ଶ୍ରୀଲଙ୍କା ବିପକ୍ଷରେ ପରସ୍ପରକୁ ଟକ୍କର ଦେବେ ବୁମ୍ରା ଓ ଚହଲ

ଗୌହାଟୀ: ଆହତ ଯୋଗୁ ଦୀର୍ଘ ଦିନ ହେଲା ପଡ଼ିଆରୁ ଦୂରେଇ ରହିଥିବା ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଆସନ୍ତାକାଲି ଶ୍ରୀଲଙ୍କା ବିପକ୍ଷ ଟି-୨୦ ମ୍ୟାଚ୍‌ ଖେଳିବେ। ଆସନ୍ତାକାଲି ସେ ରେକର୍ଡ ସୃଷ୍ଟି କରିବାର ସୁଯୋଗ ପାଇବେ। କିନ୍ତୁ ବୁମ୍ରାଙ୍କୁ ରିଷ୍ଟ ସ୍ପିନର ୟୁଜବେନ୍ଦର ଚହଲ କଡ଼ା ଟକ୍କର ଦେବେ। ଏବେ ଟି-୨୦ରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ ଦଖଲକାରୀ ରବିଚନ୍ଦ୍ରନ ଅଶ୍ୱିନ(୫୨)ଙ୍କ ସହ ଚହଲ ସମକକ୍ଷ ହୋଇ ରହିଛନ୍ତି। ବୁମ୍ରା ସାଥୀ ଖେଳାଳି ଚହଲଙ୍କ […]

q

q

Hemant Lenka
  • Published: Saturday, 04 January 2020
  • Updated: 04 January 2020, 08:42 PM IST

Sports

Latest News

ଗୌହାଟୀ: ଆହତ ଯୋଗୁ ଦୀର୍ଘ ଦିନ ହେଲା ପଡ଼ିଆରୁ ଦୂରେଇ ରହିଥିବା ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଆସନ୍ତାକାଲି ଶ୍ରୀଲଙ୍କା ବିପକ୍ଷ ଟି-୨୦ ମ୍ୟାଚ୍‌ ଖେଳିବେ। ଆସନ୍ତାକାଲି ସେ ରେକର୍ଡ ସୃଷ୍ଟି କରିବାର ସୁଯୋଗ ପାଇବେ। କିନ୍ତୁ ବୁମ୍ରାଙ୍କୁ ରିଷ୍ଟ ସ୍ପିନର ୟୁଜବେନ୍ଦର ଚହଲ କଡ଼ା ଟକ୍କର ଦେବେ।

ଏବେ ଟି-୨୦ରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ ଦଖଲକାରୀ ରବିଚନ୍ଦ୍ରନ ଅଶ୍ୱିନ(୫୨)ଙ୍କ ସହ ଚହଲ ସମକକ୍ଷ ହୋଇ ରହିଛନ୍ତି। ବୁମ୍ରା ସାଥୀ ଖେଳାଳି ଚହଲଙ୍କ ଠାରୁ ଗୋଟିଏ ୱିକେଟ ପଛରେ ରହିଛନ୍ତି। ଅର୍ଥାତ ବୁମ୍ରା ଟି-୨୦ ଭାରତ ପାଇଁ ୫୧ଟି ୱିକେଟ ନେଇଛନ୍ତି। ଏବେ ଉଭୟଙ୍କ ପାଖରେ ଭାରତ ପାଇଁ ଟି-୨୦ରେ ସର୍ବାଧିକ ୱିକେଟ ନେବାର ରେକର୍ଡ ସୃଷ୍ଟି କରିବା ପାଇଁ ସୁଯୋଗ ରହିବ।

ବୁମ୍ରା ୪୨ଟି ମ୍ୟାଚ୍‌ରେ ୫୧ଟି ୱିକେଟ ନେଇଥିବା ବେଳେ ଚହଲ ୩୬ଟି ମ୍ୟାଚ୍‌ରେ ୫୨ଟି ୱିକେଟ ନେଇଛନ୍ତି। ଅଶ୍ୱିନ ୪୬ଟି ମ୍ୟାଚ୍‌ରେ ୫୨ଟି ୱିକେଟ ଦଖଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos