ଆର୍ଚରଙ୍କ ଦମଦାର ବୋଲିଂ, ୧୮୪ରେ ଅଟକିଲା ଦିଲ୍ଲୀ

ଶାରଜା: ଶିମରମ ହେଟମେୟରଙ୍କ ବିସ୍ଫୋରକ ୪୫ ଓ ମାର୍କସ ଷ୍ଟୋଇନିସଙ୍କ ୩୦ ରନ୍‌ ବଲରେ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ ହରାଇ ୧୮୪ ରନ୍‌ କରିଛି। ଫଳରେ ରାଜସ୍ଥାନ ରୟାଲ୍ସକୁ ୧୮୫ ରନ୍‌ର ଟାର୍ଗେଟ ମିଳିଛି। ଦିଲ୍ଲୀ ପାୱାର ପ୍ଲେ’ରେ ୩ଟି ୱିକେଟ ହରାଇଥିଲେ ହେଁ ମଧ୍ୟମକ୍ରମରେ ହେଟମେୟର ଓ ଶେଷ ଭାଗରେ ଅକ୍ଷର ପଟେଲ ଏବଂ ହର୍ଷ ପଟେଲଙ୍କ ଜବରଦସ୍ତ ବ୍ୟାଟିଂ ଦେଖିବାକୁ ମିଳିଥିଲା। ଅକ୍ଷର ୭ ବଲରେ ୧୭ ରନ୍‌ […]

vf

vf

Hemant Lenka
  • Published: Friday, 09 October 2020
  • Updated: 09 October 2020, 09:26 PM IST

Sports

Latest News

ଶାରଜା: ଶିମରମ ହେଟମେୟରଙ୍କ ବିସ୍ଫୋରକ ୪୫ ଓ ମାର୍କସ ଷ୍ଟୋଇନିସଙ୍କ ୩୦ ରନ୍‌ ବଲରେ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ ହରାଇ ୧୮୪ ରନ୍‌ କରିଛି। ଫଳରେ ରାଜସ୍ଥାନ ରୟାଲ୍ସକୁ ୧୮୫ ରନ୍‌ର ଟାର୍ଗେଟ ମିଳିଛି। ଦିଲ୍ଲୀ ପାୱାର ପ୍ଲେ’ରେ ୩ଟି ୱିକେଟ ହରାଇଥିଲେ ହେଁ ମଧ୍ୟମକ୍ରମରେ ହେଟମେୟର ଓ ଶେଷ ଭାଗରେ ଅକ୍ଷର ପଟେଲ ଏବଂ ହର୍ଷ ପଟେଲଙ୍କ ଜବରଦସ୍ତ ବ୍ୟାଟିଂ ଦେଖିବାକୁ ମିଳିଥିଲା। ଅକ୍ଷର ୭ ବଲରେ ୧୭ ରନ୍‌ କରି ଆଉଟ ହୋଇଥିଲା ବେଳେ ହର୍ଷ ପଟେଲ ୧୬ ରନ୍‌ କରିଥିଲେ। ଦିଲ୍ଲୀ ପକ୍ଷରୁ ଜୋଫ୍ରା ଆର୍ଚର ଦମଦାର ବୋଲିଂ କରି ସର୍ବାଧିକ ୩ଟି ୱିକେଟ ନେଇଛନ୍ତି। ଆର୍ଚରଙ୍କ ବଲରେ ରନ୍‌ ବାହାର କରିବା ଦିଲ୍ଲୀ ବ୍ୟାଟସମ୍ୟାନଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା। ୪ ଓଭରରେ ମାତ୍ର ୨୪ ରନ୍‌ ଦେଇଛନ୍ତି।

ଟସ୍‌ ଜିତି ଷ୍ଟିଭ ସ୍ମିଥ ରାଜସ୍ଥାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ଯର୍ଥାଥ ସାବ୍ୟସ୍ତ କରି ଜୋଫ୍ରା ଆର୍ଚର ଇନିଂସର ଦ୍ୱିତୀୟ ଓଭର୍‌ରେ ଶିଖର ଧୱନ(୫)ଙ୍କୁ ଆଉଟ କରି ଦେଇଥିଲେ। ପୃଥ୍ୱୀ ଶ’ ମଧ୍ୟ ବଡ଼ ଶଟ ଖେଳିବା ଲୋଭରେ ୧୯ ରନ୍ କରି ଆର୍ଚରଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଶ୍ରେୟସ ଭଲ ଆରମ୍ଭ କରିଥିଲେ ହେଁ ୨୨ ରନ୍‌ କରି ରନ୍‌ ଆଉଟ ହୋଇଯାଇଥିଲେ।

ପାୱାର ପ୍ଲେ’ରେ ଦିଲ୍ଲୀ ୩ ଜଣ ଟପ୍‌ ଅର୍ଡର ବ୍ୟାଟସମ୍ୟାନଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। କ୍ରିଜ୍‌ରେ ଋଷଭ ପନ୍ତ ଓ ଷ୍ଟୋଇନିସ୍‌ ଥିବାରୁ ଦଳ ସେମାନଙ୍କ ଠାରୁ ବଡ଼ ଇନିଂସ ଆଶା କରିଥିଲା। ହେଲେ ପନ୍ତ ୫ ରନ୍ କରି ଦୁର୍ଭାଗ୍ୟଜନକ ଭାବେ ରନ୍ ଆଉଟ ହୋଇଥିଲେ। ଷ୍ଟୋଇନିସ କିଛି ବଡ଼ ଶଟ ଖେଳିଥିଲେ ହେଁ ବେଶୀ ସମୟ କ୍ରିଜରେ ରହିପାରି ନଥିଲେ। ତାଙ୍କ ୱିକେଟ ରାହୁଲ ତେୱାତିଆ ନେଇଥିଲେ।

୬ଷ୍ଠ ୱିକେଟ ପାଇଁ ହେଟମେୟର ଓ ହର୍ଷ ପଟେଲ ୪୦ ରନ୍ ଯୋଡ଼ିଥିଲେ। ଏହି ସମୟରେ ହେଟମେୟର ନିଜର ବିସ୍ଫୋରକ ରୂପ ଦେଖାଇଥିଲେ। ଅର୍ଦ୍ଧଶତକ ଠାରୁ ୫ ରନ୍ ଦୂରରେ ଥିବା ବେଳେ କାର୍ତ୍ତିକ ତ୍ୟାଗୀ ତାଙ୍କୁ ଆଉଟ କରିଦେଇଥିଲେ। ସେ ୨୪ଟି ବଲରେ ୫ଟି ଛକା ଓ ଗୋଟିଏ ଚୌକ ବଳରେ ୪୫ ରନ୍ କରିଥିଲେ। ଅକ୍ଷର ପଟେଲ ଓ ହର୍ଷ ପଟେଲ ଶେଷ ଭାଗରେ କିଛି ରନ୍ କରିବାରୁ ଦଳ ୧୮୪ରେ ପହଞ୍ଚିବାକୁ ସକ୍ଷମ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story