ ରହିଛି। ଡିସେମ୍ବର ୨୬ରୁ ହିଁ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବ। ଇଂଲଣ୍ଡ ପାଇଁ ୫୭୫ଟି ୱିକେଟ ନେଇଥିବା ଆଣ୍ଡରସନ୍ ଅଷ୍ଟ୍ରେଲିଆ ବିପକ୍ଷ […]

cy

cy

Hemant Lenka
  • Published: Saturday, 07 December 2019
  • Updated: 07 December 2019, 08:16 PM IST

ଲଣ୍ଡନ: ଆହତ ଯୋଗୁ ଆଶେସ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାଦ ପଡ଼ିଥିବା ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଆଜି ଇଂଲଣ୍ଡ ସ୍କ୍ୱାଡକୁ ଫେରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ୪ଟିକିଆ ମ୍ୟାଚ୍‌ ଟେଷ୍ଟ ସିରିଜ ପାଇଁ ଘୋଷଣା ହୋଇଥିବା ୧୭ ଜଣିଆ ସ୍କ୍ୱାଡ୍‌ରେ ଆଣ୍ଡରସନଙ୍କ ନାଁ ରହିଛି। ଡିସେମ୍ବର ୨୬ରୁ ହିଁ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବ।

ଇଂଲଣ୍ଡ ପାଇଁ ୫୭୫ଟି ୱିକେଟ ନେଇଥିବା ଆଣ୍ଡରସନ୍ ଅଷ୍ଟ୍ରେଲିଆ ବିପକ୍ଷ ଆଶେସ ସିରିଜର ପ୍ରଥମ ମ୍ୟାଚ ଖେଳୁଥିବା ବେଳେ ଆହତ ହୋଇଥିଲେ। ଏହାପରେ ପୂରା ସିରିଜରୁ ସେ ବାଦ ପଡ଼ିଥିଲେ। ଆଣ୍ଡରସନଙ୍କ ବ୍ୟତୀତ ମାର୍କ ଉଡ ଓ ଜନ୍ନି ବେୟାରଷ୍ଟୋ ମଧ୍ୟ ଇଂଲଣ୍ଡର ସ୍କ୍ୱାଡକୁ ଫେରିଛନ୍ତି।

ତେବେ ଅନ୍ୟତମ ଦ୍ରୁତ ବୋଲର ସାକିବ ମେହମ୍ମୁଦଙ୍କୁ ସ୍କ୍ୱାଡରୁ ବାଦ ଦିଆଯାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ମୋଇନ ଅଲୀ କମବ୍ୟାକ କରିବେ ବୋଲି କୁହାଯାଉ ଥିଲା। ହେଲେ ୧୭ ଜଣିଆ ତାଲିକାରେ ତାଙ୍କ ନାଁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos