ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ ଚାଲିଛି ଲଢ଼େଇ: ଟସ୍‌ ଜିତି ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା କେକେଆର୍‌

ଚଳିତ ଆଇପିଏଲର ୩୩ ତମ ମ୍ୟାଚ୍‌ କୋଲକାତାର ଇଡେନ ଗାର୍ଡେନରେ ଚାଲିଛି। ମୁହିଁମୁହିଁ ହୋଇଛନ୍ତି ଦୁଇ ଶକ୍ତିଶାଳୀ ଟିମ୍ ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ। ଆଜିର ମ୍ୟାଚ୍‌ରେ କେକେଆର୍‌ ଅଧିନାୟକ ଦିନେଶ କାର୍ତ୍ତିକ ଟସ୍‌ ଜିତି ସିଏସ୍‌କେ ଟିମ୍‌କୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲେ।। ଚେନ୍ନାଇ ପକ୍ଷରୁ ଦୁଇ ଓପନର୍‌ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଥିଲେ। ଶେଷ ଖବର ସୁଦ୍ଧା ଚେନ୍ନାଇ ୬ ଓଭରରେ ଗୋଟିଏ ୱିକେଟ୍‌ ହରାଇ ୫୭ ରନ […]

1523295113-DHONI_KARTHIK_

1523295113-DHONI_KARTHIK_

Rakesh Mallick
  • Published: Thursday, 03 May 2018
  • Updated: 03 May 2018, 08:35 PM IST

Sports

Latest News

ଚଳିତ ଆଇପିଏଲର ୩୩ ତମ ମ୍ୟାଚ୍‌ କୋଲକାତାର ଇଡେନ ଗାର୍ଡେନରେ ଚାଲିଛି। ମୁହିଁମୁହିଁ ହୋଇଛନ୍ତି ଦୁଇ ଶକ୍ତିଶାଳୀ ଟିମ୍ ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ। ଆଜିର ମ୍ୟାଚ୍‌ରେ କେକେଆର୍‌ ଅଧିନାୟକ ଦିନେଶ କାର୍ତ୍ତିକ ଟସ୍‌ ଜିତି ସିଏସ୍‌କେ ଟିମ୍‌କୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲେ।। ଚେନ୍ନାଇ ପକ୍ଷରୁ ଦୁଇ ଓପନର୍‌ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଥିଲେ। ଶେଷ ଖବର ସୁଦ୍ଧା ଚେନ୍ନାଇ ୬ ଓଭରରେ ଗୋଟିଏ ୱିକେଟ୍‌ ହରାଇ ୫୭ ରନ କରିଛି।  ଚେନ୍ନାଇ ଏବେ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଥିବା ବେଳେ କେକେଆର୍‌ ୪ର୍ଥ ସ୍ଥାନରେ ରହିଛି। ୮ଟି ମ୍ୟାଚ୍‌ରୁ ୬ଟିରେ ବିଜୟ ଓ ୨ଟିରେ ପରାଜୟ ସହ ୧୨ ପଏଣ୍ଟରେ ରହିଛି ଚେନ୍ନାଇ। ଅନ୍ୟପଟେ କେକେଆର୍‌ ୮ଟି ମ୍ୟାଚ୍‌ରୁ ୪ଟିରେ ବିଜୟ ଓ ୪ଟିରେ ପରାଜୟ ସହ ୮ ପଏଣ୍ଟରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos