ସଫଳଙ୍କୁ ସମ୍ବର୍ଦ୍ଧନା…ହକି ତାରକାଙ୍କ ସହ ହାତ ମିଶାଇଲେ ମୁଖ୍ୟମନ୍ତ୍ରୀ

କଳିଙ୍ଗ ଲାନସର୍ସର ଓଡିଆ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ । ୨୦୧୭ ହକି ଇଣ୍ଡିଆ ଲିଗ୍‌ରେ ପ୍ରଥମ ଥର ପାଇଁ କଳିଙ୍ଗ ଲାନସର୍ସ ଚାମ୍ପିୟନ ହେ।ଇଛି। ଆଉ ଏହି ଟିମ୍‌ରେ ଥିଲେ ୪ ଓଡିଆ ଖେଳାଳି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବା ସହ ୫ଲକ୍ଷ ଟଙ୍କା ଲେଖାଁଏ ପୁରସ୍କାର ରାଶି ପ୍ରଦାନ କରିଛନ୍ତି।  ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ କ୍ରୀଡାମନ୍ତ୍ରୀ ସୁଦାମ ମାରାଣ୍ଡି, ସାଂସଦ ଦୀଲିପ ତିର୍କୀ ,କ୍ରୀଡା ସଚିବ ବିଶାଲ୍‌ ଦେବ ପ୍ରମୁଖ ଯେ।ଗଦେଇ ଓଡିଆ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି