ଆର୍‌ସିବି ବିପକ୍ଷରେ ୪ ୱିକେଟ୍‌ରେ ଜିତିଲା କେକେଆର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଲକାତା ନାଇଟ୍ ରାଇଡର୍ସ ଆର୍‌ସିବିକୁ ୪ ୱିକେଟ୍‌ରେ ପରାସ୍ତ କରି ଆଇପିଏଲରେ ତାର ବିଜୟ ଅଭିଜାନ ଆରମ୍ଭ କରିଛି। ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୭୬ରନ କରିବାରେ ସକ୍ଷମ ହୋଇଥିଲା। ଜବାବରେ କେକେଆର୍ ୭ଟି ବଲ ବାକିଥାଇ ଏହି ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି। କୋଲକାତା ଟିମ୍‌ ପକ୍ଷରୁ ସୁନିଲ ନାରେନ୍‌ ମାତ୍ର ୧୯ବଲରେ ବିସ୍ଫୋରକ ୫୦ ରନ କରିଥିବା ବେଳେ ଅଧିନାୟକ କାର୍ତ୍ତିକ ଅପରାଜିତ ୩୫ ରନ କରି ଦଳକୁ ଜିତାଇଥିଲେ।