ଗର୍ଜିଲା ବେୟାରଷ୍ଟୋ ଓ ୱାର୍ଣ୍ଣରଙ୍କ ବ୍ୟାଟ୍, ହାଇଦ୍ରାବାଦ ୨୦୧

ଦୁବାଇ: ଚଳିତ ଆଇପିଏଲରେ ପ୍ରଥମଥର ପାଇଁ ଗର୍ଜିଛି ଜନ୍ନି ବେୟାରଷ୍ଟୋ ଓ ଡେଭିଡ ୱାର୍ଣ୍ଣରଙ୍କ ବ୍ୟାଟ। ବେୟାରଷ୍ଟୋଙ୍କ ୫୫ ବଲରେ ୯୭ ଓ ୱାର୍ଣ୍ଣରଙ୍କ ୪୦ ବଲରେ ୫୨ ରନ୍‌ ବଳରେ ସନ୍‌ ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୨୦୧ ରନ୍‌ କରିଛି। ଫଳରେ ପଏଣ୍ଟ ଟେବୁଲର ସବୁଠାରୁ ତଳେ ଥିବା କିଙ୍ଗସ ଏକାଦଶ ପଞ୍ଜାବକୁ ଜିତିବା ପାଇଁ ୨୦୨ ରନ୍‌ର ଟାର୍ଗେଟ ମିଳିଛି। ପଞ୍ଜାବ ପକ୍ଷରୁ ଯୁବ ତାରକା ରବି […]

cx

cx

Hemant Lenka
  • Published: Thursday, 08 October 2020
  • Updated: 08 October 2020, 09:37 PM IST

Sports

Latest News

ଦୁବାଇ: ଚଳିତ ଆଇପିଏଲରେ ପ୍ରଥମଥର ପାଇଁ ଗର୍ଜିଛି ଜନ୍ନି ବେୟାରଷ୍ଟୋ ଓ ଡେଭିଡ ୱାର୍ଣ୍ଣରଙ୍କ ବ୍ୟାଟ। ବେୟାରଷ୍ଟୋଙ୍କ ୫୫ ବଲରେ ୯୭ ଓ ୱାର୍ଣ୍ଣରଙ୍କ ୪୦ ବଲରେ ୫୨ ରନ୍‌ ବଳରେ ସନ୍‌ ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୨୦୧ ରନ୍‌ କରିଛି। ଫଳରେ ପଏଣ୍ଟ ଟେବୁଲର ସବୁଠାରୁ ତଳେ ଥିବା କିଙ୍ଗସ ଏକାଦଶ ପଞ୍ଜାବକୁ ଜିତିବା ପାଇଁ ୨୦୨ ରନ୍‌ର ଟାର୍ଗେଟ ମିଳିଛି।

ପଞ୍ଜାବ ପକ୍ଷରୁ ଯୁବ ତାରକା ରବି ବିଷ୍ଣୋଇ ୩ଟି ୱିକେଟ ନେଇଥିବା ବେଳେ ଅର୍ଶଦୀପ ସିଂହ ୨ଟି ୱିକେଟ ନେଇଛନ୍ତି। ମହମ୍ମଦ ଶାମିଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଛି।

ଟସ୍‌ ଜିତି ୱାର୍ଣ୍ଣର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଇନିଂସ୍‌ ଆରମ୍ଭରୁ ଚଳିତ ଆଇପିଏଲରେ ରନ୍‌ ପାଇଁ ସଂଘର୍ଷ କରୁଥିବା ବେୟାରଷ୍ଟୋ ଜବରଦସ୍ତ ବ୍ୟାଟିଂ କରିଥିଲେ। ୱାର୍ଣ୍ଣର ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ। ଉଭୟ ପ୍ରଥମ ୬ ଓଭରରେ ବିନା କୌଣସି ୱିକେଟରେ ୫୮ ରନ୍ ଆଦାୟ କରିଥିଲେ। ଏହାପରେ ରନ୍‌ର ଗତି ବଢ଼ିଥିଲା। ବିଶେଷ କରି ବେୟାରଷ୍ଟୋ ବଡ଼ ଶଟ୍‌ ଖେଳିଥିଲେ।

୧୫.୧ ଓଭର ଯାଏ ପଞ୍ଜାବର ବୋଲରମାନେ ଗୋଟିଏ ବି ୱିକେଟ ନେଇପାରି ନଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୧୬୦ ରନ୍‌ର ଭାଗିଦାରୀ କରିଥିଲେ। ଏହି ସମୟରେ ୫୨ ରନ୍‌ କରିଥିବା ୱାର୍ଣ୍ଣରଙ୍କୁ ରବି ବିଷ୍ଣୋଇ ଆଉଟ କରିଦେଇଥିଲେ। ସେହି ଓଭର୍‌ରେ ବିଷ୍ଣୋଇ ଶତକ ଠାରୁ ମାତ୍ର ୩ ରନ୍‌ ଦୂରରେ ଥିବା ବେୟାରଷ୍ଟୋଙ୍କୁ ଆଉଟ କରିଦେଇଥିଲେ।

୧୬୧ ରନ୍‌ରେ ମନୀଷ ପାଣ୍ଡେ(୧) ଅର୍ଶଦୀପଙ୍କ ଶିକାର ବନିଥିଲେ। ଅବଦୁଲ ସାମନ(୮) ଓ ପ୍ରିୟମ ଗର୍ଗ(୦) ମଧ୍ୟ ସଅଳ ପ୍ୟାଭିଲିୟନ ଫେରିଥିଲେ। ଶେଷ ଭାଗରେ କେନ୍‌ ୱିଲିୟମସନ ୧୦ ବଲରେ ଅପରାଜିତ ୨୦ ଓ ଅଭିଷେକ ଶର୍ମା ୬ ବଲ୍‌ରେ ୧୨ ରନ୍‌ କରିବାରୁ ହାଇଦ୍ରାବାଦ ୨୦୦ ରନ୍‌ ପାର କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos