ଛେତ୍ରୀଙ୍କ ରେକର୍ଡ ଗୋଲ୍ ସତ୍ତ୍ୱେ ହାରିଲା ଭାରତ

ବୁରିରାମ୍ (ଥାଇଲ୍ୟାଣ୍ଡ): ଷ୍ଟାର୍ ଷ୍ଟ୍ରାଇକର୍ ସୁନୀଲ ଛେତ୍ରୀ ନିଜର ରେକର୍ଡ ମ୍ୟାଚରେ ଗୋଲ୍ କରିବା ସତ୍ତ୍ୱେ ଭାରତ ଏଠାରେ ଖେଳାଯାଇଥିବା କିଙ୍ଗସ୍ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଉନ୍ନତ ରାଙ୍କିଙ୍କ ବିଶିଷ୍ଟ କୁରାକାଓଠାରୁ ୧-୩ ଗୋଲରେ ହାରିଯାଇଛି। ଏହା କୋଚ୍ ଇଗୋର ଷ୍ଟିମାକଙ୍କ ମାର୍ଗଦର୍ଶନରେ ଭାରତର ପ୍ରଥମ ଟୁର୍ଣ୍ଣାମେଣ୍ଟ। ଛେତ୍ରୀ ଭାରତ ପକ୍ଷରୁ ସର୍ବାଧିକ ମ୍ୟାଚ୍ ଖେଳିବାର ରେକର୍ଡ କରିଛନ୍ତି। ଏହି ମାମଲାରେ ସେ ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂତିଆଙ୍କୁ ପଛରେ ପକାଇଛନ୍ତି। ଭୂତିଆ ଭାରତ […]

india

india

Hemant Lenka
  • Published: Wednesday, 05 June 2019
  • Updated: 05 June 2019, 10:13 PM IST

Sports

Latest News

ବୁରିରାମ୍ (ଥାଇଲ୍ୟାଣ୍ଡ): ଷ୍ଟାର୍ ଷ୍ଟ୍ରାଇକର୍ ସୁନୀଲ ଛେତ୍ରୀ ନିଜର ରେକର୍ଡ ମ୍ୟାଚରେ ଗୋଲ୍ କରିବା ସତ୍ତ୍ୱେ ଭାରତ ଏଠାରେ ଖେଳାଯାଇଥିବା କିଙ୍ଗସ୍ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଉନ୍ନତ ରାଙ୍କିଙ୍କ ବିଶିଷ୍ଟ କୁରାକାଓଠାରୁ ୧-୩ ଗୋଲରେ ହାରିଯାଇଛି। ଏହା କୋଚ୍ ଇଗୋର ଷ୍ଟିମାକଙ୍କ ମାର୍ଗଦର୍ଶନରେ ଭାରତର ପ୍ରଥମ ଟୁର୍ଣ୍ଣାମେଣ୍ଟ।

ଛେତ୍ରୀ ଭାରତ ପକ୍ଷରୁ ସର୍ବାଧିକ ମ୍ୟାଚ୍ ଖେଳିବାର ରେକର୍ଡ କରିଛନ୍ତି। ଏହି ମାମଲାରେ ସେ ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂତିଆଙ୍କୁ ପଛରେ ପକାଇଛନ୍ତି। ଭୂତିଆ ଭାରତ ପକ୍ଷରୁ ୧୦୭ ମ୍ୟାଚ୍ ଖେଳିଛନ୍ତି। ଛେତ୍ରୀ ୩୧ତମ ମିନିଟରେ ଦମଦାର କିକ୍ ଦ୍ୱାରା ଗୋଲ୍ ଦେଇଥିଲେ, ଯାହା ତାଙ୍କ କ୍ୟାରିୟରର ୬୯ତମ ଗୋଲ୍ ଥିଲା। ତେବେ ଏହି ଗୋଲ୍ ଦ୍ୱାରା ମ୍ୟାଚ୍ ଫଳାଫଳ ଉପରେ କୌଣସି ପ୍ରଭାବ ପଡ଼ି ନଥିଲା।

ବିଶ୍ୱ ରାଙ୍କିଙ୍କର ୮୨ତମ ସ୍ଥାନରେ ଥିବା କ୍ୟାରିବିଆନ୍ ଦ୍ୱୀପର ଦେଶ କୁରାକାଓର ଦୁଇ ଖେଳାଳି ଇଂଲିଶ ପ୍ରିମିୟର ଲିଗ୍ ଏବଂ କିଛି ୟୁରୋପୀୟ ଲିଗରେ ମଧ୍ୟ ଖେଳନ୍ତି। କୁରାକାଓ ୧୮ତମ ମିନିଟ୍ ଭିତରେ ତିନୋଟି ଗୋଲ୍ ଦେଇ ଭାରତଠାରୁ ମ୍ୟାଚ୍ ଛଡ଼ାଇ ନେଇଥିଲା। ଟିମ୍ ପକ୍ଷରୁ ରୋଲି ବେନୋଭାସିଆ (୧୬ତମ), ଏଲସନ୍ ହୁଇ (୧୮ତମ) ଓ ଲିଆଣ୍ଡ୍ରୋ ବାକୁନା (୩୩ତମ) ଗୋଟିଏ ଲେଖାଏ ଗୋଲ୍ ସ୍କୋର କରିଥିଲେ।

ବିଶ୍ୱ ରାଙ୍କିଙ୍କର ୧୦୧ତମ ସ୍ଥାନରେ ଥିବା ଭାରତୀୟ ଟିମର ପ୍ରଦର୍ଶନ ପ୍ରଥମାର୍ଦ୍ଧରେ ଖରାପ ରହିଥିଲା। ଟିମର ଡିଫେନ୍ସ ଓ ଆକ୍ରମଣ ନୈରାଶ୍ୟଜନକ ଥିଲା। ଟିମ୍ ପ୍ରଥମାର୍ଦ୍ଧରେ ହିଁ ୧-୩ରେ ପଛୁଆ ରହିଯାଇଥିଲା। ତେବେ ଦ୍ୱିତୀୟାର୍ଦ୍ଧରେ ଭାରତର ପ୍ରଦର୍ଶନରେ ସୁଧାର ଆସିଥିଲା, କିନ୍ତୁ ସେମାନେ ଆଉ ଗୋଲ୍ ଦେବାକୁ ସକ୍ଷମ ହୋଇନଥିଲେ। ଏହି କାରଣରୁ ଭାରତ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story