ଅନ୍ୟ କୋଚ୍ ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ବି ବାଛିବ କପିଲ୍ ଦେବ୍ କମିଟି

ନୂଆଦିଲ୍ଲୀ: କିମ୍ବଦନ୍ତୀ କ୍ରିକେଟର କପିଲ୍ ଦେବଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ କମିଟି ବା ସିଏସି ଟିମ୍‌ ଇଣ୍ଡିଆର ସପୋର୍ଟ ଷ୍ଟାଫ୍‌ଙ୍କ ଚୟନ ମଧ୍ୟ କରିବ। ପୂର୍ବରୁ ବିସିସିଆର ପ୍ରଶାସନିକ କମିଟି ବା ସିଓଏ କହିଥିଲା ଯେ ନ୍ୟାଶନାଲ ଚୟନ କମିଟି ହିଁ ସପୋର୍ଟ ଷ୍ଟାଫ୍‌ ବାଛିବେ। ହେଲେ ଗତକାଲି ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚଙ୍କ ନାଁ ଘୋଷଣା କରିବା ବେଳେ କପିଲ ଦେବ ତାଙ୍କ ନେତୃତ୍ୱାଧୀନ କମିଟି ହିଁ ଟିମ୍‌ ଇଣ୍ଡିଆର ସପୋର୍ଟ ଷ୍ଟାଫ୍‌ ବାଛିବେ […]

t

t

Hemant Lenka
  • Published: Saturday, 17 August 2019
  • Updated: 17 August 2019, 04:03 PM IST

Sports

Latest News

ନୂଆଦିଲ୍ଲୀ: କିମ୍ବଦନ୍ତୀ କ୍ରିକେଟର କପିଲ୍ ଦେବଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ କମିଟି ବା ସିଏସି ଟିମ୍‌ ଇଣ୍ଡିଆର ସପୋର୍ଟ ଷ୍ଟାଫ୍‌ଙ୍କ ଚୟନ ମଧ୍ୟ କରିବ। ପୂର୍ବରୁ ବିସିସିଆର ପ୍ରଶାସନିକ କମିଟି ବା ସିଓଏ କହିଥିଲା ଯେ ନ୍ୟାଶନାଲ ଚୟନ କମିଟି ହିଁ ସପୋର୍ଟ ଷ୍ଟାଫ୍‌ ବାଛିବେ।

ହେଲେ ଗତକାଲି ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚଙ୍କ ନାଁ ଘୋଷଣା କରିବା ବେଳେ କପିଲ ଦେବ ତାଙ୍କ ନେତୃତ୍ୱାଧୀନ କମିଟି ହିଁ ଟିମ୍‌ ଇଣ୍ଡିଆର ସପୋର୍ଟ ଷ୍ଟାଫ୍‌ ବାଛିବେ ବୋଲି ସଙ୍କେତ ଦେଇଛନ୍ତି। କପିଲ ଦେବଙ୍କ ବ୍ୟତୀତ ଏହି କମିଟିରେ ପୂର୍ବତନ କ୍ରିକେଟର ଅଂଶୁମାନ ଗାଏକ୍ୱାଡ୍‌ ଓ ସାନ୍ତା ରଙ୍ଗାସ୍ୱାମୀ ରହିଛନ୍ତି।

କପିଲ୍ ଦେବ୍ କହିଛନ୍ତି, “ସପୋର୍ଟ ଷ୍ଟାଫ୍‌ ଚୟନ ବେଳେ ଆମେ ଆଶାୟୀ ମାନଙ୍କ ସାକ୍ଷାତକାର ନେବୁ ବୋଲି ଆଶା କରୁଛୁ। ଆମେ ଏହି ଚୟନ ପ୍ରକ୍ରିୟାରେ ସାମିଲ ହେବୁ ବୋଲି ଭାବୁଛୁ।”

ଗୋଟିଏ ସୂତ୍ର ଅନୁସାରେ ଟିମ୍‌ ଇଣ୍ଡିଆର ବ୍ୟାଟିଂ କୋଚ ପଦ ପାଇଁ ୧୨ ଜଣ ଆବେଦନ କରିଥିବା ବେଳେ ୯ ଜଣ ବୋଲିଂ କୋଚ ଓ ୩ ଜଣ ଫିଲ୍ଡିଂ କୋଚ ପଦ ପାଇଁ ଆବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos