ସିନିୟର ଜାତୀୟ କରାଟେ ପ୍ରତିଯୋଗିତାରେ ପଦକ ବିଜେତାଙ୍କୁ ସମ୍ୱର୍ଦ୍ଧନା

ଭୁବନେଶ୍ୱର: ଗୋଆର ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଇନ୍‌ଡୋର ଷ୍ଟାଡିୟମ୍‌ରେ ସରିଥିବା ସିନିୟର ଜାତୀୟ କରାଟେ ପ୍ରତିଯୋଗିତାରେ ଓଡ଼ିଶାର ଦିଲ୍ଲୀପ କୁମାର ଜେନା, ଭାଲିନା ଭାଲେଣ୍ଟିନା ସ୍ୱର୍ଣ୍ଣ ଓ ଚିନ୍ମୟୀ ଭୂୟାଁ କାଂସ୍ୟ ପଦକ ଜିତିଥିଲେ। ଆଜି ସେମାନଙ୍କୁ ଭୁବନେଶ୍ୱର ରେଳ ଷ୍ଟାଡିୟମରେ ସମ୍ୱର୍ଦ୍ଧିତ କରାଯାଇଛି। ଏହି ସମୟରେ ଚିତ୍ତରଞ୍ଜନ ସ୍ୱାଇଁ, ମୀର ଅଜମଲ ଅଲ୍ଲୀ, ପ୍ରଦୀପ ପାତ୍ର, ବିସେଶ୍ୱର କର, ସୌମ୍ୟରଞ୍ଜନ ଦାସ, ଏସ୍‌ଆର ସାସମଲ ପ୍ରମୁଖ ଉପସ୍ଥିତ ଥିଲେ।