ସୁସ୍ଥ ହେଉଛନ୍ତି ବୁମ୍ରା, ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ଫେରିବେ!

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଭାରତ ଓ ବାଂଲାଦେଶ ମଧ୍ୟରେ ଟି-୨୦ ସିରିଜ୍‌ ଆରମ୍ଭ ହେଉଛି। ଆହତ ପାଇଁ ଦୀର୍ଘ ଦିନ ହେଲା କ୍ରିକେଟ ପଡ଼ିଆରୁ ଦୂରେଇ ରହିଥିବା ବିଶ୍ୱର ୧ ନଂ ବୋଲର ଯଶପ୍ରୀତ ବୁମ୍ରା ଏବେ ସୁସ୍ଥ ହେଉଛନ୍ତି। ସମ୍ଭବତଃ ସେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ବେଳେ ଟିମ୍‌କୁ କମବ୍ୟାକ୍‌ କରିବେ ବୋଲି ଆଜି ସୂଚନା ମିଳିଛି। ୨୦୨୦ ଆରମ୍ଭରୁ ଭାରତ-ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ। ତେବେ ଏହା ପୂର୍ବରୁ ଭାରତରେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ସହ […]

b

b

Hemant Lenka
  • Published: Saturday, 02 November 2019
  • Updated: 02 November 2019, 04:33 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଭାରତ ଓ ବାଂଲାଦେଶ ମଧ୍ୟରେ ଟି-୨୦ ସିରିଜ୍‌ ଆରମ୍ଭ ହେଉଛି। ଆହତ ପାଇଁ ଦୀର୍ଘ ଦିନ ହେଲା କ୍ରିକେଟ ପଡ଼ିଆରୁ ଦୂରେଇ ରହିଥିବା ବିଶ୍ୱର ୧ ନଂ ବୋଲର ଯଶପ୍ରୀତ ବୁମ୍ରା ଏବେ ସୁସ୍ଥ ହେଉଛନ୍ତି।

ସମ୍ଭବତଃ ସେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ବେଳେ ଟିମ୍‌କୁ କମବ୍ୟାକ୍‌ କରିବେ ବୋଲି ଆଜି ସୂଚନା ମିଳିଛି। ୨୦୨୦ ଆରମ୍ଭରୁ ଭାରତ-ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ। ତେବେ ଏହା ପୂର୍ବରୁ ଭାରତରେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ସହ ଟି-୨୦ ସିରିଜ୍‌ ଖେଳିବ। ଜାନୁଆରୀ ମାସରେ ଏହି ସିରିଜ୍‌ ଖେଳାଯିବ। ତେଣୁ ଏଥିରେ ବୁମ୍ରାଙ୍କୁ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି।

ଏକ ସୂତ୍ରରୁ ଜଣାପଡ଼ିଛି ଯେ ଆହତ ସମସ୍ୟା ଦେଇ ଗତି କରୁଥିବା ବୁମ୍ରା ଏବେ ସୁସ୍ଥ ହେଉଛନ୍ତି। ଦୀପାବଳୀ ପାଇଁ ସେ ଅଭ୍ୟାସ ବନ୍ଦ ରଖିଥିଲେ। ହେଲେ ଏବେ ପୁଣିଥରେ ସେ ଟ୍ରାକକୁ ଫେରିଛନ୍ତି। ନୂଆବର୍ଷ ବେଳକୁ ସେ ପୂରା ଫିଟ୍‌ ହୋଇଯିବାର ସମ୍ଭାବନା ରହିଛି। ଯେ ହେତୁ ବୁମ୍ରା ନୂଆବର୍ଷ ସୁଦ୍ଧା ଫିଟ୍‌ ହୋଇଯିବେ, ତେଣୁ ଜାନୁଆରେ ମାସରେ ହେବାକୁ ଥିବା ଟି-୨୦ ସିରିଜ୍‌ରେ ତାଙ୍କୁ ଦଳରେ ଦେଖିବାକୁ ମିଳିବ ବୋଲି ଏହି ସୂତ୍ରରେ କୁହାଯାଇଛି।

ଭାରତ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡ ସହ ୨ଟି ଟେଷ୍ଟ, ୩ଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ୍‌ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos