୧୭୪ ରନ୍ ଅଟକିଲା କୋଲକାତା, ଶୁବମାନ ଗିଲଙ୍କ ୪୭

ଦୁବାଇ: ଯୁବ ତାରକା ଶୁବମାନ ଗିଲଙ୍କ ୪୭ ଓ ଇଂଲିଶ ଅଧିନାୟକ ଇଆନ ମୋର୍ଗାନ ଅପରାଜିତ ୩୪ ରନ୍‌ ବଳରେ କୋଲକାତା ନାଇଟ ରାଇଡର୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୭୪ ରନ୍‌ କରିଛି। ଫଳରେ ଚଳିତ ଆଇପିଏଲରେ ହ୍ୟାଟ୍ରିକ ବିଜୟ ପାଇଁ ରାଜସ୍ଥାନକୁ ୧୭୫ ରନର ଟାର୍ଗେଟ ମିଳିଛି। କୋଲକାତା ପାଖରେ ଆଣ୍ଡ୍ରେ ରସେଲ ରହିଥିଲେ ହେଁ ସେ ମାତ୍ର ୨୪ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ରାଜସ୍ଥାନ ଅଧିନାୟକ ଷ୍ଟିଭ ସ୍ମିଥ […]

v

v

Hemant Lenka
  • Published: Wednesday, 30 September 2020
  • Updated: 30 September 2020, 09:33 PM IST

Sports

Latest News

ଦୁବାଇ: ଯୁବ ତାରକା ଶୁବମାନ ଗିଲଙ୍କ ୪୭ ଓ ଇଂଲିଶ ଅଧିନାୟକ ଇଆନ ମୋର୍ଗାନ ଅପରାଜିତ ୩୪ ରନ୍‌ ବଳରେ କୋଲକାତା ନାଇଟ ରାଇଡର୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୭୪ ରନ୍‌ କରିଛି। ଫଳରେ ଚଳିତ ଆଇପିଏଲରେ ହ୍ୟାଟ୍ରିକ ବିଜୟ ପାଇଁ ରାଜସ୍ଥାନକୁ ୧୭୫ ରନର ଟାର୍ଗେଟ ମିଳିଛି। କୋଲକାତା ପାଖରେ ଆଣ୍ଡ୍ରେ ରସେଲ ରହିଥିଲେ ହେଁ ସେ ମାତ୍ର ୨୪ ରନ୍‌ କରିବାକୁ ସକ୍ଷମ ହୋଇଥିଲେ।

ରାଜସ୍ଥାନ ଅଧିନାୟକ ଷ୍ଟିଭ ସ୍ମିଥ ଟସ୍‌ ଜିତି ପ୍ରଥମେ କୋଲକାତାକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲେ। ଦଳର ଦୁଇ ଓପନର ଶୁବମାନ ଗିଲ ଓ ସୁନୀଲ ନାରିନ୍‌ ବେଶ ସତର୍କତାର ସହ ଇନିଂସ ଆରମ୍ଭ କରି ୪.୫ ଓଭରରେ ଦଳ ପାଇଁ ୩୬ ଜଣ ଯୋଡ଼ିଥିଲେ। ଏହି ସମୟରେ ଜୟଦେବ ଉନାଦକତ ୧୫ ରନ୍‌ କରିଥିବା ନାରିନଙ୍କୁ କ୍ଲିନବୋଲ୍ଡ କରି ଦେଇଥିଲେ।

ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ନୀତୀଶ ରାଣା ଓପନର ଗିଲଙ୍କ ସହ ମିଶି ଦଳୀୟ ସ୍କୋରକୁ ୮୬ରେ ପହଞ୍ଚାଇଥିଲେ। କିନ୍ତୁ ଏହି ସମୟରେ ୨୨ ରନ୍‌ କରିଥିବା ରାଣାଙ୍କୁ ରାହୁଲ ତେୱାତିଆ ଆଉଟ କରିଦେଇଥିଲେ। ଏହାପରେ ୪୭ ରନ୍‌ କରିଥିବା ଗିଲଙ୍କୁ ଜୋଫ୍ରା ଆର୍ଚର ଆଉଟ କରି କୋଲକାତାର ବ୍ୟାଟିଂ ଲାଇନଅପକୁ ଜବରଦସ୍ତ ଝଟକା ଦେଇଥିଲେ। ଦୀନେଶ କାର୍ତ୍ତିକ(୧) ଓ ରସେଲ(୨୪) ଆଉଟ ହେବା ପରେ କୋଲକାତା ରନ ସଂଗ୍ରହ ପାଇଁ ସଂଘର୍ଷ କରିଥିଲେ।

ତେବେ ଇଆନ୍ ମୋର୍ଗାନ୍ ଶେଷଭାଗରେ ଦ୍ରୁତ ରନ୍ କରିବାରୁ ଦଳର ୧୭୪ ରନ୍‌ର ସମ୍ମାନଜନକ ସ୍କୋରରେ ପହଞ୍ଚି ପାରିଥିଲା। ମୋର୍ଗାନ୍ ୨୩ ବଲରେ ୧ ଚୌକା ଓ ୨ ଛକା ସହ ୩୪ ରନ୍ ଓ କମଲେଶ ନାଗରକୋଟି ୮ ରନ୍ କରି ଅପରାଜିତ ଥିଲେ। ପ୍ୟାଟ୍ କମିନ୍ସ ୧୨ ରନ୍ କରି ଆଉଟ୍ ହୋଇଥିଲେ। ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର୍ ୨ଟି ୱିକେଟ୍ ନେଇଥିବା ବେଳେ ଅଙ୍କିତ ରାଜପୁତ୍, ଜୟଦେବ ଉନାଦକତ୍, ଟମ୍ କୁରାନ୍ ଓ ରାହୁଲ୍ ତେୱାତିଆ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos