ଟେଷ୍ଟ ଦଳକୁ ଫେରିବେ ରାହୁଲ, ରବିବାର ଟିମ ଘୋଷଣା

ମୁମ୍ବାଇ: ସୀମିତ ଓଭର କ୍ରିକେଟରେ ଜବରଦସ୍ତ ପ୍ରଦର୍ଶନ କରିଥିବା କେଏଲ ରାହୁଲଙ୍କୁ ପୁଣିଥରେ ଟେଷ୍ଟ ସ୍କ୍ୱାଡରେ ସ୍ଥାନ ମିଳିବ। ଆସନ୍ତାକାଲି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ଓ ଦିନିକିଆ ସିରିଜ୍‌ ପାଇଁ ଟିମ୍‌ ଇଣ୍ଡିଆର ସ୍କ୍ୱାଡ ଘୋଷଣା କରାଯିବ। ତେଣୁ ଖରାପ ଫର୍ମ ପାଇଁ ଟେଷ୍ଟ ସ୍କ୍ୱାଡ୍‌ରୁ ବାଦ ପଡ଼ିଥିବା ରାହୁଲଙ୍କୁ ପୁଣିଥରେ ଦଳରେ ସାମିଲ କରାଯିବ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। ଗତ ରବିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୫ ଟିକିଆ ଟି-୨୦ ସିରିଜ୍‌ ପାଇଁ ଦଳ ଘୋଷଣା […]

k

k

Hemant Lenka
  • Published: Saturday, 18 January 2020
  • Updated: 18 January 2020, 03:45 PM IST

Sports

Latest News

ମୁମ୍ବାଇ: ସୀମିତ ଓଭର କ୍ରିକେଟରେ ଜବରଦସ୍ତ ପ୍ରଦର୍ଶନ କରିଥିବା କେଏଲ ରାହୁଲଙ୍କୁ ପୁଣିଥରେ ଟେଷ୍ଟ ସ୍କ୍ୱାଡରେ ସ୍ଥାନ ମିଳିବ। ଆସନ୍ତାକାଲି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ଓ ଦିନିକିଆ ସିରିଜ୍‌ ପାଇଁ ଟିମ୍‌ ଇଣ୍ଡିଆର ସ୍କ୍ୱାଡ ଘୋଷଣା କରାଯିବ। ତେଣୁ ଖରାପ ଫର୍ମ ପାଇଁ ଟେଷ୍ଟ ସ୍କ୍ୱାଡ୍‌ରୁ ବାଦ ପଡ଼ିଥିବା ରାହୁଲଙ୍କୁ ପୁଣିଥରେ ଦଳରେ ସାମିଲ କରାଯିବ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି।

ଗତ ରବିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୫ ଟିକିଆ ଟି-୨୦ ସିରିଜ୍‌ ପାଇଁ ଦଳ ଘୋଷଣା କରାଯାଇଥିଲା। ଏହି ସ୍କ୍ୱାଡ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ସାମିଲ ହେବେ ବୋଲି କୁହାଯାଉଥିଲା। କିନ୍ତୁ ସେ ଆହତରୁ ସଂପୂର୍ଣ୍ଣ ଭାବେ ମୁକୁଳି ପାରି ନଥିବାରୁ ତାଙ୍କୁ ସ୍କ୍ୱାଡ୍‌ରୁ ବାଦ ଦିଆଯାଇଛି। ଆସନ୍ତାକାଲି ଦିନିକିଆ ଓ ଟେଷ୍ଟ ସ୍କ୍ୱାଡ୍‌ ପାଇଁ ଦଳ ଘୋଷଣା ହେବ। ଏଥିରେ ପାଣ୍ଡ୍ୟାଙ୍କୁ ସୁଯୋଗ ମିଳିବ କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ରାହୁଲ ଚମତ୍କାର ଫର୍ମରେ ଥିବାରୁ ତାଙ୍କୁ ଟେଷ୍ଟ ସ୍କ୍ୱାଡରେ ସାମିଲ କରାଯାଇ ପାରେ ବୋଲି ଦଳର ଅଧିନାୟକ ବିରାଟ କୋହଲି ସଙ୍କେତ ଦେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପରଠାରୁ ରାହୁଲଙ୍କୁ ଆଉ ଧଳା ଜର୍ସିରେ ଦେଖିବାକୁ ମିଳିନାହିଁ। ଟିମ ଇଣ୍ଡିଆ ତା’ର ଘରୋଇ ସିରିଜ୍‌ରେ ପୃଥ୍ୱୀ ଶ’ କିମ୍ବା ଶୁବମାନ ଗିଲଙ୍କୁ ତୃତୀୟ ଓପନର ଭାବେ ଅଧିକ ପସନ୍ଦ କରିଥିଲା। ଏବେ କିନ୍ତୁ ରାହୁଲଙ୍କ ଉପରେ ବିସିସିଆଇ ପୁଣି ଭରସା ଦେଖାଇଛି।

ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ଟୁର ପାଇଁ ତୃତୀୟ ସ୍ପିନର କୁଳଦୀପ ଯାଦବଙ୍କ ବଦଳରେ ଅତିରିକ୍ତ ଦ୍ରୁତ ବୋଲର ଭାବେ ନଭଦୀପ ସୈନିଙ୍କୁ ସ୍କ୍ୱାଡରେ ସ୍ଥାନ ମିଳିପାରେ। ସେହିପରି ଚୂଡ଼ାନ୍ତ ଏକାଦଶରେ ରବିଚନ୍ଦ୍ରନ ଅଶ୍ୱିନ କିମ୍ବା ରବୀନ୍ଦ୍ର ଜାଡେଜାଙ୍କ ମଧ୍ୟରୁ ଜଣଙ୍କୁ ହିଁ ନ୍ୟୁଜିଲ୍ୟାଣ୍ଡ ମାଟିରେ ସୁଯୋଗ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos