ପଞ୍ଜାବକୁ ମାତ୍ ଦେଇ କେକେଆର୍ ନମ୍ବର ୪କୁ ଉଠିଲା: ପଞ୍ଜାବର ମୁସ୍କିଲ ବଢ଼ିଲା

ପଞ୍ଜାବକୁ ୩୧ ରନ୍ରେ ହରାଇ ୪ର୍ଥ ସ୍ଥାନକୁ ଉଠିଲା କେକେଆର୍। ଇନ୍ଦୋର ଠାରେ ଖେଳାଯାଉଥିବା ଆଜିର ପ୍ରଥମ ମ୍ୟାଚ୍ରେ କେକେଆର୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨୪୫ ରନ୍ର ବିଶାଳ ସ୍କୋର ଛିଡ଼ା କରିଥିଲା। ୨୪୬ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ପଞ୍ଜାବ ମାତ୍ର ୨୧୪ ରନ୍ କରିବାକୁ ସକ୍ଷମ ହୋଇପାରିଥିଲା। ଏହାସହିତ ଚଳିତ ଆଇପିଏଲରେ ସର୍ବାଧିକ ସ୍କୋର୍ ମଧ୍ୟ କୋଲକାତା ନିଜ ନାଁରେ ଅଜି କରିପାରିଛି। ସୁନିଲ ନାରାୟଣ ଓ ଅଧିନାୟକ ଦିନେଶ କାର୍ତ୍ତିକଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ କେକେଆର୍ ପଞ୍ଜାବ ଆଗରେ ପାହାଡ଼ ଭଳି ସ୍କୋର୍ ଛିଡାକରିଥିଲା। ନାରାୟଣ ମାତ୍ର ୩୬ ବଲରୁ ୭୫ରନ କରିଥିବା ବେଳେ କାର୍ତ୍ତିକ ୨୩ ବଲରୁ ବିସ୍ଫୋରକ ୫୦ ରନ୍ କରିଥିଲେ।