ସରିଗଲା କେଦାର ଯାଦବଙ୍କ କ୍ୟାରିୟର!

ନୂଆଦିଲ୍ଲୀ: ସୀମିତ ଓଭର କ୍ରିକେଟରେ ଟିମ୍‌ ଇଣ୍ଡିଆର ମଧ୍ୟକ୍ରମରେ ମ୍ୟୁଜିକାଲ ଚେୟାର ଚାଲିଛି। କେତେବେଳେ କିଏ ବାଦ ପଡ଼ୁଛି ତ ଆଉ କେତେବେଳେ ନୂଆ ମୁହଁଙ୍କୁ ସୁଯୋଗ ଦିଆଯାଉଛି। ଏବେ ଏହି ମ୍ୟୁଜିକାଲ ଚେୟାର ନିଆଁରେ କେଦାର ଯାଦବଙ୍କ ପାଳି ପଡ଼ିବାକୁ ଯାଉଛି। ୩୪ ବର୍ଷୀୟ କେଦାରଙ୍କ ପ୍ରଦର୍ଶନକୁ ଏବେ ଟିମ ମ୍ୟାନେଜମେଣ୍ଟ ଯାଞ୍ଚ କରୁଛି। କୁହାଯାଉଛି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜରୁ କେଦାର ଯାଦବଙ୍କୁ ବାଦ ଦେବାକୁ ଚୟନକର୍ତ୍ତା ବିଚାର କରୁଛନ୍ତି। ଏପରି ହେଲେ ପୁଣିଥରେ […]

w

w

Hemant Lenka
  • Published: Saturday, 18 January 2020
  • Updated: 18 January 2020, 04:34 PM IST

ନୂଆଦିଲ୍ଲୀ: ସୀମିତ ଓଭର କ୍ରିକେଟରେ ଟିମ୍‌ ଇଣ୍ଡିଆର ମଧ୍ୟକ୍ରମରେ ମ୍ୟୁଜିକାଲ ଚେୟାର ଚାଲିଛି। କେତେବେଳେ କିଏ ବାଦ ପଡ଼ୁଛି ତ ଆଉ କେତେବେଳେ ନୂଆ ମୁହଁଙ୍କୁ ସୁଯୋଗ ଦିଆଯାଉଛି। ଏବେ ଏହି ମ୍ୟୁଜିକାଲ ଚେୟାର ନିଆଁରେ କେଦାର ଯାଦବଙ୍କ ପାଳି ପଡ଼ିବାକୁ ଯାଉଛି। ୩୪ ବର୍ଷୀୟ କେଦାରଙ୍କ ପ୍ରଦର୍ଶନକୁ ଏବେ ଟିମ ମ୍ୟାନେଜମେଣ୍ଟ ଯାଞ୍ଚ କରୁଛି। କୁହାଯାଉଛି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜରୁ କେଦାର ଯାଦବଙ୍କୁ ବାଦ ଦେବାକୁ ଚୟନକର୍ତ୍ତା ବିଚାର କରୁଛନ୍ତି।

ଏପରି ହେଲେ ପୁଣିଥରେ ୫୦ ଓଭର ବିଶିଷ୍ଟ କ୍ରିକେଟରେ ଅଜିଙ୍କ୍ୟ ରାହଣେଙ୍କୁ ଦେଖିବାକୁ ମିଳିପାରେ। ସେହିପରି ଯୁବ ଖେଳାଳି ସୂର୍ଯ୍ୟ କୁମାର ଯାଦବ ମଧ୍ୟ ଏହି ରେସରେ ଅଛନ୍ତି। କିନ୍ତୁ ଆସନ୍ତାକାଲି ଟିମ ଘୋଷଣା ବେଳେ ଏହା ସ୍ପଷ୍ଟ ହେବ।

କେଦାର ଯାବଦ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଥିଲେ ହେଁ ଦୁଇଟି ଯାକ ମ୍ୟାଚ ଖେଳିନାହାନ୍ତି। ସେହିପରି ଆସନ୍ତାକାଲି ହେବାକୁ ଥିବା ୩ୟ ଦିନିକିଆରେ ତାଙ୍କୁ ସୁଯୋଗ ମିଳିବା ସମ୍ଭାବନା କମ।

ଏହାପରେ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ। ଏଥିରେ ମଧ୍ୟ କେଦାର ଯାଦବଙ୍କୁ ଅଣଦେଖା କରାଯାଇ ପାରେ। ଆଉ କିଛି ମାସ ପରେ ଟ-୨୦ ବିଶ୍ୱକପ ହେବ। ୨୦୧୭ ଅକ୍ଟୋବର ମାସରୁ କେଦାର ଭାରତ ପାଇଁ ଟି-୨୦ ଖେଳି ନାହାନ୍ତି। ଟେଷ୍ଟ କ୍ୟାପ ମଧ୍ୟ ତାଙ୍କୁ ମିଳିନି। ତେଣୁ ତାଙ୍କ କ୍ରିକେଟ କ୍ୟାରିୟର ସରି ସରି ଆସୁଥିବା କିଛି କ୍ରିକେଟ ପଣ୍ଡିତ ମତ ଦେଇଛନ୍ତି।

ଦୀର୍ଘ ୩ ବର୍ଷ ହେଲାଣି ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ ମଧ୍ୟକ୍ରମରେ କେଉଁ ଯୋଡ଼ିଙ୍କୁ ଖେଳାଇବ, ତା’ର ଚୂଡ଼ାନ୍ତ ଫୈସଲା ନେଇ ପାରୁନାହିଁ। ମଧ୍ୟକ୍ରମ ପାଇଁ ଖେଳାଳି ଚୟନରେ ସର୍ବଦା ଅସ୍ଥିରତା ଜାରି ରହୁଛି। କିନ୍ତୁ କେଦାର ଯାଦବ ସର୍ବଦା ଦିନିକିଆ ଦଳରେ ରହୁଛନ୍ତି। କାରଣ ତାଙ୍କୁ ଦିନିକିଆରେ ନିଜର ପ୍ରତିଭା ଦେଖାଇବାକୁ ଉପଯୁକ୍ତ ସୁଯୋଗ ଏଯାଏ ମିଳିନାହିଁ। ଫଳରେ ସେ ଖରାପ ପ୍ରଦର୍ଶନ କରି ନାହାନ୍ତି ବୋଲି ଏକ ଚିନ୍ତାଧାରା ସୃଷ୍ଟି ହୋଇଛି। ତେଣୁ ଏହା ଚୟନକର୍ତ୍ତାଙ୍କୁ ସର୍ବଦା ଦ୍ୱନ୍ଦ୍ୱରେ ପକାଉଛି।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, “କେଦାର ୨୦୨୩ ଦିନିକିଆ ବିଶ୍ୱକପ ଖେଳିବାର ସମ୍ଭାବନା କମ୍‌। ଏବେ ସେ ବୋଲିଂ ମଧ୍ୟ କରୁନାହାନ୍ତି। ସେ ଟି-୨୦ ସ୍କ୍ୱାଡରେ ମଧ୍ୟ ନାହାନ୍ତି। ତେଣୁ ତାଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଚୟନ କରିବା ଠିକ ହେବନାହିଁ।

ମୋ ମତରେ ସୂର୍ଯ୍ୟ କୁମାର ଯାଦବ କିମ୍ବା ଅଜିଙ୍କ୍ୟ ରାହଣେଙ୍କୁ ସୁଯୋଗ ଦେବା ଦରକାର। କାରଣ ନ୍ୟୁଜିଲ୍ୟାଣ୍ଡରେ ରାହଣେଙ୍କ ଟେକନିକ୍‌ ଦଳର ପାଇଁ ସକରାତ୍ମକ ସାବ୍ୟସ୍ତ ହେବ।”

ଅନ୍ୟପକ୍ଷରେ ମନୀଷ ପାଣ୍ଡେ ସର୍ବଦା ଦଳର ସହ ରହୁଛନ୍ତି। କିନ୍ତୁ ତାଙ୍କୁ ପ୍ରତିଭା ଦେଖାଇବା ପାଇଁ ଏଯାଏ ଭରପୂର ସୁଯୋଗ ମିଳିନାହିଁ। ଏବେ ଦଳ ଟି-୨୦ ଓ ଦିନିକିଆ ପାଇଁ ପୃଥକ ଖେଳାଳି ଚୟନ କରିବ କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos