ଦିନେଶ କାର୍ତ୍ତିକଙ୍କୁ କେକେଆର ଦାୟିତ୍ୱ

କୋଲକାତା: ଦୁଇଥର ଚାମ୍ପିୟନ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)ର ୨୦୧୮ରେ ମଙ୍ଗ ସମ୍ଭାଳିବେ ଦିନେଶ କାର୍ତ୍ତିକ। ଚଳିତବର୍ଷ କେକେଆରରେ ସେମିତି କେହି ବଡ଼ ଚେହେରା ନାହାଁନ୍ତି। ଏପରିସ୍ଥିତିରେ କାର୍ତ୍ତିକ, ସୁନୀଲ ନରେନ ଏବଂ ରବିନ ଉତ୍ଥାପାଙ୍କ ନାଁ ଅଧିନାୟକଙ୍କ ପାଇଁ ଚର୍ଚ୍ଚା ହେଉଥିଲା। ଶେଷରେ ଟିମ୍‌ ମ୍ୟାନେଜମେଣ୍ଟ କାର୍ତ୍ତିକଙ୍କୁ ଅଧିନାୟକ ବନାଛି। କେକେଆର ଗୌତମ ଗମ୍ଭୀରଙ୍କୁ ଚଳିତ ଥର ଟିମ୍‌ରେ ନେଇନାହିଁ। ୨୦୧୧ରେ ଗମ୍ଭୀରଙ୍କୁ ଅଧିନାୟକ କରିଥିଲା। ସେହିବର୍ଷ କେକେଆର ପ୍ରଥମ ଥର ପାଇଁ ଆଇପିଏଲ୍‌ରେ ଚତୁର୍ଥ […]

dinesh

dinesh

Rakesh Mallick
  • Published: Sunday, 04 March 2018
  • Updated: 04 March 2018, 11:22 AM IST

Sports

Latest News

କୋଲକାତା: ଦୁଇଥର ଚାମ୍ପିୟନ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)ର ୨୦୧୮ରେ ମଙ୍ଗ ସମ୍ଭାଳିବେ ଦିନେଶ କାର୍ତ୍ତିକ। ଚଳିତବର୍ଷ କେକେଆରରେ ସେମିତି କେହି ବଡ଼ ଚେହେରା ନାହାଁନ୍ତି। ଏପରିସ୍ଥିତିରେ କାର୍ତ୍ତିକ, ସୁନୀଲ ନରେନ ଏବଂ ରବିନ ଉତ୍ଥାପାଙ୍କ ନାଁ ଅଧିନାୟକଙ୍କ ପାଇଁ ଚର୍ଚ୍ଚା ହେଉଥିଲା। ଶେଷରେ ଟିମ୍‌ ମ୍ୟାନେଜମେଣ୍ଟ କାର୍ତ୍ତିକଙ୍କୁ ଅଧିନାୟକ ବନାଛି।

କେକେଆର ଗୌତମ ଗମ୍ଭୀରଙ୍କୁ ଚଳିତ ଥର ଟିମ୍‌ରେ ନେଇନାହିଁ। ୨୦୧୧ରେ ଗମ୍ଭୀରଙ୍କୁ ଅଧିନାୟକ କରିଥିଲା। ସେହିବର୍ଷ କେକେଆର ପ୍ରଥମ ଥର ପାଇଁ ଆଇପିଏଲ୍‌ରେ ଚତୁର୍ଥ ସ୍ଥାନରେ ରହିଥିଲା। ଏହାର ପରବର୍ଷ ୨୦୧୨ରେ ଟିମ୍‌ ଗମ୍ଭୀରଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇଥିଲା। ୨୦୧୪ରେ ଟିମ୍‌ ଗମ୍ଭୀରଙ୍କୁ ରିଟେନ୍‌ କରିଥିଲା ଓ କେକେଆର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos