ଏଚଆଇଏଲ୍: ଦବଙ୍ଗ ମୁମ୍ୱାଇକୁ ୪-୨ରେ ହରାଇଲା କଳିଙ୍ଗ ଲାନସର୍ସ

ଭୁବନେଶ୍ୱର: ହକି ଇଣ୍ଡିଆ ଲିଗରେ କଳିଙ୍ଗ ଲାନସର୍ସ ଦବଙ୍ଗ ମୁମ୍ୱାଇକୁ ୪-୨ ପଏଣ୍ଟରେ ହରାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ସଂଧ୍ୟା ୬ଟାରେ ଏହି ମ୍ୟାଚ ଖେଳାଯାଇଥିଲା। ପ୍ରଥମ ମ୍ୟାଚର ତ୍ରୁଟିକୁ ସୁଧାରି ଦଳ ଖେଳ ଆରମ୍ଭ କରିଥିଲା।ମୁମ୍ବାଇ ବିପକ୍ଷରେ ଘରୋଇ ଦଳ ଦୁଇଟି ଫିଲ୍ଡିଂ ଗୋଲ ଦେଇ ୪-୨ ପଏଣ୍ଟରେ ବିଜୟୀ ହୋଇଛି।

ପ୍ରଥମ ମ୍ୟାଚରେ ପରାଜୟ ପରେ ଏହି ମ୍ୟାଚ ଜିତି କଳିଙ୍ଗ ଲାନସର୍ସ ଟ୍ରାକକୁ ଫେରିବାକୁ ଆଶା ରଖିଛି।

ହକି ଇଣ୍ଡିଆ ଲିଗରେ କଳିଙ୍ଗ ଲାନସର୍ସ ତା’ର ତୃତୀୟ ମ୍ୟାଚ ଜାନୁଆରୀ ୨୫ରେ ଉତ୍ତରପ୍ରଦେଶ ୱିଜାର୍ଡସ ବିପକ୍ଷରେ ଲକ୍ଷ୍ନୌରେ ଖେଳିବ।