ଜମ୍ମୁ-କଶ୍ମୀରର ପ୍ରଥମ ମହିଳା କାର୍‌ ରେସର ହୁମାଇରା

ଚଣ୍ଡୀଗଡ଼: ଜମ୍ମୁ-କଶ୍ମୀରରେ ମହିଳାଙ୍କୁ କୌଣସି ଖେଳ କୁଦରେ ଭାଗ ନେବାର ନଜିର ବହୁତ କମ୍‌ ଦେଖିବାକୁ ମିଳେ। ତେବେ କାର୍‌ ରେସିଂ ଭଳି ଅତ୍ୟାଧୁନିକ ଖେଳରେ ଜମ୍ମୁ-କଶ୍ମୀରର ପ୍ରଥମ ମହିଳା ଭାବେ ହୁମାଇରା ମୁସ୍ତାକ ଭାଗ ନେଇ ଇତିହାସ ସୃଷ୍ଟି କରିଛନ୍ତି। ଏହି କାର୍‌ ରେସିଂରେ ସେ ନିଜର କ୍ୟାରିୟର କରିବାକୁ ଚାହୁଁଛନ୍ତି। ହୁମାଇରା ନିକଟରେ କୋଏମ୍ବାଟୋର ଠାରେ ଚାଲିଥିବା ଜେକ ଟାୟାର ନ୍ୟାଶନାଲ ରେସିଂ ଚାମ୍ପିୟନଶିପରେ ଡେବ୍ୟୁ କରି ଲୋକଲୋଚନକୁ ଆସିଛନ୍ତି। ଜମ୍ମୁ ସହରେ ଜନ୍ମ […]

w

w

Hemant Lenka
  • Published: Saturday, 07 September 2019
  • Updated: 07 September 2019, 03:55 PM IST

Sports

Latest News

ଚଣ୍ଡୀଗଡ଼: ଜମ୍ମୁ-କଶ୍ମୀରରେ ମହିଳାଙ୍କୁ କୌଣସି ଖେଳ କୁଦରେ ଭାଗ ନେବାର ନଜିର ବହୁତ କମ୍‌ ଦେଖିବାକୁ ମିଳେ। ତେବେ କାର୍‌ ରେସିଂ ଭଳି ଅତ୍ୟାଧୁନିକ ଖେଳରେ ଜମ୍ମୁ-କଶ୍ମୀରର ପ୍ରଥମ ମହିଳା ଭାବେ ହୁମାଇରା ମୁସ୍ତାକ ଭାଗ ନେଇ ଇତିହାସ ସୃଷ୍ଟି କରିଛନ୍ତି।

ଏହି କାର୍‌ ରେସିଂରେ ସେ ନିଜର କ୍ୟାରିୟର କରିବାକୁ ଚାହୁଁଛନ୍ତି। ହୁମାଇରା ନିକଟରେ କୋଏମ୍ବାଟୋର ଠାରେ ଚାଲିଥିବା ଜେକ ଟାୟାର ନ୍ୟାଶନାଲ ରେସିଂ ଚାମ୍ପିୟନଶିପରେ ଡେବ୍ୟୁ କରି ଲୋକଲୋଚନକୁ ଆସିଛନ୍ତି।

ଜମ୍ମୁ ସହରେ ଜନ୍ମ ଓ ହୋଇ ବଡ଼ ହୋଇଥିବା ହୁମାଇରା କ୍ରିକେଟର ‘ଭଗବାନ’ ସଚିନ ତେନ୍ଦୁଲକରଙ୍କ ବଡ଼ ଫ୍ୟାନ। ଜମ୍ମୁ-କଶ୍ମୀର ପ୍ରତି ଲୋକଙ୍କ ମନରେ ଯେଉଁ ନକାରାତ୍ମକ ଧାରଣା ରହିଛି, ତା’କୁ ବଦଳାଇବାକୁ ସେ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ହୁମାଇରା କହିଛନ୍ତି।

ସେ କହିଛନ୍ତି, “ଆପଣ କେଉଁଠି ରହୁଛନ୍ତି, ସେକଥା ବଡ଼ ନୁହେଁ। ବରଂ ଆପଣ କେମିତି ରହୁଛନ୍ତି, ସେଇଟା ହିଁ ଗୁରୁତ୍ୱପୂର୍ଣ୍ଣ। ମୁଁ ବ୍ୟକ୍ତିଗତ ଭାବେ କହିବାକୁ ଚାହୁଁଛି ଯେ ମୁଁ କେବେ ହେଲେ କେଉଁଠି ବି ଏକୁଟିଆ ଅନୁଭବ କରିନାହିଁ। ଜମ୍ମୁ-କଶ୍ମୀର ହେଉଛି ଭାରତର ଏକ ଅଂଶ ବିଶେଷ। ତେଣୁ ଅନ୍ୟ ଭାରତୀୟ ମହିଳାଙ୍କ ଭଳି ମୁଁ ମଧ୍ୟ ନିଜ ଇଚ୍ଛାରେ କାର୍ଯ୍ୟ କରୁଛି।”
ପେସାରେ ଜଣେ ଦାନ୍ତ ଡାକ୍ତର ଭାବେ କାର୍ଯ୍ୟ କରୁଥିବା ହୁମାଇରା ଏବେ ଅନେକ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos