ବୁମ୍ରା ବିଶ୍ୱର ସର୍ବଶ୍ରେଷ୍ଠ ବୋଲର୍: ସଚିନ୍

ହାଇଦ୍ରାବାଦ: ଆଇପିଏଲ୍ ଫାଇନାଲରେ ନିଜର ଦମଦାର ବୋଲିଂ ଦ୍ୱାରା ମୁମ୍ବାଇ ଇଣ୍ଡିଆନ୍ସକୁ ଚାମ୍ପିଅନ୍ କରାଇଥିବା ପେସ୍ ବୋଲର ଯଶପ୍ରୀତ ବୁମ୍ରାଙ୍କୁ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ପ୍ରଶଂସା କରିଛନ୍ତି। ସଚିନ କହିଛନ୍ତି, ବୁମ୍ରା ବର୍ତ୍ତମାନ ସମୟରେ ଦୁନିଆର ଶ୍ରେଷ୍ଠ ବୋଲର। ବୁମ୍ରା ପ୍ରତି ମ୍ୟାଚରେ ଉନ୍ନତ ହେବାରେ ଲାଗିଛନ୍ତି। ତାଙ୍କ ବୋଲିଂକୁ ସାମ୍ନା କରିବା କୌଣସି ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ସହଜ ହେବନି। ବୁମ୍ରାଙ୍କ ପାଖରେ ପେସ୍, ସ୍ଲୋୟର୍, କଟର୍ ଆଦି ବିଭିନ୍ନତା ରହିଛି। ବ୍ୟାଟ୍ସମ୍ୟାନଙ୍କ ମନ ପଢ଼ିବାରେ […]

BUMRAH

BUMRAH

Hemant Lenka
  • Published: Monday, 13 May 2019
  • Updated: 13 May 2019, 06:08 PM IST

Sports

Latest News

ହାଇଦ୍ରାବାଦ: ଆଇପିଏଲ୍ ଫାଇନାଲରେ ନିଜର ଦମଦାର ବୋଲିଂ ଦ୍ୱାରା ମୁମ୍ବାଇ ଇଣ୍ଡିଆନ୍ସକୁ ଚାମ୍ପିଅନ୍ କରାଇଥିବା ପେସ୍ ବୋଲର ଯଶପ୍ରୀତ ବୁମ୍ରାଙ୍କୁ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ପ୍ରଶଂସା କରିଛନ୍ତି। ସଚିନ କହିଛନ୍ତି, ବୁମ୍ରା ବର୍ତ୍ତମାନ ସମୟରେ ଦୁନିଆର ଶ୍ରେଷ୍ଠ ବୋଲର। ବୁମ୍ରା ପ୍ରତି ମ୍ୟାଚରେ ଉନ୍ନତ ହେବାରେ ଲାଗିଛନ୍ତି।

ତାଙ୍କ ବୋଲିଂକୁ ସାମ୍ନା କରିବା କୌଣସି ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ସହଜ ହେବନି। ବୁମ୍ରାଙ୍କ ପାଖରେ ପେସ୍, ସ୍ଲୋୟର୍, କଟର୍ ଆଦି ବିଭିନ୍ନତା ରହିଛି। ବ୍ୟାଟ୍ସମ୍ୟାନଙ୍କ ମନ ପଢ଼ିବାରେ ବୁମ୍ରା ମାହିର୍। ବିଶେଷକରି ଡେଥ୍ ଓଭରରେ ସେ ଯେଉଁଭଳି ବୋଲିଂ କରୁଛନ୍ତି, ହୁଏତ କୌଣସି ବୋଲର ଏମିତି ପ୍ରଦର୍ଶନ ଦେଇପାରିବେ ନାହିଁ। ଆଶା କରୁଛି, ଆଗାମୀ ଦିନରେ ସେ ଏହାଠାରୁ ଆହୁରି ଶ୍ରେଷ୍ଠ ପ୍ରଦର୍ଶନ ଦେବେ ବୋଲିଂ ସଚିନ କହିଛନ୍ତି।

ସୂଚନାଯୋଗ୍ୟ, ଫାଇନାଲରେ ବୁମ୍ରା ୪ ଓଭରରେ ୧୪ ରନ୍ ଦେଇ ୨ ୱିକେଟ୍ ନେଇ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଚଳିତ ସିଜନରେ ସେ ୧୬ ମ୍ୟାଚରେ ମୋଟ ୧୬ ୱିକେଟ୍ ହାସଲ କରିଛନ୍ତି, ଯେଉଁଥିରେ ତାଙ୍କ ଇକୋନୋମି ୬.୬୩ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos