କେଏଲ ରାହୁଲଙ୍କ ନାଁରେ ଏକାଧିକ ରେକର୍ଡ, ସଚିନ ବି ପଛରେ ପଡ଼ିଲେ

ଦୁବାଇ: କିଙ୍ଗସ ଏକାଦଶ ପଞ୍ଜାବର ଅଧିନାୟକ କେଏଲ ରାହୁଲ ବେଙ୍ଗାଲୁରୁ ବିପକ୍ଷରେ ୧୩୨ ରନ୍‌ର ବିସ୍ଫୋରକ ଇନିଂସ ଖେଳିବା ପରେ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ଏପରି କି କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ ମଧ୍ୟ ରାହୁଲ ଭାଙ୍ଗି ଦେଇଛନ୍ତି। ଗତକାଲିର ମ୍ୟାଚ୍‌ରେ ରାହୁଲ ମାତ୍ର ୬୯ଟି ବଲରେ ଅପରାଜିତ ୧୩୨ ରନର ଇନିଂସ ଖେଳିଥିଲେ। ଏହି ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ ପ୍ରତିପକ୍ଷ ବେଙ୍ଗାଲୁରୁକୁ ୯୭ ରନ୍‌ରେ ପରାସ୍ତ କରିଥିଲା। ନିଜର ଶତକୀୟ ଇନିଂସ […]

f

f

Hemant Lenka
  • Published: Friday, 25 September 2020
  • Updated: 25 September 2020, 04:07 PM IST

Sports

Latest News

ଦୁବାଇ: କିଙ୍ଗସ ଏକାଦଶ ପଞ୍ଜାବର ଅଧିନାୟକ କେଏଲ ରାହୁଲ ବେଙ୍ଗାଲୁରୁ ବିପକ୍ଷରେ ୧୩୨ ରନ୍‌ର ବିସ୍ଫୋରକ ଇନିଂସ ଖେଳିବା ପରେ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ଏପରି କି କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ ମଧ୍ୟ ରାହୁଲ ଭାଙ୍ଗି ଦେଇଛନ୍ତି।

ଗତକାଲିର ମ୍ୟାଚ୍‌ରେ ରାହୁଲ ମାତ୍ର ୬୯ଟି ବଲରେ ଅପରାଜିତ ୧୩୨ ରନର ଇନିଂସ ଖେଳିଥିଲେ। ଏହି ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ ପ୍ରତିପକ୍ଷ ବେଙ୍ଗାଲୁରୁକୁ ୯୭ ରନ୍‌ରେ ପରାସ୍ତ କରିଥିଲା। ନିଜର ଶତକୀୟ ଇନିଂସ ପରେ ରାହୁଲ କେବଳ ଅରେଞ୍ଜ କ୍ୟାମ୍ପର ଅଧିକାରୀ ହୋଇ ନଥିଲେ ବରଂ ଏକାଧିକ ବ୍ୟକ୍ତିଗତ ରେକର୍ଡ ମଧ୍ୟ ନିଜ ନାଁରେ କରିଥିଲେ।

ରାହୁଲ ପ୍ରଥମ ଭାରତୀୟ ଭାବେ ଆଇପିଏଲରେ ଦ୍ରୁତ ୨୦୦୦ ରନ୍ ସଂଗ୍ରହ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି। ପୂର୍ବରୁ ଆଇପିଏଲରେ ଦ୍ରୁତ ୨୦୦୦ ରନ୍‌ ସଂଗ୍ରହ କରିବାର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାଁରେ ରହିଥିଲା। ସଚିନ୍‌ ୬୩ଟି ଇନିଂସରେ ୨୦୦୦ ରନ୍‌ ସଂଗ୍ରହ କରିଥିବା ବେଳେ ରାହୁଲ ମାତ୍ର ୬୦ଟି ଇନିଂସ୍‌ରେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ତେବେ ଉଭୟ ଭାରତୀୟ ଓ ବିଦେଶୀ ଖେଳାଳିଙ୍କ କଥା ଦେଖିଲେ କ୍ରିସ ଗେଲ୍‌ ସମସ୍ତଙ୍କ ଠାରୁ ଆଗରେ ରହିଛନ୍ତି। ଗେଲ ଆଇପିଏଲର ମାତ୍ର ୪୮ଟି ଇନିଂସ୍‌ରେ ୨ ହଜାର ରନ୍‌ ସଂଗ୍ରହ କରି ରେକର୍ଡ ସ୍ଥାପନ କରିଛନ୍ତି। ତାଙ୍କ ରେକର୍ଡ ଏଯାଏ କେହି ବି ଭାଙ୍ଗି ପାରିନାହାନ୍ତି।

ରାହୁଲ ୨୦୨୦ ଆଇପିଏଲର ପ୍ରଥମ ଖେଳାଳି ଭାବେ ଶତକ ହାସଲ କରିଛନ୍ତି। ପ୍ରଥମେ ୩୬ ବଲରେ ଅର୍ଦ୍ଧଶତ ହାସଲ କରିଥିବା ରାହୁଲ ଆଉ ମାତ୍ର ୨୬ଟି ବଲରେ ରେକର୍ଡ ବ୍ରେକିଂ ଶତକ ହାସଲ କରିଥିଲେ। ସେ ଅପରାଜିତ ୧୩୨ ରନ୍‌ର ଇନିଂସ୍‌ରେ ୧୪ଟି ଚୌକା ଓ ୭ଟି ବିଶାଳ ଛକା ମାରିଛନ୍ତି।

ରାହୁଲ ଅଧିନାୟକ ଭାବେ ୧୩୨ ରନ୍‌ ହାସଲ କରିବା ମଧ୍ୟ ଆଇପିଏଲରେ ଏକ ରେକର୍ଡ। ପୂର୍ବରୁ ଆଇପିଏଲର ଅଧିନାୟକ ଭାବେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ହାସଲ କରିଥିବା ରେକର୍ଡ ସନ ରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଡାଭିଡ ୱାର୍ଣ୍ଣରଙ୍କ ନାଁରେ ରହିଥିଲା। ୱାର୍ଣ୍ଣର ୨୦୧୭ରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ବ୍ୟକ୍ତଗତ ୧୨୬ ରନ୍‌ ହାସଲ କରିଥିଲେ।

ତାଙ୍କ ପଛକୁ ବୀରେନ୍ଦ୍ର ସେହୱାଗ ୧୧୯(ଦିଲ୍ଲୀ ଡେୟାର ଡେଭିଲ୍ସ) ଓ ତୃତୀୟ ସ୍ଥାନରେ ବିରାଟ କୋହଲି ଅଧିନାୟକ ଭାବେ ୧୧୩,୧୦୯ ଓ ଅପରାଜିତ ୧୦୮ ରନ୍‌ର ଇନିଂସ ଖେଳିଥିଲେ। ୨୦୧୬ ସଂସ୍କରଣରେ ବିରାଟ ଏପରି ରେକର୍ଡ କରିଥିଲେ। ତେବେ ଗୁରୁବାର ସବୁ ଆଇପିଏଲ ଅଧିନାୟକଙ୍କୁ ରାହୁଲ ପଛରେ ପକାଇ ଦେଇଛନ୍ତି।

ଅନ୍ୟପକ୍ଷରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିବା ସମସ୍ତ ଭାରତୀୟଙ୍କୁ ମଧ୍ୟ ରାହୁଲ ପଛରେ ପକାଇ ଦେଇଛନ୍ତି। ୨୦୧୮ରେ ଋଷଭ ପନ୍ତ ସନ ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧୨୮ ରନ୍‌ର ଇନିଂସ୍‌ ଖେଳି ଆଇପିଏଲରେ ସବୁ ଭାରତୀୟଙ୍କ ମଧ୍ୟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାର ରେକର୍ଡ ନିଜ ନାଁରେ କରିଥିଲେ। ତାଙ୍କ ପଛକୁ ମୁରଲୀ ବିଜୟ ୧୨୭, ବୀରେନ୍ଦ୍ର ସେହୱାଗ ୧୨୨ ଓ ପଲ ଭାଲଥାଟି ୧୨୦ ରନ୍‌ କରିଥିଲେ। ହେଲେ ରାହୁଲ ଗୁରୁବାର ଏହି ମାମଲରେ ବି ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos