ଟିମ୍ ଇଣ୍ଡିଆ କୋଚ୍ ଚୟନ କରିବ କପିଲ୍ ଦେବଙ୍କ ନେତୃତ୍ୱାଧୀନ କମିଟି

ନୂଆଦିଲ୍ଲୀ: ଆଇସିସି ବିଶ୍ୱକପ୍-୨୦୧୯ ଶେଷ ହେବା ପରେ ଭାରତୀୟ କ୍ରିକେଟ୍ ଏବେ ପରିବର୍ତ୍ତନ ପାଇଁ ଆଗେଇ ଆସିଛି। ଭାରତୀୟ ଟିମ୍ ବିଶ୍ୱକପ୍ ସେମିଫାଇନାଲରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା। ଏହା ପରେ କୋଚିଂ ଷ୍ଟାଫଙ୍କୁ ସମ୍ପୂର୍ଣ୍ଣ ବଦଳାଇବା ନେଇ ଚର୍ଚ୍ଚା ଜୋର୍ ଧରିଛି। ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ଗଠିତ ପ୍ରଶାସନିକ କମିଟି (ସିଓଏ) ଏହାକୁ ନେଇ ଶୀଘ୍ର ନୂଆ କ୍ରିକେଟ୍ ପରାମର୍ଶଦାତା କମିଟି କରିବାକୁ ଯାଉଛି। ଏହି କମିଟିରେ ଭାରତକୁ ପ୍ରଥମଥର ବିଶ୍ୱ ଚାମ୍ପିଅନ୍ କରାଇଥିବା କ୍ୟାପଟେନ୍ […]

kapil dev

kapil dev

Hemant Lenka
  • Published: Wednesday, 17 July 2019
  • Updated: 17 July 2019, 09:36 PM IST

Sports

Latest News

ନୂଆଦିଲ୍ଲୀ: ଆଇସିସି ବିଶ୍ୱକପ୍-୨୦୧୯ ଶେଷ ହେବା ପରେ ଭାରତୀୟ କ୍ରିକେଟ୍ ଏବେ ପରିବର୍ତ୍ତନ ପାଇଁ ଆଗେଇ ଆସିଛି। ଭାରତୀୟ ଟିମ୍ ବିଶ୍ୱକପ୍ ସେମିଫାଇନାଲରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା। ଏହା ପରେ କୋଚିଂ ଷ୍ଟାଫଙ୍କୁ ସମ୍ପୂର୍ଣ୍ଣ ବଦଳାଇବା ନେଇ ଚର୍ଚ୍ଚା ଜୋର୍ ଧରିଛି।

ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ଗଠିତ ପ୍ରଶାସନିକ କମିଟି (ସିଓଏ) ଏହାକୁ ନେଇ ଶୀଘ୍ର ନୂଆ କ୍ରିକେଟ୍ ପରାମର୍ଶଦାତା କମିଟି କରିବାକୁ ଯାଉଛି। ଏହି କମିଟିରେ ଭାରତକୁ ପ୍ରଥମଥର ବିଶ୍ୱ ଚାମ୍ପିଅନ୍ କରାଇଥିବା କ୍ୟାପଟେନ୍ କପିଲ୍ ଦେବ, ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଦୁଇଥରର କୋଚ୍ ରହିସାରିଥିବା ଅଂଶୁମାନ୍ ଗାଏକ୍ୱାଡ୍ ଏବଂ ଭାରତୀୟ ମହିଳା ଟିମର ପ୍ରଥମ କ୍ୟାପଟେଡନ୍ ଶାନ୍ତା ରଙ୍ଗାସ୍ୱାମୀ ସାମିଲ୍ ଅଛନ୍ତି।

ତେବେ ଏହି ତିନିଜଣିଆ କମିଟି ଗଠନର ଘୋଷଣା ଆନୁଷ୍ଠାନିକ ଭାବେ ହୋଇନାହିଁ। କାରଣ ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ଏହି କମିଟି ଗଠନ ଉପରେ କୌଣସି ନିଷ୍ପତ୍ତି ନିଆଯିବ। କିନ୍ତୁ ଭାରତୀୟ କ୍ରିକେଟ୍ ଟିମର ପରବର୍ତ୍ତୀ କୋଚ୍ କିଏ ହେବ, ତାହା ଏହି କମିଟି ହିଁ ଚୟନ କରିବ।

ଗତଥର ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ୍ ଲକ୍ଷ୍ମଣଙ୍କ କ୍ରିକେଟ୍ ପରାମର୍ଶଦାତା କମିଟି ରବି ଶାସ୍ତ୍ରୀଙ୍କୁ ଟିମ୍ ଇଣ୍ଡିଆର କୋଚ୍ ଭାବେ ଚୟନ କରିଥିଲା। ଏବେ ଟିମ୍ ଇଣ୍ଡିଆର କୋଚିଂ ଷ୍ଟାଫ୍ କିପରି ହେବ, ଏହାର ନିଷ୍ପତ୍ତି କପିଲ୍ ଦେବଙ୍କ ନେତୃତ୍ୱାଧୀନ କମିଟି ନେବ ବୋଲି ଚର୍ଚ୍ଚା ହେଉଛି। କୋଚ୍ ପଦ ଆଦେବନ ପାଇଁ ଜୁଲାଇ ୩୦ ତାରିଖ ପର୍ଯ୍ୟନ୍ତ ଡେଡଲାଇନ୍ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos