କୋଲକାତା ନୁହେଁ ଏହି ଟିମ୍‌ରେ ଖେଳିବାକୁ ଚାହିଁଥିଲେ ଡି.କେ: ଏପର୍ଯ୍ୟନ୍ତ ଘରୋଇ ଦଳରେ ମିଳିନି ସୁଯୋଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଦାହାସ ଟ୍ରଫିରେ ବିସ୍ଫୋରକ ବ୍ୟାଟିଂ କରି ଭାରତକୁ ଚାମ୍ପିୟନ କରାଇବା ପରେ ଏବ ଆଇପିଏଲ୍‌ ଖେଳିବା ପାଇଁ ନିଜ ଫ୍ରାଞ୍ଚାଇଜ୍‌ ସହ ଅଭ୍ୟାସ କରୁଛନ୍ତି ଦିନେଶ କାର୍ତ୍ତିକ। ଆଇପିଏଲ୍-୧୧ ସିଜିନ ପାଇଁ ନିଲାମୀରେ କାର୍ତ୍ତିକଙ୍କୁ କୋଲକାତା ନାଇଟ୍‌ ରାଇଡର୍ସ ୭.୪ କୋଟି ଟଙ୍କାରେ କିଣିଥିଲା। ଏହାସହ ଏଥର ଦଳର ନେତୃତ୍ୱଭାର ମଧ୍ୟ କାର୍ତ୍ତିକଙ୍କୁ ଦେଇଛି କୋଲକାତା। ଗମ୍ଭୀରଙ୍କ ପରେ କାର୍ତ୍ତିକ ପ୍ରଥମ ଥର ଏହି ଟିମର ନେତୃତ୍ୱ ନେବାକୁ ଯାଉଛନ୍ତି। ତଥାବି କାର୍ତ୍ତିକ ମନରେ […]

XdNXThIDCe

XdNXThIDCe

Ordigital Desk
  • Published: Saturday, 24 March 2018
  • Updated: 24 March 2018, 12:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଦାହାସ ଟ୍ରଫିରେ ବିସ୍ଫୋରକ ବ୍ୟାଟିଂ କରି ଭାରତକୁ ଚାମ୍ପିୟନ କରାଇବା ପରେ ଏବ ଆଇପିଏଲ୍‌ ଖେଳିବା ପାଇଁ ନିଜ ଫ୍ରାଞ୍ଚାଇଜ୍‌ ସହ ଅଭ୍ୟାସ କରୁଛନ୍ତି ଦିନେଶ କାର୍ତ୍ତିକ। ଆଇପିଏଲ୍-୧୧ ସିଜିନ ପାଇଁ ନିଲାମୀରେ କାର୍ତ୍ତିକଙ୍କୁ କୋଲକାତା ନାଇଟ୍‌ ରାଇଡର୍ସ ୭.୪ କୋଟି ଟଙ୍କାରେ କିଣିଥିଲା। ଏହାସହ ଏଥର ଦଳର ନେତୃତ୍ୱଭାର ମଧ୍ୟ କାର୍ତ୍ତିକଙ୍କୁ ଦେଇଛି କୋଲକାତା। ଗମ୍ଭୀରଙ୍କ ପରେ କାର୍ତ୍ତିକ ପ୍ରଥମ ଥର ଏହି ଟିମର ନେତୃତ୍ୱ ନେବାକୁ ଯାଉଛନ୍ତି। ତଥାବି କାର୍ତ୍ତିକ ମନରେ ଆଉଏକ ଇଛା ଅଧା ରହିଯାଇଥିବା ଜଣାପଡ଼ିଛି। କାର୍ତ୍ତିକ କହିଛନ୍ତି ସେ ଚେନ୍ନାଇ ସୁପର କିଙ୍ଗ୍ସ ଟିମ୍‌ରୁ ଖେଳିବାକୁ ଚାହୁଁଥିଲେ। ଦିନେଶ କାର୍ତ୍ତିକଙ୍କ ଘରୋଇ ଫ୍ରାଞ୍ଚାଇଜ୍‌ ହେଉଛି ଚେନ୍ନାଇ ସୁପର କିଙ୍ଗ୍ସ । ଆଇପିଏଲ୍‌ ଆରମ୍ଭରୁ ସେ ଚେନ୍ନାଇ ପକ୍ଷରୁ ଖେଳିବାକୁ ଆଗ୍ରହ ପ୍ରକାଶ କରିଆସୁଥିବା ବେଳେ ୧୦ଟି ସିଜିନ ଶେଷ ହୋଇଯାଇଥିଲେ ମଧ୍ୟ କେବେବେ ଏହି ସୁଯୋଗ ମିଳିନାହିଁ।

 କାର୍ତ୍ତିକ କହିଛନ୍ତି କୋଲକାତା ଟିମ୍‌ର ନେତୃତ୍ୱଭାର ଦିଆଯାଇଥିବାରୁ ସେ ଖୁସି ଅଛନ୍ତି ଏବଂ ସେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେବେ ବୋଲି କହିଛନ୍ତି। ଆଇପିଏଲର ଗତ ୧୦ଟି ସିଜିନରେ କାର୍ତ୍ତିକ ଏକାଧିକ ଟିମ୍‌ରେ ଖେଳିଆସିଛନ୍ତି। କୋଲକାତା ଟିମ୍ କାର୍ତ୍ତିକଙ୍କ ଷଷ୍ଠ ଫ୍ରାଞ୍ଚାଇଜ୍‌ ହେବାକୁ ଯାଉଛି। ଏହା ପୂର୍ବରୁ ସେ ୫ଟି ଫ୍ରାଞ୍ଚାଇଜ୍‌ରେ ଖେଳିସାରିଛନ୍ତି। ଆଇପିଏଲ୍‌-୧୧ରେ କାର୍ତ୍ତିକଙ୍କ ପ୍ରଥମ ପରୀକ୍ଷା ୮ ଏପ୍ରିଲ୍‌ରେ ହେବ। ଯେଉଁଥିରେ ବିରାଟ କୋହଲିଙ୍କ ଟିମ୍ ଆର୍‌ସିବି ବିପକ୍ଷରେ ଆଇପିଏଲର ୧୧ତମ ସଜିନରେ ପ୍ରଥମ ମ୍ୟାଚ୍‌ ଖେଳିବ କୋଲକାତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos